ଏଟିଏମରୁ ଟଙ୍କା ନୁହେଁ ବାହାରୁଛି ସାପ, ଭିଡିଓ ଭାଇରାଲ୍

ଏଟିଏମରୁ ଟଙ୍କା ବାହାର କରିବାକୁ ଯାଉଛନ୍ତି ? ତେବେ ହୋଇ ଯାଆନ୍ତୁ ସାବଧାନ୍ । ଏଟିଏମରୁ ଟଙ୍କା ନୁହେଁ ବାହାରିପାରେ ସାପ । ଏଭଳି ଏକ ଘଟଣା ଘଟିଛି ତାମିଲନାଡୁର କୋଇମ୍ବାଟୋରେ ଅଂଚଳରେ । ଏହାର ଭିଡିଓ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

ଭିଡିଓରେ ଦେଖିବାକୁ ମିଳିଛି ଜଣେ ସାପ ଧରାଳୀ ଜଣକ ପ୍ରଥମେ ଏଟିଏମ୍ ଭିତରେ ସାପଟିକୁ ଖୋଜିବାରେ ଲାଗିଛନ୍ତି । ଏହା ପରେ ମେସିନର ପଛପଟେ ରହି ଯାଇଥିବାର ଦେଖିବାକୁ ମିଳିଛି। ତେବେ ଏହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ସାପଟି ଏଟିଏମ୍ ଭିତରକୁ କିପରି ପଶିଲା।

ଦେଖନ୍ତୁ ଭିଡିଓ :

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.