Below header

ସିଆଚୀନ୍‌ରେ ଭୟଙ୍କର ବରଫ ଝଡ଼, ଦବି ରହିଛନ୍ତି ଅନେକ ଭାରତୀୟ ଯବାନ

ନୂଆଦିଲ୍ଲୀ: ବିଶ୍ୱର ସବୁଠରୁ ଉଚ୍ଚତମ ଯୁଦ୍ଧକ୍ଷେତ୍ର ହେଉଛି ସିଆଚିନ୍‌ । ଏଠାରେ ଏବେ ପ୍ରବଳ ବରଫପାତ ହେଉଛି । ଆଉ ସେହି ବରଫ ଝଡ଼ରେ ସୀମାକୁ ସୁରକ୍ଷା ଦେଉଛନ୍ତି ଭାରତୀୟ ଯବାନ୍‌ । ତେବେ ଆଜି ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ରେ ପ୍ରବଳ ବରଫ ଝଡ଼ ଯୋଗୁଁ ଅନେକ ଯବାନ୍‌ ଏହା ତଳେ ଚାପି ହୋଇ ଯାଇଥିବା ସୂଚନା ମିଳିଛି । ସେନା ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଉତ୍ତର ଗ୍ଲାସିୟର ଅଞ୍ଚଳରେ ୮ ଜଣ ଯବାନ୍‌ ପାଟ୍ରୋଲିଂ କରିବାକୁ ଯାଇଥିବା ବେଳେ ସେମାନେ ବରଫ ଝଡ଼ରେ ଫସି ଯାଇଥିଲେ । ପ୍ରାୟ ୧୮ ହଜାର ଫୁଟ ଉଚ୍ଚରେ ରହିଛି ସିଆଚିନ୍‌ ଗ୍ଲାସିୟର ।

SIACHEN

ଏଠାରେ ଶୀତ ଋତୁରେ ତାପମାତ୍ରା ମାଇନସ୍‌ ୫୦ ଡିଗ୍ରୀ ତଳକୁ ଖସି ଆସେ । ଭାରତୀୟ ବେସ୍‌କ୍ୟାମ୍ପର ସବୁଠାରୁ ଦୂରରେ ଥିବା ଚୌକିର ନାଁ ହେଉଛି ଇନ୍ଦିରା କଲୋନୀ । ଏଠାରେ ପହଞ୍ଚିବା ଅତ୍ୟନ୍ତ କଠିନ । ଯବାନ୍‌ମାନେ ଚାଲି ଚାଲି ସେଠାକୁ ଯାଆନ୍ତି ଏବଂ ସେମାନଙ୍କୁ ୨୦ରୁ ୨୨ ଦିନ ଲାଗିଯାଏ । ଏମାନେ ଧାଡ଼ି କରି ନିଜ ଅଣ୍ଟାରେ ରଶି ବାନ୍ଧି ଚାଲିଥାନ୍ତି ।
ଭୀଷଣ ଖରାପ ପାଗ, ବରଫ ଧସିବା ଏବଂ ଅସୁସ୍ଥତା କାରଣରୁ ସିଅଚିନ୍‌ରେ ୧୯୮୪ରୁ ଏପର୍ଯ୍ୟନ୍ତ ପ୍ରାୟ ୯୦୦ ଭାରତୀୟ ଯବାନ୍‌ ସହିଦ ହେଲେଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.