ଯାଜପୁର: କାର ଭିତରୁ ୩୧କେଜି ଗଞ୍ଜେଇ ଜବତ, ୨ଜଣକୁ ଗିରଫ କଲା ଅବକାରୀ ବିଭାଗ

ଯାଜପୁର ଟାଉନ(କେନ୍ୟୁଜ୍): କନ୍ଧମାଳରୁ ଭଦ୍ରକ ଯାଉଥିବା ଏକ ଗଞ୍ଜେଇ ବୋଝେଇ କାରକୁ ଜବତ କରିଛି ଯାଜପୁର ଅବକାରୀ ବିଭାଗ । ଏଥିରୁ ୩୧କେଜି ଗଂଜେଇ ଜବତ ହୋଇଥିବା ବେଳେ ସଂପୃକ୍ତ ୨ଜଣକୁ ଗିରଫ କରିଛି ଅବକାରୀ ବିଭାଗ । କୈାଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଯାଜପୁର ଜିଲ୍ଲା ୧୬ନଂଜାତୀୟ ରାଜପଥର ବଡଚଣା ନିକଟରେ ଏହି ଚଢାଉ କରିଥିଲା । ଚଢାଉ ସମୟରେ ୩୧କେଜି ଗଂଜେଇ ଜବତ ସହ ୨ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ କନ୍ଧମାଳ ଅଂଚଳର ପ୍ରମୋଦ କୁମାର ଗୈାଡ ଏବଂ କଟକ ଗୋବିନ୍ଦପୁର ଅଂଚଳର ଶରତ ଚନ୍ଦ୍ର ବାରିକ । ଏମାନଙ୍କ ମଧ୍ୟରୁ ଜଣେ ବ୍ୟବସାୟୀ ହୋଇଥିବା ବେଳେ ଅନ୍ୟ ଜଣେ କାର ଡ୍ରାଇଭର ଥିବା ଯାଜପୁର ଅବକାରୀ ବିଭାଗ ଅଧିକ୍ଷକ ସୂଚନା ଦେଇଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.