ଚୀନ୍‌ ବିରୋଧୀ ଯୁଦ୍ଧରେ ଠିଆ ହେଲେ ‘ଥ୍ରି ଇଡିଏଟ୍‌ସ୍‌’ର ଅସଲି ହିରୋ, ଡ୍ରାଗନ୍‌ର ଅଣ୍ଟା ଭାଙ୍ଗିବାକୁ ଶିଖାଇଲେ ପ୍ଲାନ୍‌

ଲଦାଖ : ଚୀନ୍‌ ଭାରତର ସୀମାରେ ସୈନ୍ୟ ପ୍ରବେଶ କରାଇବା ସହ ଭାରତ ସହ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିବାକୁ ଚାହୁଁଛି । ଚୀନ୍‌ର ଏହି ହରକତକୁ ସାବାଡ କରିବା ପାଇଁ ଶିକ୍ଷାବିତ୍‌ ସୋନମ୍‌ ଓ୍ଵାଙ୍ଗ୍‌ଚୁକ୍‌ ଏକ ଯୋଜନା ପ୍ରସ୍ତୁତ କରିଛନ୍ତି ।

ଏହା ଦ୍ୱାରା ଚୀନ୍‌କୁ ପାନେ ଦିଆଯାଇ ପାରିବ ବୋଲି ସମସ୍ତ ଭାରତୀୟଙ୍କୁ ଅପିଲ୍‌ କରିଛନ୍ତି । ସେ କହିଛନ୍ତି ଚୀନ୍‌ର ଅଣ୍ଟା ଭାଙ୍ଗିବାକୁ ହେଲେ ପ୍ରଥମେ ତା’ର ଅର୍ଥ ବ୍ୟବସ୍ଥାକୁ ତଳକୁ ଖସାଇବାକୁ ପଡ଼ିବ । ଓ୍ଵାଙ୍ଗ୍‌ଚୁକ୍‌ ଏକ ଭିଡିଓ ସେୟାର କରି କହିଛନ୍ତି ଯେ ପ୍ରଥମେ ଚୀନ୍‌ର ଜିନିଷକୁ ବର୍ଜ୍ଜନ କରିବାକୁ ପଡ଼ିବ ।

sonam wangchuk.JPG-1

ସୀମାରେ ଥିବା ଚୀନ୍‌ ସେନାଙ୍କୁ ତ ଆମର ସେନା ବୁଲେଟ୍‌ରେ ଜବାବ ଦେବେ । ହେଲେ ଆମକୁ ତାଙ୍କୁ ବାଲାଟ୍‌ରେ ଜବାବ ଦେବାକୁ ହେବ । ଚୀନ୍‌-ଭାରତ ମଧ୍ୟରେ ଯେଉଁ ଉତ୍ତେଜନା ସ୍ଥିତି ଦେଖାଦେଇଛି । ସେଥିପାଇଁ ଆମକୁ ମଧ୍ୟ କିଛି ଦାୟୀତ୍ତ୍ୱ ନେବାକୁ ପଡ଼ିବ ।

ଆମେ ଦେଶବାସୀ ଚାହିଁଲେ ଚୀନ୍‌ର ଜିନିଷ ବର୍ଜ୍ଜନ କରି ତା’ର ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଇ ପାରିବା । ଚୀନ୍‌ର ୧୪୦ କୋଟି ଲୋକ ଦେଶରେ ବନ୍ଧକ ଶ୍ରମିକଙ୍କ ଭଳି କାମ କରୁଛନ୍ତି । ଚୀନ୍‌ର ଭୟ ଯେ କେତେବେଳେ ଯଦି ଏମାନେ ଖିଲାପ ହେବେ ତାହାଲେ ରାଜନୀତି ଓଲଟପାଲଟ ହୋଇଯାଇ ପାରେ ।

ତେଣୁ ଲୋକଙ୍କ ଧ୍ୟାନ ହଟାଇବା ପାଇଁ ପଡ଼ୋଶୀ ଦେଶ ଉପରେ ଏପରି ହରକତ କରି ଦେଶର ଲୋକଙ୍କ ଧ୍ୟାନ ହଟାଇବାକୁ ଚାହୁଁଛି ।
ଓ୍ଵାଙ୍ଗ୍‌ଚୁକ୍‌ ଆହୁରି ମଧ୍ୟ କହିଛନ୍ତି ଯେ ଚୀନ୍‌ ପ୍ରଥମ ଥର ପାଇଁ ଏପରି କରିନାହିଁ ।

sonam wangchuk.JPG-2

୧୯୬୨ରେ ମଧ୍ୟ ନିଜ ଦେଶର ଜନତାଙ୍କ ଧ୍ୟାନ ହଟାଇବା ପାଇଁ ଯୁଦ୍ଧ କରିଥିଲା । ତେଣୁ ମୋ ମତରେ ଭାରତର ବୁଲେଟ୍‌ ପାଓ୍ଵାର ଅପେକ୍ଷା ବାଲାଟ୍‌ ପାଓ୍‌ାର ବେଶୀ କାମ କରିବ । ଆମେ ପ୍ରତି ବର୍ଷ ଚୀନ୍‌ର ଜିନିଷ କିଣି ଚୀନ୍‌କୁ ୫ ଲକ୍ଷ କୋଟି ଟଙ୍କା ଦେଉଛୁ ।

ଚୀନ୍‌ ଆମର ଟଙ୍କା ନେଇ ଆମ ବିରୋଧରେ ବ୍ୟବହାର କରୁଛି । ଦେଶରେ ଥିବା ୧୩୦ କୋଟି ଓ ଦେଶ ବାହାରେ ଥିବା ୩ କୋଟି ଲୋକ ଯଦି ଚୀନ୍‌ର ଜିନିଷକୁ ବର୍ଜ୍ଜନ କରନ୍ତି ଚୀନ୍‌ର ଆଥିର୍କ ଅବସ୍ଥା ଶେଷ ହୋଇଯିବ ।

ବାସ୍ତବରେ ଥ୍ରି ଇଡିଏଟ୍‌ସ୍‌ ରେ ଅମୀର ଖାଁଙ୍କ ଜଣେ ଶିକ୍ଷାବିତ ଭାବରେ ଅଭିନୟ କରିଥିଲେ । ଏବଂ ଉକ୍ତ ଫିଲ୍ମରେ ଅମୀରଙ୍କ ନାମ ସୋନମ୍‌ ଓ୍ଵାଙ୍ଗ୍‌ଚୁକଙ୍କ ନାମ ସହ କିଛି ତାଳମେଳ ରହୁଥିବାରୁ ସୋନମ୍‌ଙ୍କୁ ଥ୍ରି ଇଡିଏଟ୍‌ସ୍‌ର ଅସଲ ହିରୋ ଭାବେ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.