ବିଦେଶରୁ ବିଜେପି ଓ ନରେନ୍ଦ୍ର ମୋଦିଙ୍କ ପାଇଁ ଶୁଭେଚ୍ଛାର ସୁଅ

ନୂଆଦିଲ୍ଲୀ: ବିଦେଶରୁ ବିଜେପି ଓ ନରେନ୍ଦ୍ର ମୋଦିଙ୍କ ପାଇଁ ଶୁଭେଚ୍ଛାର ସୁଅ । ଚୁଡାନ୍ତ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ହିଁ ଶ୍ରୀଲଙ୍କା ଓ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ଭୋଟ୍‌ ଗଣତିର ଟ୍ରେଣ୍ଡ ଦେଖି ମୋଦିଙ୍କୁ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନିତ୍ୟାନହୁ କହିଛନ୍ତି, “ମୁଁ ହୃଦୟରୁ ମୋ ବନ୍ଧୁ ମୋଦିଙ୍କୁ ଶୁଭେଚ୍ଛା ଜଣାଉଛି। ନିର୍ବାଚନରେ ମୋଦି ଏକତରଫା ବିଜୟୀ ହେଉଛନ୍ତି। ଆପଣ କେଉଁଭଳି ଭାବେ ବିଶ୍ୱର ସବୁଠାରୁ ବଡ଼ ଗଣତାନ୍ତ୍ରିକ ରାଷ୍ଟ୍ରର ନେତୃତ୍ୱ ନେଉଛନ୍ତି, ତାହାର ପ୍ରମାଣ ଆଜି ନିର୍ବାଚନ ଫଳାଫଳ ପରେ ସାମ୍ନାକୁ ଆସିଛି। ଏବେ ଆମେ ଏକାଠି ହୋଇ ଭାରତ ଓ ଇସ୍ରାଏଲ୍‌ର ବନ୍ଧୁତାକୁ ଆଗକୁ ନେବା।”

narendra modiସେହିପରି ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ରାନିଲ ବିକ୍ରିମସିଂଘେ ମଧ୍ୟ ଏହି ବିଶାଳ ବିଜୟ ପାଇଁ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ଭାରତ ଓ ଶ୍ରୀଲଙ୍କା ସମ୍ପର୍କ ଆଗକୁ ଆହୁରି ମଜଭୂତ ହେବ ବୋଲି ସେ ଆଶା ପୋଷଣ କରିଛନ୍ତି।

ଅନ୍ଯପଟେ ମାଳଦ୍ୱୀପ ବୈଦେଶିକ ମନ୍ତ୍ରୀ ଅବୁଦୁଲ୍ଲା ଶାହିଦ ମଧ୍ୟ ମୋଦି ଓ ବିଜେପିକୁ ଏଭଳି ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.