ଶ୍ରୀଲଙ୍କାରେ ଜରୁରୀ କାଳୀନ ପରିସ୍ଥିତି ଲାଗୁ, ହିଂସା ପାଇଁ କଡା ନିୟମ, ଦେଖିବା ମାତ୍ରେ ଗୁଳି ମାରିବାକୁ ନିର୍ଦେଶ

ଶ୍ରୀଲଙ୍କା ଏବେ ସବୁଠୁ ବଡ ସଙ୍କଟ ଦେଇ ଗତି କରୁଛି । ଦେଶରେ ଏବେ ଇମରଜେନ୍ସି ଲାଗୁ ହୋଇଛି । ଏହା ଭିତରେ ରାଜନୈତିକ ସଂକଟ ବି ମୁଣ୍ଡ ଟେକିଲାଣି । ମହିନ୍ଦା ରାଜପକ୍ଷ ନିଜ ଇସ୍ତଫା ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷଙ୍କୁ ଦେଇଛନ୍ତି । ଏଠାରେ ଏବେ ଯାଏଁ ହିଂସା ଯୋଗୁ ୮ଜଣଙ୍କର ମୃତ୍ୟୁ ହୋଇସାରିଲାଣି ଓ ଶହ ଶହ ଲୋକ ଗୁରୁତୁର ରହିଛନ୍ତି । ବର୍ତ୍ତମାନ ସରକାର ବିପକ୍ଷରେ ପ୍ରଦର୍ଶନ ଜାରି ରହିଛି । କିନ୍ତୁ କଣ ପାଇଁ ଏଭଳି ସ୍ଥିତି ଏବଂ ବର୍ତ୍ତମାନ ସ୍ଥିତିରେ ଶ୍ରୀଲଙ୍କାକୁ କିଏ ସାହାଯ୍ୟ କରୁଛି । ଜାଣିବା

ସାଧାରଣତ ଶ୍ରୀଲଙ୍କାରେ ଏହି ସ୍ଥିତି ବିତୀୟ ସଂକଟ କାରଣରୁ । ଏମିତିରେ ତ ଲମ୍ବା ସମୟ ଧରି ଶ୍ରୀଲଙ୍କାରେ ବିତୀୟ ସଂକଟ ରହିଛି । କିନ୍ତୁ କିଛି ଦିନ ଭିତରେ ବହୁତ ଅଧିକ ହି ସମସ୍ୟା ବଢିଚାଲିଛି । ପ୍ରଥମେ ସରକାରଙ୍କ ମନ୍ତ୍ରୀମାନେ ଆଉ ଏବେ ପ୍ରଧାନମନ୍ତ୍ରୀ ମଧ୍ୟ ଇସ୍ତଫା ଦେଲେଣି ।

ବର୍ତ୍ତମାନର ସ୍ଥିତି କଥ । ଯଦି କହିବା ତ ପ୍ରଧାନମନ୍ତ୍ରୀ ମହିନ୍ଦ ରାଜପକ୍ଷ ଏକ ପୁରୁଣା ମନ୍ଦିରରୁ ଆସିବା ପରେ ସିଧାସଳଖ ଇସ୍ତଫା ଦେଇଛନ୍ତି । ଯେତେବେଳେ କି ରାଷ୍ଟ୍ରୀୟ ଏକଜୁଟତାର ଅପିଲ କରୁଛନ୍ତି ଗୋଟାବାୟା ଯିଏ ନିଜେ ଏବେ ବି ଗାଦିରେ ରହିଛନ୍ତି । ଏପଟେ ସେନା ପ୍ରବକ୍ତା ବ୍ରିଗେଡିୟର ନୀଳାଂଥା ପ୍ରେମରତ୍ନେ କହିଛନ୍ତି କି ବର୍ତ୍ତମାନ ସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି । ପୋଲିସକୁ ସାହାଯ୍ୟ କରିବା ପାଇଁ ସେନା ମୂତୟନ କରାଯାଇଛି ଏବଂ ଲୋକଙ୍କୁ ନିଜ ଘରେ ରହିବାକୁ ହିଁ କୁହାଯାଇଛି । ଏହାଛଡା ବଡକଥା ହେଉଛି, ପ୍ରଦର୍ଶନକାରୀଙ୍କୁ ଦେଖିବା ମାତ୍ରେ ଗୁଳି ମାରିବାର ଆଦେଶ ଦିଆଯାଇଥିବା କୁହାଯାଇଛି ବୋଲି ସେ କହିଛନ୍ତି ।

ପ୍ରକୃତରେ ଶ୍ରଲଙ୍କାରେ ବିଦେଶୀ ମୁଦ୍ରାର କମି ପାଇଁ ସରକାର ଇନ୍ଧନ ସହ ଅନେକ କିଛି ଆବଶ୍ୟକତା ପୂରଣ କରିପାରୁନାହାନ୍ତି । ଏଥିପାଇଁ ଖାଦ୍ୟପେୟର ଜିନିଷଠାରୁ ବିଜୁଳିର ସଂକଟ ମଧ୍ୟ ବଢିଗଲାଣି । ସ୍ଥିତି ଏଭଳି କି ଦିନକୁ ୧୩ଘଣ୍ଟା ବିଜୁଳି କଟାଯାଉଛି । ବଢୁଥିବା ଋଣ ପାଇଁ ଶ୍ରୀଲଙ୍କାରେ ମହଙ୍ଗାଇ କାଫି ବଢିଗଲାଣି ଏବଂ ଲୋକ ଛୋଟ ଛୋଟ ଜିନିଷ ପାଇଁ ବେଶ ହଇରାଣରେ । ଏହି ସଂକଟ ଏଭଳି ଭାବେ ଲଗାତାର ବଢିବାରେ ଲାଗିଛି ଯେ କଲମ୍ବୋ ଓ ଅନ୍ୟାନ୍ୟ ସହରରେ ହୋଇଥିବା ହିଂସାରେ ଅନେକ ଲୋକ ଗୁରୁତର ହୋଇଛନ୍ତି ।

ବିତୀୟ ସଂକଟ ମଧ୍ୟରେ ଅନେକ ଦଶକ ଚାଲିଯାଇଛି କିନ୍ତୁ ଏବେ ଏହା ଧିରେ ଧିରେ ବଢି ଏହି ରୂପ ନେଇଛି । ଏଠି ସରକାରଙ୍କ ଆର୍ଥିକ କୂପ୍ରବନ୍ଧନ ପାଇଁ ଘାଟା ବଢିଚାଲିଛି । ବଜେଟରେ ହେଉଥିବା କମିକୁ ଏଥିପାଇଁ ଦାୟୀ ମାନାଯାଉଛି । ଏହାଛଡା ଏହି ସ୍ଥିତି କୋଉଠି ନା କୋଉଠି ରାଜପକ୍ଷ ଦ୍ୱାରା କରାଯାଇଥିବା ଶପଥ ପାଇଁ ହେଉଥିବା ଚର୍ଚ୍ଚା ହେଉଛି ।

ବର୍ଷ ୨୦୧୯ରେ ନିର୍ବାଚନ ପ୍ରଚାର ସମୟରେ ଟ୍ୟାକ୍ସ କମ କରିବାର ନିଷ୍ପତ୍ତି ନିଆଗଲା । ଏହା ସହ ମଧ୍ୟ କରୋନା ପାଇଁ ଶ୍ରୀଲଙ୍କାର ଇକୋନୋମୀ ଉପରେ ପ୍ରଭାବ ପଡୁଛି । କାରଣ ଏଠାରେ ରୋଜଗାରର ମୁଖ୍ୟ ବାଟ ହେଉଛି ଟୁରିଜିମ । ଯାହା ଉପରେ କରୋନା ପାଇଁ ସବୁଠୁ ବେଶୀ ପ୍ରଭାବ ପଡିଥିଲା ।

ବଢୁଥିବା ସଂକଟରେ ବିଦେଶୀ ମୁଦ୍ରା ଭଣ୍ଡାର ପାଖାପାଖି ୭୦ ପ୍ରତିଶତ ତଳକୁ ଚାଲିଆସିଲା । ଏହା ଛଡା ରାସାୟନିକ ଉର୍ବରତାକୁ ବ୍ୟାନ କରାଗଲା ଓ ଅର୍ଗାନିକ ଚାଷ ଉପରେ ଜୋର ଦିଆଗଲା । ଯାହା ଫଳରେ ଦେଶର କୃଷିକ୍ଷେତ୍ର ବହୁତ ଖରାପ ଭାବେ ପ୍ରଭାବିତ ହୋଇଥିଲା । ଫଳରେ ଚାଉଳ ଫସଲରେ କ୍ଷତି ପହଞ୍ଚିଲା । ତେଣୁ ଦେଶରେ ଏବେ ଖାଦ୍ୟ ସଂକଟ, ହିଂସାକୁ ଆହୁରି ବଢାଇଲା ।

ମାର୍ଚ୍ଚରେ ଶ୍ରୀଲଙ୍କାର ବିଦେଶୀ ମୁଦ୍ରା ଭଣ୍ଡାର ୧୬.୧ ପ୍ରତିଶତକୁ ଖସି ୧.୯୩ ଅରବ ଡଲାରେ ରହିଛି । ଏକ ରିପୋର୍ଟ ହିସାବରେ ଏହି ବର୍ଷ ଶ୍ରୀଲଙ୍କାର ଋଣ ଭରପାଇରେ ଅନୁମାନିକ ୮.୬ବିଲିୟନ ଡଲାରକୁ ଖସିଛି । ତେବେ ଅତି ଶୀଘ୍ର ସମସ୍ତ ଜିନିଷ ଉପରେ ହେଉଥିବା କମି ପାଇଁ ଶ୍ରୀଲଙ୍କା ଏହି ରାଶିର ଏକ ଭାଗ ମଧ୍ୟ ସୁଝିବାର ହାଲତରେ ନାହିଁ । ଫେବୃଆରୀ ମଧ୍ୟରେ ଶ୍ରୀଲଙ୍କା ପାଖରେ ନିଜ ଭଣ୍ଡାରରେ କେବଳ ୨.୩୧ଡଲାର ବିଲିୟନ ବଞ୍ଚିଥିଲା । ତେଣୁ ବର୍ତ୍ତମାନ ସମସ୍ତ ବିଦେଶୀ ଋଣକୁ ଡିଫଲ୍ଟ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏଥିରେ ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷର ୫୧ଅରବ ଡଲାରର ଋଣ ମଧ୍ୟ ସାମିଲ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.