କରୋନା ଠାରୁ ଅଧିକ ମାରାତ୍ମକ ମଙ୍କିପକ୍ସ ଭାଇରସ୍ ! ବ୍ରିଟେନରେ ଦେଖାଗଲା ପ୍ରଥମ ମାମଲା, ଜାଣନ୍ତୁ ଏହାର ଲକ୍ଷଣ

ବର୍ତ୍ତମାନ କରୋନା ଭାଇରସ କିଛି ମାତ୍ରାରେ ନିୟନ୍ତ୍ରଣ ହେଉଥିବା ସମୟରେ ବିଶ୍ବରେ ଦେଖା ଯାଇଛି ଆଉ ଏକ ମାରାତ୍ମକ ଭାଇରସ ମଙ୍କିପକ୍ସ। ଯାହାର ଚିକିତ୍ସା ମଧ୍ୟ ଏପର୍ଯ୍ୟନ୍ତ ଜଣା ପଡିନାହିଁ। ଏହି ମଙ୍କିପକ୍ସ ଭାଇରସ୍ ଏବେ ବ୍ରିଟେନରେ ଜଣେ ବ୍ୟକ୍ତିଙ୍କ ଠାରେ ଦେଖାଯାଇଛି ଯିଏକି ନାଇଜେରିଆରୁ ସଂକ୍ରମିତ ହୋଇ ଆସିଛନ୍ତି। ସେଣ୍ଟ ଥୋମାସ ହସ୍ପିଟାଲରେ ରୋଗୀଙ୍କୁ ଏକ ସ୍ୱତନ୍ତ୍ର ୟୁନିଟରେ ଚିକିତ୍ସା କରାଯାଉଛି। ମଙ୍କିପକ୍ସ ଭାଇରସ୍ ବିଷୟରେ ବ୍ରିଟେନର ସ୍ୱାସ୍ଥ୍ୟ ଅଧିକାରୀମାନେ କହିଛନ୍ତି ଯେ ସଂକ୍ରମିତ ହୋଇଥିବା କୌଣସି ମାଙ୍କଡ ଜାତିର ଜୀବଙ୍କଠାରୁ ମଣିଷକୁ ଏହି ରୋଗ ସଂକ୍ରମିତ ହୋଇଛି। ଏହି ଜୀବାଣୁ ଖୁବ୍ ମାରାତ୍ମକ। ତେବେ ଯେଉଁ ସଂକ୍ରମିତ ବ୍ୟକ୍ତିଙ୍କ ଠାରେ ଏହି ମଙ୍କିପକ୍ସ ଦେଖା ଯାଉଛି ସେ ନିକଟରେ ନାଇଜେରିଆରୁ ଆସିଛନ୍ତି ଓ ସେହି ଠାରୁ ହିଁ ସେ ଏହି ସଂକ୍ରମଣର ଶିକାର ହୋଇଛନ୍ତି।

money fox
picture credit -The sentinel Assam

ବ୍ରିଟେନର ସ୍ୱାସ୍ଥ୍ୟ ସୁରକ୍ଷା ଏଜେନ୍ସି କହିଛି ଯେ ମଙ୍କିପକ୍ସ ଏକ ବିରଳ ସଂକ୍ରମଣ ଯାହା ଲୋକଙ୍କ ମଧ୍ୟରେ ସହଜରେ ବ୍ୟାପେ ନାହିଁ । ଏହାର ଲକ୍ଷଣ କରୋନା ସହିତ ଅଳ୍ପ ମିସୁଛି। ଯେମିତିକି ଜ୍ଵର, ବାନ୍ତି, ମୁଣ୍ଡ ବୁଲାଇବା ଇତ୍ୟାଦି। ଅଧିକାଂଶ କ୍ଷେତ୍ରରେ ରୋଗୀ କିଛି ସପ୍ତାହ ମଧ୍ୟରେ ଭଲ ହୋଇଯାଆନ୍ତି। ତଥାପି, କେତେକ କ୍ଷେତ୍ରରେ ଏହି ରୋଗ ଗୁରୁତର ହୋଇପାରେ।

ମଙ୍କିପକ୍ସ ରୋଗ କ’ଣ?

monkey fox
picture credit – The Hindu

ଯୁକ୍ତରାଷ୍ଟ୍ରର ସେଣ୍ଟର୍ସ ଫର ଡିଜିଜ୍ କଣ୍ଟ୍ରୋଲ୍ (ସିଡିସି) ଅନୁଯାୟୀ, ମଙ୍କିପକ୍ସ ହେଉଛି ଏକ ଜୀବାଣୁ ସଂକ୍ରମଣ ଏକ ବିରଳ ରୋଗ। ମଙ୍କିପକ୍ସ ଜୀବାଣୁ ପକ୍ସଭିରିଡା ପରିବାରର ଅର୍ଥୋପକ୍ସଭାଇରସ୍ ବଂଶର। ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ, ଜୁନୋଟିକ୍ ରୋଗ ମୁଖ୍ୟତ କେନ୍ଦ୍ରୀୟ ଏବଂ ପଶ୍ଚିମ ଆଫ୍ରିକାର ଟ୍ରପିକାଲ୍ ରେନଫରେଷ୍ଟ ଅଞ୍ଚଳରେ ଦେଖାଯାଏ ଏବଂ ବେଳେବେଳେ ଅନ୍ୟ ଅଞ୍ଚଳରେ ମଧ୍ୟ ଏହି ରୋଗ ପହଞ୍ଚେ

ଏହି ରୋଗର ଲକ୍ଷଣ ବିଷୟରେ କହିବାକୁ ଗଲେ ମଙ୍କିପକ୍ସ ସହିତ ଜଡିତ ସାଧାରଣ ଲକ୍ଷଣଗୁଡ଼ିକ ହେଉଛି ଜ୍ୱର, ତ୍ଵଚା ପୋଡ଼ିବା, ପ୍ରବଳ ମୁଣ୍ଡବିନ୍ଧା, ପିଠି ଯନ୍ତ୍ରଣା, ମାଂସପେଶୀ ଯନ୍ତ୍ରଣା (ମାୟାଲଜିଆ), ତୀବ୍ର ଆଥେନିଆ (ଶକ୍ତି ଅଭାବ) ଏବଂ ଫୁସ୍ଫୁସ୍ ଲିମ୍ଫ ନୋଡ। WHO ଅନୁଯାୟୀ, ମଙ୍କିପକ୍ସ ରୋଗୀଙ୍କଠାରେ ଚର୍ମର ଫଟିବା ଓ ଚର୍ମ ଓହୋଳିବା ଓ ଚର୍ମରେ ଦାଗ ମଧ୍ୟ ଦେଖାଯାଏ, ଯାହା ଜ୍ୱର ହେବାର ପ୍ରଥମ କିମ୍ୱା ତୃତୀୟ ଦିନ ମଧ୍ୟରେ ଆରମ୍ଭ ହୁଏ। ଏହି ଦାଗଗୁଡ଼ିକ ମୁହଁରେ ଅଧିକ ଦେଖା ଯାଇଥାଏ।

ଗ୍ଲୋବାଲ ହେଲଥ ଏଜେନ୍ସି ଆହୁରି ମଧ୍ୟ କହିଛି ଯେ ଏହା ବ୍ୟତୀତ ଏହି ଚର୍ମ ଫାଟିବା ହାତର ପାପୁଲି, ତଳି ପାଦ, ଯେକୌଣସି ଅଙ୍ଗରେ ଦେଖାଯାଏ। ଏହା ଆଖିର କର୍ଣ୍ଣିଆ ଉପରେ ମଧ୍ୟ ପ୍ରଭାବ ପକାଏ। WHO ଅନୁଯାୟୀ, ମଙ୍କିପକ୍ସ ସଂକ୍ରମଣର ଲକ୍ଷଣ ଆରମ୍ଭ ପର୍ଯ୍ୟନ୍ତ ସାଧାରଣତ ୬ ରୁ ୧୩ ଦିନ, କିନ୍ତୁ ଏହା ୫ ରୁ ୨୧ ଦିନ ପର୍ଯ୍ୟନ୍ତ ହୋଇପାରେ ।

ଏହି ରୋଗ ମଣିଷକୁ କିପରି ସଂକ୍ରମିତ ହୁଏ ?

ବ୍ରିଟେନର ସ୍ୱାସ୍ଥ୍ୟ ସୁରକ୍ଷା ଏଜେନ୍ସି (UKHSA) କହିଛି ଯେ ମଙ୍କିପକ୍ସ ଏକ ବିରଳ ଭାଇରାଲ୍ ସଂକ୍ରମଣ ଯାହା ଲୋକଙ୍କ ମଧ୍ୟରେ ସହଜରେ ବିସ୍ତାର ହୁଏ ନାହିଁ। ସିଡିସି ଅନୁଯାୟୀ, ଏହି ରୋଗ ୧୯୫୮ ମସିହାରେ ପ୍ରଥମେ ଦେଖା ଯାଇଥିଲା, ଯେତେବେଳେ ଅନୁସନ୍ଧାନ ପାଇଁ ମାଙ୍କଡମାନଙ୍କ ମାଂସ ରଖାଯାଇଥିବା । ସେହି ମାଂସରୁ ଦୁଇଟି ଛୋଟ ଛୋଟ ରୋଗ ବାହାରିଥିଲା, ଯେଉଁଥିରୁ ଏହି ରୋଗର ନାମ ମିଳିଥିଲା।

ତେବେ ସର୍ବ ପ୍ରଥମେ ୫୦ ବର୍ଷ ପୂର୍ବରୁ ମଣିଷକୁ ଏହି ରୋଗ ସଂକ୍ରମଣର ପ୍ରଥମ ମାମଲା ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ (DRC) ରେ ୧୯୭୦ ରେ ରିପୋର୍ଟ କରାଯାଇଥିଲା। WHO କହିଛି ଯେ ଏହି ରୋଗ ବ୍ଲଡ ଟ୍ରାନ୍ସମିଶନ, ଶାରୀରିକ ତରଳ ପଦାର୍ଥ କିମ୍ବା ସଂକ୍ରମିତ ପ୍ରାଣୀମାନଙ୍କର ମାଂସ ଖାଇବା ଦ୍ବାରା କିମ୍ବା ମଙ୍କିଫକ୍ସ ରୋଗରେ ସଂକ୍ରମିତ ହୋଇଥିବା ପଶୁ ସଂସ୍ପର୍ଶରେ ସିଧାସଳଖ ଆସିବା ଦ୍ୱାରା ଏହି ରୋଗ ହୋଇଥାଏ।

କହିବାକୁ ଗଲେ ପ୍ରାକୃତିକ ଭାବେ ଏହା କିପରି ବ୍ୟାପେ ତାହା ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ। ଯଦିଓ ସଂକ୍ରମିତ ପ୍ରାଣୀମାନଙ୍କ ଠାରୁ ପର୍ଯ୍ୟାପ୍ତ ପରିମାଣରେ ରନ୍ଧା ଯାଇଥିବା ମାଂସ ଏବଂ ଅନ୍ୟାନ୍ୟ ପଶୁଜାତୀୟ ଖାଦ୍ୟ ଖାଇବା ଦ୍ବାରା ଏହି ରୋଗ ହୋଇଥାଏ ବୋଲି କୁହାଯାଉଛି।

ମଙ୍କିଫକ୍ସ ଚିକିତ୍ସା:

WHO ଅନୁଯାୟୀ, ମଙ୍କିପକ୍ସ ପାଇଁ ବର୍ତ୍ତମାନ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ଆସିନାହିଁ। ତେବେ ଏହି ରୋଗକୁ ରୋକିବାରେ ଟିକାକରଣ ପ୍ରାୟ ପ୍ରଭାବଶାଳୀ ବୋଲି କୁହାଯାଉଛି। ତେବେ ମଙ୍କିପକ୍ସ ଜୀବାଣୁ ବିଷୟରେ ଯଦି କୁହାଯିବ, ଏହା ବିଭିନ୍ନ ପ୍ରଜାତିର ମୂଷା ଓ ମାଙ୍କଡ ମାନଙ୍କ ଅନ୍ୟାନ୍ୟ ପ୍ରଜାତିରୁ ଆସିଥାଏ ବୋଲି ବୈଜ୍ଞାନିକ ମାନେ କହିଛନ୍ତି। ତେବେ ଆପଣଙ୍କ ମଧ୍ୟରୁ ଯଦି କେହି ନିରାମିଷ ଖାଉଛନ୍ତି, ଏହି କଥା ଉପରେ ଉପରେ ନଜର ରଖିବା ନିହାତି ଉଚିତ୍।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.