ଶକ୍ତିଶାଳୀ ଟାଇଫୁନ୍‌ ମୋଲାଭ ଆଜି ଭିଏତନାମ୍‌ ଛୁଇଁବା ସମ୍ଭାବନା, ତା ପଛକୁ ଆସୁଛି ‘ଗୋନି’

କେନ୍ଯୁଜ୍: ଶକ୍ତିଶାଳୀ ଟାଇଫୁନ୍‌ ମୋଲାଭ ଆଜି ଭିଏତନାମ୍‌ ଛୁଇଁବା ସମ୍ଭାବନା ରହିଛି । ସପ୍ତାହ ଶେଷ ଆଡକୁ ଷ୍ଟର୍ମର ଅବଶିଷ୍ଟାଂଶ ଉତ୍ତର ବଙ୍ଗୋପସାଗରରେ ପ୍ରବେଶ କରିବ । ବଙ୍ଗୋପସାଗରରେ ଘନୀଭୂତ ହୋଇ ୨୯ ତାରିଖ ବେଳକୁ ଲଘୁଚାପ ସୃଷ୍ଟି ହେବ । ଅକ୍ଟୋବର ୧୧ରୁ ଭିଏତନାମ୍‌ରେ ହିଟ୍‌ କରିବାରେ ଏହା ହେଉଛି ଚତୁର୍ଥ ଟ୍ରପିକାଲ ସିଷ୍ଟମ । ଚଳିତ ବର୍ଷର ଏହା ଷଷ୍ଠ ଲ୍ୟାଣ୍ଡଫଲ । ପଶ୍ଚିମ ପ୍ରଶାନ୍ତ ମହାସାଗରରେ ମୋଲାଭ ପରେ ପରେ ଆସୁଛି ‘ଗୋନି’ ।

ପଶ୍ଚିମ ପ୍ରଶାନ୍ତ ମହାସାଗରରେ ଗୋନି ଏବେ ବିକଶିତ ହେଉଛି । ଆକ୍ବାୱେଦର ବରିଷ୍ଠ ପାଣିପାଗ ବିଜ୍ଞାନୀ ଜୋସନ୍‌ ନିକୋଲସ୍‌ଙ୍କ ଅନୁସାରେ ନଭେମ୍ବର ଆରମ୍ଭରୁ ମାରିଆନା ଦ୍ୱୀପପୁଞ୍ଜ ନିକଟରେ ଏକ ଘୂର୍ଣ୍ଣିବଳୟ ‘ଗୋନି’ ସୃଷ୍ଟି ହେବ । ସ୍ଥାନୀୟ ସମୟ ଶୁକ୍ରବାର କିମ୍ବା ଶନିବାର ବିଳମ୍ବିତ ରାତିରେ ଫିଲିପାଇନ୍ସ ପହଞ୍ଚିବା ପୂର୍ବରୁ ଗୋନି ଟ୍ରପିକାଲ ଷ୍ଟର୍ମରେ ପରିଣତ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.