ଜାପାନକୁ ମାଡ଼ି ଆସିଲାଣି ପ୍ରଳୟଙ୍କରୀ ସାମୁଦ୍ରିକ ଝଡ଼ ‘ହଗିବିସ୍‌’, ଶତାବ୍ଦୀର ସବୁଠାରୁ ଶକ୍ତିଶାଳୀ

ଟୋକିଓ : ଜାପାନ ଏବେ ପ୍ରଳୟଙ୍କରୀ ସାମୁଦ୍ରିକ ଝଡ଼ ‘ହଗିବିସ୍‌’ କବଳରେ । ବର୍ତ୍ତମାନ ବାତ୍ୟାର ପ୍ରକୋପ ସେଠାରେ ଜାରି ରହିଛି । ଆକାଶର ରଙ୍ଗ ବଦଳି ଯାଇଛି । ଆକାଶ ଲାଲ ହେବା ସହ ଏବେ ପ୍ରାୟ ୧୮୦ କିମି ବେଗରେ ପବନ ବହୁଛି । ତା ସହିତ ବର୍ଷା ବି ଆରମ୍ଭ ହୋଇଯାଇଛି । ପାଣିପାଗ ବିଭାଗ ଏ ନେଇ ପୂର୍ବରୁ ସତର୍କ କରାଇ ଦେଇଥିଲା । ତେଣୁ ଜାପାନ ସରକାର ପ୍ରାୟ ୪୨ ଲକ୍ଷ ଲେ ।କଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛନ୍ତି ।

LIVE-2

କୁହାଯାଉଛି ୬୦ ବର୍ଷ ଭିତରେ ଜାପାନରେ ଇଏ ହେଉଛି ସବୁଠାରୁ ବଡ଼ ବାତ୍ୟା । ଆଜି ରାତି ସୁଦ୍ଧା ଏହି ମହାବାତ୍ୟା ଜାପାନ ସମୁତ୍ର କୂଳକୁ ଛୁଇଁବ । ତେଣୁ ପୂର୍ବରୁ ସତର୍କତା ଅବଲମ୍ବନ କରି ବିମାନ ଓ ଅନ୍ୟ ଯାନବାହନ ସେବାକୁ ବନ୍ଦ କରି ଦିଆଯାଇଛି । ୧୯୫୮ ମସିହାରେ ଏହିଭଳି ଏକ ମହାବାତ୍ୟା ଜାପାନରେ ପ୍ରଳୟ ସୃଷ୍ଟି କରିଥିଲା । ଏହାର ପ୍ରଭାବରେ ପ୍ରାୟ ୧୨୦୦ ଲୋକଙ୍କର ମୃତ୍ୟୁ ଘଟିଥିଲା ।

HGIBIS

ବାତ୍ୟା ‘ହଗିବିସ୍‌’ ନାଁ ଦେଇଛି ଫିଲିପାଇନ୍ସ । ଯାହାର ଅର୍ଥ ହେଉଛି ବେଗ ।ଏହାକୁ ଏହି ଶତାବ୍ଦୀର ସବୁଠାରୁ ଶକ୍ତିଶାଳୀ ସାମୁଦ୍ରିକ ଝଡ଼ ବୋଲି କୁହାଯାଉଛି । ଝଡ଼ବାତ୍ୟା ପାଇଁ ଜାପାନରେ ହେବାକୁ ଥିବା ରଗବି ବିଶ୍ୱକପ୍‌କୁ ସ୍ଥଗିତ ରଖାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.