Below header

ଯାଜପୁର: ଉଦ୍‌ଯାପିତ ହେଲା ସର୍ବଭାରତୀୟ ହ୍ୟାଣ୍ଡବଲ ପ୍ରତିଯୋଗିତା, ଉଦ୍‌ଯାପନୀ ସମାରୋହରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ

ଯାଜପୁର(କେନ୍ୟୁଜ୍): ଯାଜପୁର ଜିଲ୍ଲା ଛତିଆସ୍ଥିତ ମହାପୁରୁଷ ହାଡିଦାସ ମହାବିଦ୍ୟାଳୟରେ ତିନି ଦିନ ଧରି ଚାଲିଥିବା ସର୍ବଭାରତୀୟ ହ୍ୟାଣ୍ଡବଲ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ଅନୁଷ୍ଠିତ ଫାଇନାଲ ମ୍ୟାଚର ପୁରୁଷ ବିଭାଗରେ ଝାଡଖଣ୍ଡ ଟିମକୁ ୧୬-୧୨ଗୋଲରେ ପରାସ୍ତ କରି କେନ୍ଦୁଝର ଦଳ ଚାମ୍ପିଅନ ହୋଇଛି । ସେହିପରି ମହିଳା ବିଭାଗରେ ଜଗତସିଂହପୁର ଟିମକୁ ୨୧-୧୨ଗୋଲରେ ଆନ୍ଧ୍ରପ୍ରଦେଶ ଦଳ ଚାମ୍ପିଅନ ହୋଇଛି । ଏହି ପ୍ରତିଯୋଗିତାରେ ଓଡିଶା ସମେତ ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶ, ପଣ୍ଡିଚେରୀ, ବିହାର ଆଦି ବିଭିନ୍ନ ରାଜ୍ୟର ୧୫ରୁ ଅଧିକ ମହିଳା ଓ ପୁରୁଷ ଦଳ ଅଂଶଗ୍ରହଣ କରିଥିଲେ । ଉଭୟ ଫାଇନାଲ ମ୍ୟାଚ ବେଶ ସଂଘର୍ଷପୂର୍ଣ୍ଣ ଥିଲା । ଯାହାକୁ ଉତ୍ସାହିତ କରିଥିଲେ ଉପସ୍ଥିତ କ୍ରୀଡାପ୍ରେମୀ । ପ୍ରଥମ ଥର ପାଇଁ ଜିଲ୍ଲା ହ୍ୟାଣ୍ଡବଲ ଆସୋସିଏସନ୍ ଏହି ଖେଳ ସଫଳତାର ସହ ଆୟୋଜନ କରିଥିବାରୁ ଖେଳାଳୀମାନେ ବେଶ୍ ପ୍ରଶଂସା କରିଥିଲେ ।

jajpur

ଆୟୋଜିତ ଉଦ୍‌ଯାପନୀ ସମାରୋହରେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟତମ ଅତିଥିଭାବେ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା, ଯୁବନେତା ଅମର ନାୟକ, ଶାରଦା ପ୍ରଧାନ ପ୍ରମୁଖ ଯୋଗଦେଇ ଛତିଆକୁ ହ୍ୟାଣ୍ଡବଲ ଖେଳର ଏନ୍ତୁଡିଶାଳ ବୋଲି ବର୍ଣ୍ଣନା କରିଥିଲେ । କେନ୍ଦ୍ରମନ୍ତ୍ରୀ ଉଭୟ ଚାମ୍ପିଅନ ଓ ରନରର୍ସ ଅପ ଦଳକୁ ଟ୍ରଫି ପ୍ରଦାନ କରିବା ସହ ହ୍ୟାଣ୍ଡବଲ ଖେଳରେ ଆନ୍ତର୍ଜାତୀୟସ୍ତରରେ କୃତୀତ୍ୱ ଅର୍ଜନ କରିଥିବା ଛତିଆର ଖେଳାଳୀ ବିପ୍ଲବ ବିଶ୍ୱାଳଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏଥିସହ ଆଗାମୀ ଦିନରେ ହ୍ୟାଣ୍ଡବଲ ଖେଳକୁ ଗୁରୁତ୍ୱ ଦେବାକୁ ଭାରତ ସରକାର ଉଦ୍ୟମ କରିବେ ବୋଲି କେନ୍ଦ୍ରମନ୍ତ୍ରୀ ଏହି ଅବସରରେ କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.