ଖେଳରେ ଜିତି ଜୀବନ ହାରିଦେଲେ ଛାତ୍ର, ଫିନିସିଙ୍ଗ ଲାଇନ ଅତିକ୍ରମ କରିବା ମାତ୍ରକେ ଉଡିଗଲା ପ୍ରାଣ ବାୟୁ

ହରିୟାଣା: କ୍ରୀଡା ପ୍ରତିଯୋଗିତାରେ ଅଘଟଣ। ଖେଳରେ ଜିତି ଜୀବନ ହାରିଦେଲେ ଛାତ୍ର । ହରିୟାଣାର ପାନିପଥରେ ଦେଖିବାକୁ ମିଳିଛି ଏହି ଦୁଃଖଦ ଘଟଣା। ଏଠାରେ ଆୟୋଜିତ ଏକ କ୍ରୀଡା ପ୍ରତିଯୋଗିତାରେ ଭାଗ ନେଇଥିବା ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ପ୍ରକୃତ ଖବର ହେଉଛି କି, ଛାତ୍ର ଜଣଙ୍କ ୪୦୦ ମିଟର ଦୌଡରେ ଜିତିବା ପରେ, ୧୦୦ ମିଟର ଦୌଡରେରେ ଭାଗ ନେଉଥିଲେ। କିନ୍ତୁ ସେ ଫିନିସିଙ୍ଗ ଲାଇନ ଅତିକ୍ରମ କରିବା ମାତ୍ରକେ ତଳେ ପଡିଯାଇଥିଲେ । ତୁରନ୍ତ ତାଙ୍କୁ ସେଠାରେ ଉପସ୍ଥିତି ଶିକ୍ଷକ ମାନେ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାକୁ ନେଇଯାଇଥିଲେ। ହେଲେ ସେଠାରେ ଡାକ୍ତର ଛାତ୍ରଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଛାତ୍ରଙ୍କ ମୃତ୍ୟୁ ହେବା ପରେ ପରିବାର ସଦସ୍ୟଙ୍କ ଅବସ୍ଥା କହିଲେ ନସରେ।
ଏହି ମାମଲା ଜିଲ୍ଲାର ସେଣ୍ଟମେରି କନଭେଣ୍ଟ ସ୍କୁଲରେ ଘଟିଛି। ଗତ ଶନିବାର ଦିନ ବିଦ୍ୟାଳୟରେ ଏକ କ୍ରୀଡା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ବିଦ୍ୟାଳୟର ବହୁ ଛାତ୍ର କ୍ରୀଡା ପ୍ରତିଯୋଗିତାରେ ଭାଗ ନେଇଥିଲେ। ପ୍ରଥମେ ୪୦୦ ମିଟର ଦୌଡ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଦଶମ ଶ୍ରେଣୀର ଛାତ୍ର ଦକ୍ସ ୪୦୦ ମିଟର ଦୌଡରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଏହା ପରେ ସେ ୧୦୦ ମିଟର ଦୌଡରେ ମଧ୍ୟ ଭାଗ ନେଇଥିଲେ। ତେବେ ଖେଳ ଶେଷ ହେବା ମାତ୍ରେ ସେ ହଠାତ୍ ତଳେ ପଡ଼ିଯାଇଥିଲେ।
ଦକ୍ସ ଭୂଇଁରେ ପଡ଼ିଯିବାର ଦେଖି ଶିକ୍ଷକ ଶୀଘ୍ର ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇଯାଇଥିଲେ, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ପିତା କାର୍ତ୍ତିକ କହିଛନ୍ତି ଯେ, ଡାକ୍ତରମାନେ ହୃଦଘାତ ହେତୁ ମୃତ୍ୟୁ ହୋଇଥିବା କହିଛନ୍ତି। ଏପଟେ, ୧୩ ବର୍ଷୀୟ ଦକ୍ସ ମାତା ପିତାଙ୍କ ଏକମାତ୍ର ପୁତ୍ର ଥିଲେ।
ସୂଚନା ମୁତାବକ, ପୋଲିସ ଦକ୍ସଙ୍କ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା। ଏପଟେ ଛାତ୍ରଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇଦଥିବାବେଳେ, ଭିସେରା ଏବଂ କିଛି ଅଙ୍ଗ ପରୀକ୍ଷା ପାଇଁ ଲ୍ୟାବକୁ ପଠାଯାଇଛି। ଶରୀରରେ କୌଣସି ଆଘାତ ନଥିବାବେଳେ ଛାତ୍ର ଜଣଙ୍କର କେବଳ ଗୋଟିଏ କିଡନୀ ଥିବା ଡାକ୍ତର କହିଛନ୍ତି।