ଖାକିରେ ଦାଗ! ସାବତ ଝିଅ ଓ ଶାଳୀକୁ ଯୌନ ଶୋଷଣ କରୁଥିଲେ ସବ୍‌-ଇନ୍ସପେକ୍ଟର, ଥାନାରେ ଏତଲା ଦେଲେ ଦ୍ୱିତୀୟ ସ୍ତ୍ରୀ

କର୍ଣ୍ଣାଟକରେ ଜଣେ ସବ୍‌-ଇନ୍ସପେକ୍ଟରଙ୍କ କୃତ୍ୟ କାର୍ଯ୍ୟ ପଦାରେ ପଡ଼ିଛି। ତାଙ୍କ ବିରୋଧରେ ଆସିଛି ଗୁରୁତର ଅଭିଯୋଗ। ସବ୍‌-ଇନ୍ସପେକ୍ଟର ଜଣକ ୧୩ ବର୍ଷୀୟା ସାବତ ଝିଅ ଓ ଶାଳୀଙ୍କୁ ଯୌନ ଶୋଷଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ମାମଲା ରୁଜୁ କରାଯାଇଛି। କହି ରଖୁଛୁ ଯେ ଏହି ମାମଲାରେ ଅଭିଯୁକ୍ତଙ୍କ ଦ୍ୱିତୀୟ ସ୍ତ୍ରୀ ହିଁ ସ୍ୱାମୀଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି।

ପୋଲିସ ସୂଚନା ମୁତାବକ, ଯୌନ ଅପରାଧରୁ ଶିଶୁ ସୁରକ୍ଷା ଅଧିନିୟମ ଏବଂ ଦୁଷ୍କର୍ମ ଅଭିଯୋଗ ଆଧାରରେ ଅଭିଯୁକ୍ତଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ଆହୁରି ମଧ୍ୟ ତାଙ୍କ ଦ୍ୱିତୀୟ ସ୍ତ୍ରୀ ଅଭିଯୋଗ କରିଛନ୍ତି କି, ତାଙ୍କ ସ୍ୱାମୀ ତାଙ୍କୁ ଅପ୍ରାକୃତିକ ଯୌନ ସମ୍ବନ୍ଧ ରଖିବାକୁ ବାଧ୍ୟ କରିଥିଲେ।

jail
photo: briflynews

ତେବେ ମହିଳା ଜଣକ ନିଜ ଦ୍ୱିତୀୟ ସ୍ୱାମୀ ତଥା ଅଭିଯୁକ୍ତ ସବ୍‌-ଇନ୍ସପେକ୍ଟରଙ୍କୁ ପ୍ରଥମ ଥର ପାଇଁ ମହିଳା ଥାନାରେ ଭେଟିଥିଲେ। ସେଠାକୁ ସେ ନିଜ ପ୍ରଥମ ସ୍ୱାମୀଙ୍କ ବିରୋଧରେ ଏତଲା ଦେବାକୁ ଯାଇଥିଲେ। ସେପଟେ ସବ୍‌-ଇନ୍ସପେକ୍ଟର ମଧ୍ୟ ନିଜ ପ୍ରଥମ ସ୍ତ୍ରୀଙ୍କ ଦ୍ୱାରା ଲଗାଯାଇଥିବା ଅଭିଯୋଗ ସମ୍ବନ୍ଧରେ ନିଜର ବୟାନ ରେକର୍ଡ ପାଇଁ ଉପସ୍ଥିତ ଥିଲେ। ମହିଳା ଥାନାରେ ଉଭୟ ଉଭୟଙ୍କ ସହିତ କଥାବାର୍ତ୍ତା ଆରମ୍ଭ କରିଥିଲେ ଏବଂ ପରେ ମହିଳା ନିଜ ପ୍ରଥମ ସ୍ୱାମୀଙ୍କୁ ଛାଡ଼ପତ୍ର ଦେଇ ସବ୍‌-ଇନ୍ସପେକ୍ଟରଙ୍କୁ ବିବାହ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.