Below header

ନୋଟ୍‌ରୁ କ’ଣ ହଟାଯିବ ମହାତ୍ମା ଗାନ୍ଧୀଙ୍କ ଫଟୋ ! ଆର୍‌ବିଆଇ କହିଲା ଏମିତି କଥା

ନୂଆଦିଲ୍ଳୀ : ଆରବିଆଇ, ବ୍ୟାଙ୍କ ନୋଟ ଓ ମୁଦ୍ରାରୁ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ଫଟୋ ଚିତ୍ର ହଟାଇବାକୁ ଯୋଜନା କରୁଥିବା କଥାକୁ ଖଣ୍ଡନ କରିଛି । ଆରବିଆଇ ଏକ ବୟାନ ଜାରି କରି କହିଛି ଯେ କିଛି ଗଣମାଧ୍ୟମ ଏହି କଥାକୁ ପ୍ରଚାର କରୁଛି ଯେ ଆରବିଆଇ ନୋଟରୁ ମହତ୍ମା ଗାନ୍ଧୀଙ୍କ ଫଟୋ ହଟାଇ କିଛି ଅନ୍ୟ ଫଟୋ ଛାପିବାକୁ ଯୋଜନା କରୁଛି । ତେବେ ଆରବିଆଇ ଏହାକୁ ଖଣ୍ଡନ କରୁଛି । ଏମିତି କିଛି ପ୍ରସ୍ତାବ ଆରବିଆଇ ପାଖରେ ନାହିଁ ।

ଆରବିଆଇ କଲା ଖଣ୍ଡନ :

ବାସ୍ତବରେ କିଛି ମିଡିଆ ସୂତ୍ରରୁ ଏମିତି ଖବର ଆସୁଛି ଯେ ଅର୍ଥ ମନ୍ତ୍ରଣାଳୟ ଓ ଭାରତୀୟ ରିଜର୍ଭ ବ୍ୟାଙ୍କ ନୂଆ ସିରିଜ ବାଲା ନୋଟରେ ରବୀନ୍ଦ୍ରନାଥ ଟାଗୋର ଓ ମିଜାଇଲ ମ୍ୟାନ ପୂର୍ବତନ ରାଷ୍ଟ୍ରପତି ଏପିଜେ କଲାମଙ୍କ ଫଟୋ ବାଲା ନୂଆ ସିରିଜ ନୋଟ ଛାପିବା ଉପରେ ବିଚାର କରୁଛି । ତେବେ ଏହି ଖବର ଆସିବା ପରେ ଆରବିଆଇ ଏହାକୁ ଖଣ୍ଡନ କରିବାକୁ ଆଗେଇ ଆସିଛି । ଆରବିଆଇ ଟ୍ଵିଟ କରି ଏକ ପ୍ରେସ ରିଲିଜ ଜରିଆରେ ସ୍ପଷ୍ଟ କରିଛି ଯେ ବର୍ତ୍ତମାନ କରେନ୍ସି ଓ ନୋଟ ଉପରେ କୌଣସି ପରିବର୍ତ୍ତନ ହେବାର ନାହିଁ ।

କିଛି ମିଡିଆ ସୂତ୍ରରୁ ମିଳିଥିବା ଖବର ସାମନାକୁ ଆସିଥିଲା ଯେ ଅର୍ଥ ମନ୍ତ୍ରଣାଳୟ ଅଧୀନରେ ଥିବା ଆରବିଆଇ ଓ ସିକ୍ୟୋରିଟି ପ୍ରିଣ୍ଟିଙ୍ଗ, ଆଣ୍ଡ ମିଟିଂ କର୍ପୋରେସନ ଅଫ୍‌ ଇଣ୍ଡିଆ, ମହାତ୍ମା ଗାନ୍ଧୀ, ରବୀନ୍ଦ୍ର ନାଥ ଟାଗୋର ଓ ଏପିଜେ ଅବଦୁଲ କଲାମଙ୍କ ଦୁଇଟି ଅଲଗା ଓ୍ଵାଟରମାର୍କସ ସେଟ୍‌ କୁ ଆଇଆଇଟି ଦଲ୍ଲୀର ପ୍ରଫେସର ଦିଲ୍ଲୀପ ଟି ସାହନୀଙ୍କ ନିକଟକୁ ପଠାଇ ଥିଲେ ।

ଏଥିରୁ ଗୋଟିଏକୁ ବାଛିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା । ଏହା ପରେ ଏହାକୁ ସରକାରଙ୍କ ଠାରେ ପ୍ରସ୍ତାବ ରଖାଯାଇଥାନ୍ତ । ଯାହା ଉପରେ ସରକାର ଅନ୍ତିମ ନିଷ୍ପତ୍ତି ନେଇଥାନ୍ତେ । ରିପୋର୍ଟ ଅନୁଯାୟୀ, ୨୦୨୦ ରେ ଆରବିଆଇର ଇଣ୍ଟରନାଲ କମିଟି ମହାତ୍ମା ଗାନ୍ଧୀଙ୍କ ବ୍ୟତୀତ ରବୀନ୍ଦ୍ର ନାଥ ଟାଗୋର ଓ କଲାମଙ୍କ ଫଟୋ ବାଲା ନୋଟ ଛାପିବାକୁ ସୁପାରିଶ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.