ଉକୁଣୀ ଯୋଗୁ ମୁଣ୍ଡ କୁଣ୍ଡାଇ ହେଉଥିଲେ ବ୍ୟବହାର କରନ୍ତୁ ତୁଳସୀ ପତ୍ର, ଜାଣନ୍ତୁ ଲଗାଇବାର ସଠିକ୍‌ ଉପାୟ

ସମସ୍ତେ ଚାହାନ୍ତି ତାଙ୍କ ଚୁଟି ଲମ୍ବା ଓ କଳା ହେଉ। ଘନ କଳା କେଶ ପାଇଁ ଆଜିକାଲି ଝିଅମାନେ ବିଭିନ୍ନ ପ୍ରକାରର ବିୟୁଟି ପ୍ରଡକ୍ଟ ବ୍ୟବହାର କରୁଛନ୍ତି। କିନ୍ତୁ ଏସବୁ ପ୍ରଡକ୍ଟ ବ୍ୟବହାର ପରେ ବି ଚୁଟିରେ କିଛି ପରିବର୍ତ୍ତନ ହେଉନି। ଏଥିସହ ଉକୁଣୀ ସମସ୍ୟା ବି ଦୂର ହେଉନି। ଏଭଳି ସ୍ଥିତିରେ କେତେକ ଘରୋଇ ଉପାୟ ସାହାଯ୍ୟରେ ଆପଣ ଉକୁଣୀ ସମସ୍ୟାରୁ ମୁକ୍ତି ପାଇପାରିବେ। ଉକୁଣୀ ସମସ୍ୟାକୁ ଦୂରେଇବା ପାଇଁ ତୁଳସୀ ହେଉଛି ସବୁଠୁ ଭଲ ଜିନିଷ। ତୁଳସୀକୁ ବ୍ୟବହାର କରି ଆପଣ ମୁଣ୍ଡରୁ ଉକୁଣୀକୁ ଦୂର କରିପାରିବେ। ତେବେ ଆସନ୍ତୁ ଜାଣିବା ତୁଳସୀକୁ ବ୍ୟବହାର କରି କେମିତି ଉକୁଣୀ ଦୂର କରିବେ…

lice
Photo Credit: EMediHealth
  • ଉକୁଣୀ ସମସ୍ୟା ଦୂରେଇବା ପାଇଁ ନଡ଼ିଆ ତେଲରେ ବାଦାମ ତେଲ ମିଶାନ୍ତୁ ଓ ସେଥିରେ ତୁଳସୀ ପାଣି ମିଶାନ୍ତୁ। ଏବେ ଏହି ମିଶ୍ରଣକୁ ମୁଣ୍ଡରେ ଲଗାଇ ୧୦ରୁ ୧୫ ମିନିଟ୍‌ ରଖନ୍ତୁ। ତା ପରେ ସାଦା ପାଣିରେ ଚୁଟି ଧୋଇ ଦିଅନ୍ତୁ। ଦେଖିବେ ଏଭଳି କିଛି ଦିନ କଲେ ଉକୁଣୀ ସମସ୍ୟାରୁ ମୁକ୍ତି ମିଳିବ।
  • ଆପଣ ନଡ଼ିଆ ତେଲରେ କିଛି ତୁଳସୀ ପତ୍ର ପକାଇ ଫୁଟାନ୍ତୁ। ଏହି ତେଲକୁ ମୁଣ୍ଡରେ କିମ୍ବା ଉକୁଣୀ ହୋଇଥିବା ଜାଗାରେ ଲଗାନ୍ତୁ। ଏଭଳି ୨-୪ ଥର କରିବା ଦ୍ୱାରା ଉକୁଣୀ ସମସ୍ୟା ଶୀଘ୍ର ଦୂର ହେବ।
  • ଉକୁଣୀ ହେଉଥିଲେ ୧୫ରୁ ୨୦ ମିନିଟ୍‌ ପାଇଁ ତୁଳସୀ ପତ୍ରର ଲେପକୁ ମୁଣ୍ଡରେ ଲଗାନ୍ତୁ। ଏଭଳି କରିବା ଦ୍ୱାରା ଉକୁଣୀରୁ ମୁକ୍ତି ମିଳିବ।
  • ଯଦି ଉକୁଣୀ ଯୋଗୁ ଚିନ୍ତାରେ ଅଛନ୍ତି। ତେବେ ମୁଣ୍ଡକୁ ତୁଳସୀ ପାଣିରେ ଧୋଇ ଦିଅନ୍ତୁ। ଏଭଳ କିଚି ଦିନ କଲେ ଉକୁଣୀ ସମସ୍ୟା ସବୁ ଦିନ ପାଇଁ ଦୂର ହେବ।
  • ଆପଣ ଚାହିଁଲେ ତୁଳସୀ ପେଷ୍ଟରେ ଆପଲ ସାଇଡର ଭିନେଗାର ମିଶାଇ ମୁଣ୍ଡରେ ଲଗାଇପାରିବେ। ଏମିତି ୨-୩ ଥର କଲେ ଉକୁଣୀ ସମସ୍ୟାରୁ ମୁକ୍ତି ମିଳିବ।

Also Read: ଗାଧୋଇବା ବେଳେ ଡ୍ୟାମ୍‌ରେ ବୁଡ଼ି ୭ ଝିଅଙ୍କ ମୃତ୍ୟୁ, ସମସ୍ତଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଦେଲେ ମୁଖ୍ୟମନ୍ତ୍ରୀ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.