ଡିଆରଆଇ ତରଫରୁ ବର୍ତ୍ତମାନ ସୁଦ୍ଧା କାଶ୍ମୀର ଅଖନୋର ସେକ୍ଟରରୁ ୧୦୫ କୋଟି ଟଙ୍କାର ହେରୋଇନ୍‌ ଜବତ : ଦେବୀପ୍ରସାଦ ଦାସ

ଦିଲ୍ଲୀ(କେନ୍ଯୁଜ୍) : ଡିରେକ୍ଟର ଅଫ୍‌ ରେଭିନ୍ୟୁ ଇଣ୍ଟେଲିଜେନ୍ସର ଡିଜି ଓଡ଼ିଆ ଅଫିସର ଦେବୀପ୍ରସାଦ ଦାସଙ୍କ କୃତିତ୍ୱ । ଭାରତୀୟ ସେନାର ମିଳିତ ସହଯୋଗରେ ଡିଆରଆଇ ତରଫରୁ ବର୍ତ୍ତମାନ ସୁଦ୍ଧା କାଶ୍ମୀର ଅଖନୋର ସେକ୍ଟରରୁ ୧୦୫ କୋଟି ଟଙ୍କାର ହେରୋଇନ୍‌ ଜବତ ହୋଇଛି । ଏହା ସହ ଗୋଟିଏ ଏକେ-୫୬ ରାଇଫଲ, ୧୫ଟି ହେଡ୍‌ଗ୍ରେନେଡ୍‌, ୫ଟି ପିସ୍ତଲ, ୧୨ଟି ଡିଟୋନେଟର ଓ ୨୩୪ ରାଉଣ୍ଡ ଗୁଳି ଜବତ ହୋଇଛି । ଏହା ଡିଆରଆଇର ବଡ଼ ସଫଳତା ବୋଲି ସେ କହିଛନ୍ତି । ତାଙ୍କ ସୂଚନା ଅନୁସାରେ ମାଓ ପ୍ରବଣ ମାଲକାନଗିରି ଜିଲ୍ଲାରୁ ଏପର୍ଯ୍ଯନ୍ତ ୫୦ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ ହୋଇଛି । ଖୁବ୍‌ ଶୀଘ୍ର ମାଓ ପ୍ରବଣ ଅଞ୍ଚଳରେ ବଡ଼ ପରେସନ୍‌ ଆରମ୍ଭ ହେବ ।

Leave A Reply

Your email address will not be published.