ସୁକେଶ ଚନ୍ଦ୍ରଶେଖରଙ୍କର କେଜରିଓ୍ଵାଲ ସରକାରଙ୍କ ଉପରେ ବଡ଼ ଅଭିଯୋଗ; କହିଲେ, ‘ମୁଁ ଆମ୍ ଆଦମୀ ପାର୍ଟିକୁ ଦେଇଛି ୬୦ କୋଟି ଟଙ୍କା’

୨୦୦ କୋଟିର ମନି ଲଣ୍ଡରିଂ ମାମଲାରେ ସୁକେଶ ଚନ୍ଦ୍ରଶେଖରଙ୍କୁ ମଙ୍ଗଳବାର ପଟିଆଲା ହାଉସ କୋର୍ଟରେ ହାଜର କରାଯାଇଥିଲା, ଯେଉଁଠି ସେ ଆମ୍ ଆଦମୀ ପାର୍ଟିକୁ ୬୦ କୋଟି ଟଙ୍କା ଦେଇଥିବା ଦାବି କରିଛନ୍ତି। ଏହି ସମୟରେ କୋର୍ଟରେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ମଧ୍ୟ ଉପସ୍ଥିତ ଥିଲେ।

ସୁକେଶ ଚନ୍ଦ୍ରଶେଖରଙ୍କ ଓକିଲ ଅନନ୍ତ ମଲିକଙ୍କ ମୁତାବକ, ଆଜି ସୁକେଶ ଚନ୍ଦ୍ରଶେଖର ଅଭିଯୋଗ କରିଛନ୍ତି କି, ସେ ଆମ୍ ଆଦମୀ ପାର୍ଟିକୁ ୬୦ କୋଟି ଟଙ୍କା ଦେଇଛନ୍ତି। ଏକ ଉଚ୍ଚ ସ୍ତରୀୟ କମିଟି ତାଙ୍କର ବୟାନ ନେଇ ସୁପାରିଶ କରିଛି ଯେ ଅଭିଯୋଗ ଗମ୍ଭୀର ରହିଛି, ଯାହାର ତଦନ୍ତ ହେବା ଉଚିତ୍‌।

୨୦୦ କୋଟି ଟଙ୍କା ମନି ଲଣ୍ଡରିଂ ମାମଲାରେ ସୁକେଶଙ୍କ ପତ୍ନୀ ଲୀନା ମାରିଆ ପାଲଙ୍କର ୨୬ଟି କାରକୁ ଇଡି ନିଜ କବ୍‌ଜାକୁ ନେଇବାକୁ କୋର୍ଟ ଅନୁମତି ଦେଇଛନ୍ତି। ସେପଟେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ୨୩ ଡିସେମ୍ବରରୁ ବାହାରିନ୍‌ ଯାତ୍ରା ପାଇଁ ଅନୁମତି ନେବାକୁ ଏକ ଆବେଦନ ଦାଖଲ କରିଛନ୍ତି। କୋର୍ଟ ଇଡିକୁ ୨୨ ଡିସେମ୍ବର ସୁଦ୍ଧା ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

କହି ରଖୁଛୁ, ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଟଙ୍କା ମନି ଲଣ୍ଡରିଂ ମାମଲାରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ନାମ ମଧ୍ୟ ସାମିଲ ଅଛି। ଜ୍ୟାକଲିନଙ୍କ ଉପରେ ଅଭିଯୋଗ ରହିଛି କି, ସେ ସୁକେଶଙ୍କଠାରୁ କାର୍‌ ଏବଂ ଘର ସମେତ ଅନେକ ମହଙ୍ଗା ଉପହାର ନେଇଛନ୍ତି। ଇଡି ଏବଂ ଦିଲ୍ଲୀ ପୋଲିସ ଏହି ମାମଲାର ମିଳିତ ତଦନ୍ତ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.