Below header

ଅପମିଶ୍ରଣର ଶିକାର ହେଲେ ଖୋଦ୍ ଖାଦ୍ୟଯୋଗାଣ ମନ୍ତ୍ରୀ ରାମ ବିଲାଶ ପାଶୱାନ ,  ଦେଲେ କାର୍ଯ୍ୟାନୁଷ୍ଠାନର ନିର୍ଦ୍ଦେଶ

ବର୍ତ୍ତମାନ ସମୟର ଖାଦ୍ୟପଦାର୍ଥର ଅନେକ ଅପମିଶ୍ରିତ ହେଉଥିବା ଖବର ପ୍ରତିଦିନ ଆସିବାରେ ଲାଗିଛି  । ଯାହାକୁ ନେଇ ବହୁସଂଖ୍ୟାର ଗ୍ରାହକ ଖାଉଟି କଲ୍ୟାଣ ବିଭାଗରେ ମଧ୍ୟ ଅଭିଯୋଗ କରୁଛନ୍ତି। ହେଲେ ଏସବୁର କିଛି ସ୍ଥାୟୀ ସମାଧାନ ହେଉ ନାହିଁ। ଯାହା ଜନସାଧରଣଙ୍କ ପାଇଁ ଉଦବେଗର ବିଷୟ ହୋଇପଡିଛି। ଏବେ କିନ୍ତୁ ଏହି  ଅପମିଶ୍ରଣକୁ ନେଇ ଏକ ରେଚକ ଖବର ସାମ୍ନାକୁ ଆସିଛି। ଆଉ ତାହା ହେଉଛି ଖୋଦ ଖାଦ୍ୟ ଓ ଉପଭୋକ୍ତା କଲ୍ୟାଣ ମନ୍ତ୍ରୀ ରାମବିଲାଶ ପାଶୱାନ ଏହି ଅପମିଶ୍ରଣର ଶିକାର ହୋଇଛନ୍ତି। ଯାହା ଫଳରେ ଦେକାନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସୂଚନା ମିଳିଛି।

ଆହୂୁରି ପଢନ୍ତୁ: କିଏ ଏହି ବ୍ୟକ୍ତି ଯାହାକୁ ବିନା ହେଲମେଟରେ ଦଖି ମଧ୍ୟ ଚାଳାଣ ନକାଟି ଛାଡିଦେଲା ପୋଲିସ ?

ଦକ୍ଷିଣ ଦିଲ୍ଲୀର ଖାନ ମାର୍କେଟରେ ଥିବା ଏକ ଫଳ ଦେକାନରୁ କେନ୍ଦ୍ରମନ୍ତ୍ରୀ କିଲୋ ପ୍ରତି ୪୨୦ଟଙ୍କା ଦାମର  କିଛି  ସେଓ କିଣି ଘରକୁ ନେଇଥିଲେ। ଯେତେବେଳେ ମନ୍ତ୍ରୀ ଋଷିୟାନ ସାଲଡ ତିଆରି କରିବାପାଇଁ ରେଷେୟାକୁ କହିଥିଲେ ସେତେବେଳେ ଫଳ ଗୁଡିକୁ ଭଲ ଭାବରେ ଧୋଇବାକୁ କହିଥିଲେ। କେନ୍ଦ୍ରମନ୍ତ୍ରୀଙ୍କ ରୋଷେୟା  ସବୁ ଫଳକୁ ଧୋଇ ସାରିବା ପରେ ସେଓକୁ ତିନି ଥରରୁ ଅଧିକ ଥର   ଧୋଇଥିଲେ। .ହେଲେ ତା ପରେ ମଧ୍ୟ ସେଓର ଉପର ଅଂଶ ଚିକ୍କଣ  ଦେଖାଯାଉଥିଲା। ଯାହା  ରୋଷେୟା ମନକୁ ସନ୍ଦେହ ଆସିଥିଲା। ଏହି କଥା କେନ୍ଦ୍ରମନ୍ତ୍ରୀଙ୍କୁ ଜଣାଇବା ପରେ ସେଓର ଉପରି ଭାଗ ଛୁରୀରେ ଚାଞ୍ଛିଥିଲେ। ପରେ ଜାଣିବାକୁ ପାଇଥିଲେ ସେଓରେ ମହମର ମୋଟା ଆସ୍ତରଣ ରହିଛି। ଏମିତି ଅନ୍ୟ ସେଓ ଗୁଡିକରେ ମଧ୍ୟ  ମହମର ଆସ୍ତରଣ ଥିବାର ମଧ୍ୟ ଦେଖିବାକୁ ପାଇଥିଲେ ମନ୍ତ୍ରୀ । ଏହାପରେ ଖାଦ୍ୟ ଯୋଗାଣ ଓ ଖାଉଟି ବିଭାଗର ସମସ୍ତ ଅଧିକାରୀଙ୍କୁ ଏହି ଅପମିଶ୍ରଣ ରୋକିବାକୁ ମନ୍ତ୍ରୀଙ୍କ ତରଫରୁ କଡା ନିର୍ଦ୍ଦେଶ ଦିଆଯାଇଛି।

ଆହୂୁରି ପଢନ୍ତୁ:  ସାରା ଦୁନିଆକୁ ଧନ୍ୟବାଦ ଜଣାଇଲା ଇସ୍ରୋ, ଲ୍ୟାଣ୍ଡର ବିକ୍ରମ ସହ ସମ୍ପର୍କ କରିବାର ସବୁ ଆଶା ଶେଷ

ଦୋକାନୀ ଏହି  ମହମ ଆସ୍ତରଣ ସେଓ ବିକିବା ନେଇ ସ୍ବକାର କରିଛି । ତାର କହିବା ମୁତାବକ ଆଜାଦପୁର  ମଣ୍ଡିରେ ମହମ ଆସ୍ତରଣ ସେଓ ପ୍ୟାକେଟ ମିଳୁଛି। ସେଠରୁ ଏହି ସେଓ ଗୁଡିକୁ କିଣାଯାଇଛି। ଯେମିତି ଆମକୁ ଏହି ମହମ ଆସ୍ତରଣର ସେଓ ବିଷୟରେ ଜଣାପଡିଛି ସେଗୁଡିକୁ ଆମେ ଦେକାନରୁ ବାହାରି କରିଦେଇଛୁ ବୋଲି ଦୋକାନୀ କହିଛି। ଏହି ଘଟଣା ପରେ ଏଫଏସଏସଏଆଇ(FSSAI) ଅନୁମୋଦିତ ଉତ୍ତମ ଗୁଣବତ୍ତା ଫଳ କିଣିବା ପାଇଁ କେନ୍ଦ୍ରମନ୍ତ୍ରୀ ଲୋକଙ୍କୁ ଅପିଲ କରିଛନ୍ତି।

ମଙ୍ଗଳବାର ଦିନ ଏକ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ନିଜର ଅନୁଭୂତି ବାଖ୍ୟା କରିବାକୁ ଯାଇ  ଏହି ପ୍ରସଙ୍ଗ ଉଠାଇଥିଲେ ଓ  ଗ୍ରାହାକ ମାନଙ୍କୁ ସଚେତନ ଓ ସାବଧାନ ରହିବା ପାଇଁ ନିବେଦନ କରିଥିଲେ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.