ସୁପ୍ରିମକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି, ଆର୍ଥିକ ଅନଗ୍ରସରଙ୍କ ପାଇଁ ୧୦ % ସଂରକ୍ଷଣ ଜାରି ରହିବ

EWS ସଂରକ୍ଷଣ ନେଇ ଆସିଲା ବଡ ନିଷ୍ପତ୍ତି । ଅର୍ଥନୈତିକ ଦୁର୍ବଳ ଶ୍ରେଣୀଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ମାମଲାରେ ସୁପ୍ରିମକୋର୍ଟ ଆଜି ନିଷ୍ପତ୍ତି ଶୁଣାଇଛନ୍ତି। ସୁପ୍ରମିକୋର୍ଟଙ୍କ କହିବାନୁଯାୟୀ, ୧୦ ପ୍ରତିଶତ ସଂରକ୍ଷଣ ଜାରି ରହିବ । ଏନେଇ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠଙ୍କ ମଧ୍ୟରୁ ସପକ୍ଷରେ ରାୟ ଶୁଣାଇଛନ୍ତି ୪ ଜଣ ବିଚାରପତି ।

ଜଷ୍ଟିସ ଦୀନେଶ ମାହେଶ୍ୱରୀ ସଂରକ୍ଷଣ ସପକ୍ଷରେ ରାୟ ଦେଇଛନ୍ତି । ସେ କହିଛନ୍ତି, ଅର୍ଥନୈତିକ ଦୁର୍ବଳ ଶ୍ରେଣୀଙ୍କୁ ସଂରକ୍ଷଣ ମୌଳିକ ସଂରଚନାକୁ ଉଲ୍ଲଂଘନ କରୁ ନାହୁଁ । ଏହା ଅର୍ଥନୈତିକ ମାନଦଣ୍ଡ ଆଧାରିତ । ସଂରକ୍ଷଣ ସମାନତା ସଂହିତାର ଉଲ୍ଲଂଘନ କରୁନାହିଁ । କେବଳ ଏସ୍. ରବୀନ୍ଦ୍ର ଭଟ୍ଟ ଅସନ୍ତୁଷ୍ଟ ଅଛନ୍ତି । ୧୦୩ତମ ସାମ୍ବିଧାନିକ ସଂଶୋଧନ ଅଧ୍ୟାଦେଶର ବୈଧତାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ୩୩ଟି ପିଟିସନ୍ ଦାଖଲ ହୋଇଥିଲା । ଦୀର୍ଘ ସମୟ ଧରି ଶୁଣାଣି ପରେ ଗତ ସେପ୍ଟେମ୍ବର ୨୭ ତାରିଖରେ ରାୟ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.