ପୁରୀ : ଦର୍ଶନ ବେଳେ ମହିଳାଙ୍କୁ ମାଡ଼ ମାରି ମୁଣ୍ଡ ଫଟାଇଥିବା ଅଭିଯୋଗରେ ନିଲମ୍ବିତ ହେଲେ ହାବିଲଦାର

ପୁରୀ (କେନ୍ୟୁଜ): ଶ୍ରୀମନ୍ଦିର ପରିସରରେ ମହିଳା ଭକ୍ତଙ୍କୁ ମାଡ଼ ମାରି ପୋଲିସ କର୍ମଚାରୀ ନିଲମ୍ବିତ। ହବିଷିଆଳିଙ୍କୁ ମାଡ଼ ମାରିଥିବା ହାବିଲଦାର ନିଲମ୍ବିତ। ଜଣେ ଡିଏସ୍‌ପିଙ୍କ ଦ୍ୱାରା ଘଟଣାର ତଦନ୍ତ କରାଯିବ ବୋଲି ସୂଚନା ଦେଇଛନ୍ତି ଏସ୍‌ପି କେ. ବିଶାଲ ସିଂହ। ଏପଟେ ଘଟଣାକୁ ଗୁରୁତର ନେବା ସହ ଆହତ ମହିଳାଙ୍କୁ ହସ୍‌ପିଟାଲରେ ଭେଟି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ଏସ୍‌ପି।

ଆଜ ସକାଳେ ଜଗମୋହନ ଭିତରେ ହବିଷ୍ୟାଳିଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଶୃଙଖ୍ଳିତ ଦର୍ଶନ ପାଇଁ ନିୟୋଜିତ ପୋଲିସ କର୍ମଚାରୀ ଜଣଙ୍କ ମାଡରେ ଫାଟିଲା ମହିଳା ଭକ୍ତଙ୍କ ମୁଣ୍ଡ। ଗୁରୁତର ଅବସ୍ଥାରେ ତାଙ୍କୁ ପୁରୀ ସଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗୁରୁତର ହବିଷ୍ୟାଳି ଜଣକ ବ୍ରହ୍ମପୁର ଅଞ୍ଚଳର ମାଧୁରୀ ଦାସ। ଖବର ପାଇ ପୁରୀ ଏସ୍‌ପି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ତେବେ କେଉଁ କାରଣରୁ ମହିଳାଙ୍କୁ ପୋଲିସ କର୍ମଚାରୀ ମାଡ଼ ମାରିଲେ ତାହା ସ୍ପଷ୍ଟ ହୋଇନାହିଁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.