ଆଶାରାମଙ୍କୁ ବଡ଼ ଝଟ୍‌କା, ଦଣ୍ଡ ନିଲମ୍ବିତ କରିବାର ଆବେଦନ ସୁପ୍ରିମ୍‌କୋର୍ଟରେ ଖାରଜ

ଏକ ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମ ବାପୁଙ୍କ ଆବେଦନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି । ଆଶାରାମ ସ୍ୱାସ୍ଥ୍ୟଗତ କାରଣରୁ ଦଣ୍ଡ ନିଲମ୍ବିତ କରିବାକୁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଥିଲେ ।

ଏକ ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମ ବାପୁଙ୍କ ଆବେଦନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି । ଆଶାରାମ ସ୍ୱାସ୍ଥ୍ୟଗତ କାରଣରୁ ଦଣ୍ଡ ନିଲମ୍ବିତ କରିବାକୁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଥିଲେ । କିନ୍ତୁ ସୁପ୍ରିମକୋର୍ଟ ଏହି ଆବେଦନ ଉପରେ ବିଚାର କରିବାକୁ ମନା କରିଦେଇଛନ୍ତି ।

ସେପଟେ ପୋଲିସ ହେପାଜତରେ ମହାରାଷ୍ଟ୍ରର ଏକ ହସ୍ପିଟାଲରେ ଚିକିତ୍ସା କରାଇବା ପାଇଁ ରାଜସ୍ଥାନ ହାଇକୋର୍ଟଙ୍କ ନିକଟକୁ ଯିବାକୁ ଆଶାରାମଙ୍କୁ କୁହାଯାଇଛି । ଆଶାରାମ ସ୍ୱାସ୍ଥ୍ୟ ଖରାପ ଥିବା ଦର୍ଶାଇ ସୁପ୍ରିମକୋର୍ଟଙ୍କଠାରୁ ଆଶ୍ୱସ୍ତି ମାଗିଥିଲେ ।

କୋର୍ଟ କହିଛନ୍ତି ଯେ ନିମ୍ନ ଅଦାଲତଙ୍କଠାରୁ ମିଳିଥିବା ଆଜୀବନ କାରାଦଣ୍ଡ ବିରୋଧରେ ଆଶାରାମଙ୍କ ଆବେଦନ ଉପରେ ରାଜସ୍ଥାନ ହାଇକୋର୍ଟ ଶୀଘ୍ର ଶୁଣାଣି କରନ୍ତୁ । ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି, ଚିକିତ୍ସା ସମ୍ବନ୍ଧୀୟ ଆଶ୍ୱସ୍ତି ପାଇଁ ସେ ରାଜସ୍ଥାନ ହାଇକୋର୍ଟରେ ଆବେଦନ କରନ୍ତୁ ।

ଏହାପୂର୍ବରୁ ୨୦୨୩ ସେପ୍ଟେମ୍ବରରେ ସୁପ୍ରିମକୋର୍ଟ ଆଶାରାମଙ୍କୁ ଜାମିନ ଦେବାକୁ ମନା କରିଦେଇଥିଲେ । ରାଜସ୍ଥାନ ହାଇକୋର୍ଟ ଜାମିନ ଆବେଦନ ଖାରଜ କରିବା ପରେ ଆଶାରାମଙ୍କ ଓକିଲ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ରାଜସ୍ଥାନ ହାଇକୋର୍ଟ ୨୦୨୨ରେ ଆଶାରାମଙ୍କ ଜାମିନ ଆବେଦନ ପ୍ରତ୍ୟାଖ୍ୟାନ କରିଥିଲେ ।

ବର୍ତ୍ତମାନ ଆଶାରାମଙ୍କୁ ୮୧ ବର୍ଷ ବୟସ ଏବଂ ସେ ଅନେକ ଗମ୍ଭୀର ରୋଗରେ ପୀଡିତ । ୨୦୧୩ରେ ରାଜସ୍ଥାନସ୍ଥିତ ଆଶ୍ରମରେ ନାବାଳିକାଙ୍କୁ ଦୁଷ୍କର୍ମ ସମ୍ବନ୍ଧିତ ଏକ ମାମଲାରେ ଆଶାରାମ ଯୋଧପୁର ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.