ମମତାଙ୍କୁ ଝଟକା, ସୁପ୍ରିମକୋର୍ଟ ‘ଦି କେରଳ ଷ୍ଟୋରୀ’ ଉପରୁ ହଟାଇଲେ ବ୍ୟାନ୍
ଫିଲ୍ମ ‘ଦି କେରଳ ଷ୍ଟୋରୀ’ ଉପରୁ ସୁପ୍ରିମକୋର୍ଟ ବ୍ୟାନ ହଟାଇବା ପରେ ପଶ୍ଚିମବଙ୍ଗରେ ଫିଲ୍ମ ଚାଲିବା ନେଇ ରାସ୍ତା ସଫା ହୋଇଯାଇଛି । ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଲାଗିଛି ଝଟ୍କା । ପଶ୍ଚିମବଙ୍ଗରେ ଏହି ଫିଲ୍ମ ଚାଲିବା ଉପରେ ମମତା ପ୍ରତିବନ୍ଧକ ଲଗାଇଥିଲେ । ରାଜ୍ୟ ସରକାରଙ୍କ ନିଷିଦ୍ଧାଦେଶ ଉପରେ ସୁପ୍ରିମକୋର୍ଟ ଷ୍ଟେ ଲଗାଇଛନ୍ତି ।
ନୂଆଦିଲ୍ଲୀ : ଫିଲ୍ମ ‘ଦି କେରଳ ଷ୍ଟୋରୀ’ ଉପରୁ ସୁପ୍ରିମକୋର୍ଟ ବ୍ୟାନ ହଟାଇବା ପରେ ପଶ୍ଚିମବଙ୍ଗରେ ଫିଲ୍ମ ଚାଲିବା ନେଇ ରାସ୍ତା ସଫା ହୋଇଯାଇଛି । ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଲାଗିଛି ଝଟ୍କା । ପଶ୍ଚିମବଙ୍ଗରେ ଏହି ଫିଲ୍ମ ଚାଲିବା ଉପରେ ମମତା ପ୍ରତିବନ୍ଧକ ଲଗାଇଥିଲେ । ରାଜ୍ୟ ସରକାରଙ୍କ ନିଷିଦ୍ଧାଦେଶ ଉପରେ ସୁପ୍ରିମକୋର୍ଟ ଷ୍ଟେ ଲଗାଇଛନ୍ତି । ଫଳରେ ପଶ୍ଚିମବଙ୍ଗରେ ଏବେ ’ଦି କେରଳ ଷ୍ଟୋରୀ’ ଫିଲ୍ମ ଚାଲି ପାରିବ ।
ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ଆସିବା ପରେ ପଶ୍ଚିମବଙ୍ଗ ମନ୍ତ୍ରୀ ଶଶି ପାଂଜା କହିଛନ୍ତି, ରାଜ୍ୟ ପାଇଁ କେଉଁଟା ଠିକ ଓ କେଉଁଟା ଭୁଲ ତାହା ମୁଖ୍ୟମନ୍ତ୍ରୀ ମମତା ଜାଣିଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ଏହା ଉପରେ ନିଷ୍ପତ୍ତି ନେବେ ।
ଫିଲ୍ମ ‘ଦି କେରଳ ଷ୍ଟୋରୀ‘ ରେ ୩୨ ହଜାର ମହିଳାଙ୍କୁ ଇସଲାମରେ ସାମିଲ କରିବା ଓ ସେମାନଙ୍କୁ ଆତଙ୍କବାଦୀ ସଂଗଠନ ରେ ଭର୍ତ୍ତି କରିବା ନେଇ ଫିଲ୍ମରେ ଦେଖାଯାଇଥିଲା । ଏହି ଫିଲ୍ମର ଟ୍ରେଲର ଆସିବା ପରେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ପଶ୍ଚିମବଙ୍ଗ ସରକାର ମେ ୮ ରେ ଫିଲ୍ମକୁ ରାଜ୍ୟରେ ଚଳାଇବା ଉପରେ ବ୍ୟାନ ଲଗାଇଥିଲେ ।