Below header

ସୁପ୍ରିମକୋର୍ଟରେ ଆଜି ଜାମିଆ ହିଂସା ଶୁଣାଣି, ହ୍ୟୁମାନ ରାଇଟ୍ସ ଲ ନେଟଓ୍ଵାର୍କ ପକ୍ଷରୁ କୋର୍ଟରେ ହୋଇଥିଲା ମାମଲା ରୁଜୁ 

ନୂଆଦିଲ୍ଲୀ: ଦିଲ୍ଲୀ ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟ ହିଂସାକାଣ୍ଡ ମାମଲାରେ ଆଜି ସୁପ୍ରିମକୋର୍ଟରେ ରହିଛି ଶୁଣାଣି। କ୍ୟାମ୍ପସ ଭିତରେ ପଶି ପୋଲିସର କାର୍ଯ୍ୟାନୁଷ୍ଠାନ ବିରୋଧରେ ଦାୟର ପିଟିସନର ଶୁଣାଣି କରିବ କୋର୍ଟ। ହ୍ୟୁମାନ ରାଇଟ୍ସ ଲ ନେଟଓ୍ଵାର୍କ ପକ୍ଷରୁ କୋର୍ଟରେ ମାମଲା ରୁଜୁ ହୋଇଥିଲା । ଗତକାଲି ଶୁଣାଣି ବେଳେ ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେ କହିଥିଲେ, ହିଂସାକୁ କୌଣସି ମତେ ବରଦାସ୍ତ କରାଯିବ ନାହିଁ । ତୁରନ୍ତ ହିଂସା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଛାତ୍ରଛାତ୍ରୀ ବୋଲି ସେମାନେ ଆଇନ ହାତକୁ ନେଇ ପାରିବେ ନାହିଁ ବୋଲି ପ୍ରଧାନ ବିଚାରପତି କହିଥିଲେ ।jamia

ସେପଟେ ଜାମିଆ ଛାତ୍ରଛାତ୍ରୀଙ୍କ ଉପରେ ପୋଲିସ ଆକ୍ରମଣକୁ ନିନ୍ଦା କରିଥିଲେ ବିଶ୍ୱବିଦ୍ୟାଳୟର କୁଳପତି ନଜମା ଅଖତର। ସେ କହିଥିଲେ, ଜାମିଆ ଇସଲାମିଆକୁ ଟର୍ଗେଟ୍‌ କରାନଯାଉ। ପୋଲିସ ବିନା ଅନୁମତିରେ କ୍ୟମ୍ପସରେ ପଶିଥିଲା। ଛାତ୍ରଛାତ୍ରୀମାନେ ମାନସିକ ଭାବେ ଯେଉଁ କ୍ଷତି ସହିଛନ୍ତି ତାକୁ ଭରଣା କରିହେବ ନାହିଁ। ଏଭଳି ପରିସ୍ଥିତିରେ ସୁପ୍ରିମକୋର୍ଟ କି ନିଷ୍ପତ୍ତି ଶୁଣାଇବେ ତାଉପରେ ସମସ୍ତଙ୍କ ନଜର ରହିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.