ଭେଷଜ ବିଜ୍ଞାନରେ ସ୍ୱିଡେନର ସ୍ୱାନ୍ତେ ପେବୋଙ୍କୁ ନୋବେଲ, ସହକର୍ମୀମାନେ ସ୍ୱାନ୍ତେଙ୍କୁ ପୋଖରୀ ଭିତରକୁ ଫିଙ୍ଗି ଖୁସି ଜାହିର କରିଛନ୍ତି

କେନ୍ୟୁଜ୍(ବ୍ୟୁରୋ): ନୋବେଲ ପୁରସ୍କାର ପାଇଁ ଖୁସି । ୨୦୨୨ ବର୍ଷ ପାଇଁ ଭେଷଜ ବିଜ୍ଞାନରେ ସ୍ୱିଡେନର ସ୍ୱାନ୍ତେ ପେବୋଙ୍କୁ ନୋବେଲ ମିଳିବା ନେଇ ଘୋଷଣା ପରେ ଖୁସିର ଲହରୀ । ସହକର୍ମୀମାନେ ସ୍ୱାନ୍ତେଙ୍କ ସହ ମିଶି ଖୁସି ମନାଇଛନ୍ତି । ତାଙ୍କୁ ପୋଖରୀ ଭିତରକୁ ଫିଙ୍ଗି ଖୁସି ଜାହିର କରିଛନ୍ତି । ଇଭୋଲ୍ୟୁସନାରୀ ଜେନେଟିକ୍ସ କ୍ଷେତ୍ରରେ ସ୍ୱାନ୍ତେ ପେବୋଙ୍କ ବିଶେଷତା ରହିଛି । ବିଲୁପ୍ତ ଆଦିମାନବର ଗୁଣସୂତ୍ର ଓ ମାନବ ବିବର୍ତ୍ତନ ସଂପର୍କିତ ଉଦ୍ଭାବନ ପାଇଁ ତାଙ୍କୁ ମେଡିସିନରେ ନୋବେଲ ପ୍ରଦାନ କରାଯିବ ।

ଜର୍ମାନୀର ଲେପିଜିଗ୍‌ରେ ମାକ୍ସ ପ୍ଲାଙ୍କ ଇନଷ୍ଟିଚ୍ୟୁଟ ଫର୍‌ ଇଭୋଲ୍ୟୁସନାରୀ ଆନ୍ଥ୍ରୋପୋଲୋଜୀର ଜେନେଟିକ୍ସ ଡିପାର୍ଟମେଣ୍ଟର ସେ ପ୍ରତିଷ୍ଠାତା ନିର୍ଦ୍ଦେଶକ । ମେଡିସିନରେ ନୋବେଲ ପୁରସ୍କାର ନେଇ ବିଶିଷ୍ଟ ବୈଜ୍ଞାନିକ ସ୍ୱାନ୍ତେଙ୍କ ନାଁ ଘୋଷଣା ପରେ ସହକର୍ମୀମାନେ ତାାଙ୍କୁ ପୋଖରୀ ଭିତରକୁ ଫିଙ୍ଗି ଖୁସି ମନାଇଥିଲେ । ସାଧାରଣତଃ ସ୍ୱିଡେନରେ ଜଣେ ପିଏଚଡି ଲାଭ କଲେ ତାଙ୍କ ସହକର୍ମୀମାନେ ପୋଖରୀ ଭିତରକୁ ଫିଙ୍ଗି ଖୁସି ଜାହିର କରନ୍ତି । ସ୍ୱାନ୍ତେ ପେବୋ ନୋବେଲ ପୁରସ୍କାର ପାଇଥିବାରୁ ତାଙ୍କ ସହକର୍ମୀମାନେ ମଧ୍ୟ ଅନୁରୂପ ଭାବେ ଖୁସି ମନାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.