କରୋନାର ୩ୟ ଲହର ପାଇଁ ଆସିଲା ନୂଆ ଗାଇଡଲାଇନ୍ସ,, ଜାଣନ୍ତୁ

କରୋନା ମହାମାରୀ କବଳରେ ଏବେ ସାରା ଦୁନିଆ । ପ୍ରଥମ ୱେଭ ପରେ କରୋନାର ୨ୟ ଲହର ମାଡ଼ କରିଛି ।  ୩ୟ ଲହରକୁ ନେଇ ଏବେ ସମସ୍ତେ ଚିନ୍ତାରେ । ଏହାକୁ ନେଇ କେନ୍ଦ୍ର ସରକାରଙ୍କ ମୁଖ୍ୟ ବେଜ୍ଞାନିକ ଆଡଭାଇଜର ବିଜୟ ରାଘବନ କହିଛନ୍ତି ଯେ, ଯଦି ଆମେ ସଚେତନ ହୋଇ ରହିବା ତେବେ ଆମେ ସମସ୍ତେ କରୋନାର ୩ୟ ଲହରରୁ ନିଜକୁ ବଞ୍ଚାଇପାରିବା । ଏଥିପାଇଁ ଲାଗୁ ହୋଇଥିବା ସମସ୍ତ ପ୍ରକାର ଗାଇଡଲାଇନ୍ସ ପାଳନ କରିବା ସହ ନିଜକୁ ଓ ନିଜ ପରିବାର ବର୍ଗଙ୍କୁ ସଚେତନ ଓ ସୁରକ୍ଷିତ ରଖିହେବ ।

ରାଘବନଙ୍କ କହିବା ଅନୁଯାୟୀ, ଯଦି ଏହି ଜରୁରୀ ନିୟକୁ ପାଳନ କରାଯାଏ ତେବେ ଦେଶର ଅନେକ ସ୍ଥାନରେ ଏହି ଲହର ନିଜର କାୟା ବିସ୍ତାର କରିପାରିବ ନାହିଁ । କରୋନାର ୩ୟ ଲହର ଦେଶରେ ଆସିବା ଦ୍ୱାରା କରୋନା ଆହୁରି ଶକ୍ତିଶାଳୀ ହୋଇଯିବ ।

  • ବ୍ୟକ୍ତିଗତ ସ୍ତରରେ ତଥା ସାମାଜିକ ସ୍ତରରେ ସଚେତନ ରହି ଗାଇଡଲାନନ୍ସକୁୁ ପାଳନ କରିବାକୁ ରାଘବନ କହିଛନ୍ତି ।
  • ସାବଧାନ ଅବଲମ୍ବନ କରିବା ସହ ସର୍ଭିଲାନ୍ସ , କଣ୍ଟେନମେଣ୍ଟ ଓ ଟ୍ରିଟମେଣ୍ଟ ସହ ଗାଇଡଲାଇନ୍ସକୁ ମାନିବା ଦ୍ୱାରା କରୋନାକୁ ରୋକାଯାଇପାରିବ ।
  • ଶାରୀରିକ ଦୂରତା ସହ ମାସ୍କ ଓ ସାନିଟାଇଜର ବ୍ୟବହାର କରିବା ଉପରେ ବିଶେଷ ଧ୍ୟାନ ଦେବାକୁ କହିଛନ୍ତି ।
  • ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଯେକୌଣସି ସ୍ଥାନରେ ଅବା ହସ୍ପିଟାଲରେ ପଜିଟିଭ ସଂଖ୍ୟା ବୃଦ୍ଧି ପାଇଲେ ସେହି ସ୍ଥାନରେ ୧୪ ଦିନ ପର୍ଯ୍ୟନ୍ତ କଡା ନିୟମ ଲାଗୁ କରାଯାଉ । ଏହାସହ ସେଭଳି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ରୂପେ ଘୋଷଣା କରାଯାଉ ।
  • ଲୋକଙ୍କ ଆଣ୍ଟିଜେନ ଟେଷ୍ଟ ମଧ୍ୟ ବଢ଼ାଯାଉ ।

ରାଘବନଙ୍କ କହିବା ଅନୁଯାୟୀ , ସବୁସମୟରେ ଦେଶର ବିଭିନ୍ନ ସ୍ଥାନରୁ କରୋନା ରୋଗୀ ଚିହ୍ନଟ ହେଉଛନ୍ତି । ଏହି ସମୟରେ ଗାଇଡଲାଇନର ଅବମାନନା ହେଉଥିବାର ମଧ୍ୟ ଜଣାପଡିଛି । ତେଣୁ ଆମେ ଯଦି ଏହାକୁ ମାନିବା ଓ ନିଜେ ସତର୍କ ରହିବା ତେବେ ଯାଇଁ ସଂକ୍ରମଣରୁ ନିଜକୁ ରକ୍ଷା କରିପାରିବା । ଭ୍ୟାକସିନ ନେବା ପରେ ମାସ୍କ ସହ ସତର୍କତା ଅବଲମ୍ବନ କରିବାକୁ କହିଛନ୍ତି । ଏହାସହ ଯେଉଁମାନେ ବିନା ଲକ୍ଷଣରେ ସଂକ୍ରମିତ ହେଉଛନ୍ତି ସେମାନେ ମଧ୍ୟ ଅନ୍ୟମାନଙ୍କଠୁ ଦୂରେଇ ରହିବା ଆବଶ୍ୟକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.