ଆଫଗାନିସ୍ତାନରେ ତାଲିବାନଙ୍କ ରାଜ୍, ମେଡିସିନ ଷ୍ଟୋରରେ ଗର୍ଭ ନିରୋଧକ ଏବଂ କଣ୍ଡୋମ୍ ବିକ୍ରି ବ୍ୟାନ୍
ତାଲିବାନଙ୍କ ମୁଣ୍ଡ କାମ କରୁନି । ଆଫଗାନିସ୍ତାନ ଉପରେ କବଜା କରିବା ପରେ ଏବେ ମେଡିସିନ ଷ୍ଟୋରରେ ଗର୍ଭ ନିରୋଧକ ଏବଂ କଣ୍ଡୋମ୍ ବିକ୍ରି ନିଷିଦ୍ଧି କରାଯାଇଛି । ପାଶ୍ଚାତ୍ୟ ଢାଞ୍ଚା ନ ଗ୍ରହଣ କରିବାକୁ ନିର୍ଦ୍ଦେଶ ।
ତାଲିବାନ ପକ୍ଷରୁ ଆଫଗାନିସ୍ତାନରେ ଗର୍ଭ ନିରୋଧକ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛି। ମହିଳାଙ୍କୁ ଗର୍ଭନିରୋଧକ ଔଷଧ ସେବନ ନ କରିବାକୁ କୁହାଯାଇଛି । ଏଥିସହିତ ମେଡିକାଲ ଷ୍ଟୋରମାନଙ୍କରେ ମଧ୍ୟ ଏହାର ବିକ୍ରି ଉପରେ ରୋକ ଲାଗୁ କରାଯାଇଛି । ଏହାଛଡା ଦୋକାନକୁ ସମସ୍ତ ଜନ୍ମ ନିୟନ୍ତ୍ରଣ ଜିନିଷ ବିକ୍ରି କରିବା ପାଇଁ ମନା କରାଯାଇଛି । ଆଫଗାନିସ୍ତାନ ଉପରେ ତାଲିବାନ ରାଜ କରିବା ପରେ ଏମିତି ସବୁ ଅଦ୍ଭୁତ ଜିନିଷ ଦେଖିବାକୁ ମିଳିଛି । ବହୁ କ୍ଷେତ୍ରରେ କଟକଣା ଲାଗୁ ହେଉଥିବା ଦେଖାଯାଉଛି । ଫଳରେ ଜନସାଧାରଣ ଅସହ୍ୟ ଯନ୍ତ୍ରଣା ମଧ୍ୟରେ ଘାଣ୍ଟି ହୋଇଯାଉଛନ୍ତି । ଦୋକାନକୁ ଯାଇ ତାଲିବାନର କମାଣ୍ଡର କହିଛନ୍ତି, ବାହାରକୁ ଯାଇ ପାଶ୍ଚାତ୍ୟ ଢାଞ୍ଚା ଗ୍ରହଣ କରିବା ଦରକାର ନାହିଁ । ଜନସଂଖ୍ୟା ନିୟନ୍ତ୍ରଣ କରିବା ଅନାବଶ୍ୟକ । ଏହାଛଡା ଦୋକାନରେ ଏହିସବୁ ଜିନିଷ ଷ୍ଟକ ରଖିବା ପାଇଁ ବାରଣ କରାଯାଇଛି ।
ସୂଚନା ମୁତାବକ, ତାଲିବାନ ଆଫଗାନିସ୍ତାନରେ କଣ୍ଡୋମ ସହିତ ଗର୍ଭନିରୋଧକ ମେଡିସିନ ବ୍ୟାନ କରାଯାଇଛି । ପୂର୍ବରୁ ମଧ୍ୟ ଦେଶରେ ବହୁ କଠୋର କଟକଣା ଲାଗୁ କରାଯାଇଥିଲା । ପ୍ରଥମେ ଯୁବତୀଙ୍କୁ ବିନା ମେହରମରେ ଘରୁ ବାହାରିବା ନେଇ ବ୍ୟାନ କରାଯାଇଥିଲା । ତା’ପରେ ସ୍କୁଲ, କଲେଜ ଯିବା ନେଇ ପ୍ରତିବନ୍ଧକ ଲାଗୁ କରାଯାଇଥିଲା । ଏବେ ପୁଣି ଥରେ ତାଲିବାନ ଦେଶରେ କଣ୍ଡୋମ ବିକ୍ରି ନେଇ ନିର୍ଦ୍ଦେଶନାମା ଜାରି ହୋଇଛି ।
Taliban bans contraception calling use a ‘western conspiracy’ https://t.co/wxM2nAFxuS
— The Guardian (@guardian) February 17, 2023
ତାଲିବାନୀ ଯୁବକମାନେ ବ୍ୟକ୍ତିଗତ ଭାବେ ଲୋକଙ୍କ ଘରକୁ ଯାଇ କଣ୍ଡୋମ ବ୍ୟବହାର ନ କରିବାକୁ ଅପିଲ କରୁଛନ୍ତି । ଏହାଛଡା ମେଡିସିନ ଦୋକାନରେ ବନ୍ଧୁକ ଧରି ଧମକ ଦେଉଛନ୍ତି । ତାଲିବାନୀ ବନ୍ଧୁକଧାରୀ ଯୁବକମାନେ ସେମାନଙ୍କର ଦୋକାକୁ ଦିନକୁ ଦୁଇ-ତିନି ଥରି ଆସି ଗର୍ଭନିରୋଧକ ଔଷଧ ନ ବିକିବାକୁ ଆଦେଶ ଦେଇଥିବା କାବୁଲ ସହରର ଜଣେ ମେଡିକାଲ ଷ୍ଟୋରର ମାଲିକ କହିଛନ୍ତି । କେବଳ ଏତିକି ନୁହେଁ ତାଲିବାନୀମାନେ ନିୟମିତ ଭାବେ ଷ୍ଟୋକୁ ଆସି ଯାଞ୍ଚ ମଧ୍ୟ କରୁଛନ୍ତି । କାବୁଲ ସହିତ ବିଭିନ୍ନ ପ୍ରାନ୍ତରେ ଏହାର ବିକ୍ରିକୁ ବ୍ୟାନ କରାଯାଇଛି ।
ଏହାକୁ ନେଇ ଆଫଗାନରେ ଜନ୍ମିତ ଜଣେ ସାମାଜିକ କାର୍ଯ୍ୟକତ୍ତା କହିଛନ୍ତି, ତାଲିବାନ କେବଳ ମହିଳାଙ୍କ କାମ କରିବା ପଢିବା ନୁହେଁ ବରଂ ତାଙ୍କ ଶରୀର ଉପରେ ନିୟନ୍ତ୍ରଣ କରିବା ବହୁତ ଅପମାନଜନକ ।