ଶେଷରେ ଅସଲି ସ୍ୱରୂପକୁ ଫେରିଲା ତାଲିବାନ, ସର୍ବସାଧାରଣରେ ଦୋଷୀକୁ ମୃତ୍ୟୁ ଦଣ୍ଡ, ତାଲିବାନ ଶାସନରେ ପ୍ରଥମ ଫାଶୀ

କାବୁଲ : ଆଫଗାନସ୍ତାନରେ ତାଲିବାନ ଶାସନ ଆରମ୍ଭ ହେବା ପରେ ଆଶଙ୍କା କରାଯାଉଥିବା ଅତ୍ୟାଚାର ଏବେ ଆରମ୍ଭ ହୋଇଯାଇଛି । ଶାସନ ଦଖଲ କରିବା ପରେ ତାଲିବାନମାନେ ଯେଉଁ ପ୍ରଜା ମଙ୍ଗଳ ଶାସନର ଘୋଷଣା କରିଥିଲେ । ତାହା ମିଥ୍ୟା ହେବାକୁ ବସିଛି । ଦୁନିଆ ଆଗରେ ଦେଖାଉଥିବା ନକଲି ଭାବମୂର୍ତ୍ତି ଏବେ ଧରାପଡିଯାଇଛି ।

କ୍ରୁରତାର ସବୁ ସୀମା ଲଂଘନ କରି ପୁଣି ଥରେ ତାଲିବାନୀ ସରକାର ସର୍ବସାଧାରଣରେ ଜଣେ ଦୋଷୀକୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଛନ୍ତି । ୨୦୨୧ରେ ଶାସନକୁ ଫେରିବା ପରେ ଦେଶରେ କଠୋର ନିୟମ ଲାଗୁ କରିବା, ଇସଲାମିକ କାନୁନ ସରିୟା କାଏମ ରଖିବା ପାଇଁ ସରକାରଙ୍କ ଆଭିମୁଖ୍ୟ ପଦାକୁ ଆସିଛି । ରାଜଧାନୀ ପ୍ରାନ୍ତୀୟ ଅଂଚଳରେ ଜଣେ ଦୋଷୀକୁ ମୃତ୍ୟୁ ଦଣ୍ଡ ଦେବା ଘଟଣା ସାମନାକୁ ଆସିଛି ।

ସୂଚନା ଅନୁଯାୟୀ, ଆନ୍ତରିକ ମନ୍ତ୍ରୀ ସିରାଜୁଦ୍ଦିନ ହକ୍କାନୀ, ଉପପ୍ରଧାନ ମନ୍ତ୍ରୀ ଅବଦୁଲ ଗନି ବରାଦର, ଦେଶର ମୁଖ୍ୟ ନ୍ୟାୟାଧୀଶ, ବିଦେଶ ମନ୍ତ୍ରୀ ଓ ଶିକ୍ଷା ମନ୍ତ୍ରୀଙ୍କ ସହ ୧୨ରୁ ଅଧିକ ତାଲିବାନ ଅଧିକାରୀଙ୍କ ଉପସ୍ଥିତିରେ ଏହି ଦଣ୍ଡ ଦିଆଯାଇଛି । ଦଣ୍ଡକୁ ଅତି ସାବଧାନର ସହ ନିଆ ଯାଇଛି । ତିନି ମୁଖ୍ୟ ନ୍ୟାୟାଳୟ ନେତାଙ୍କ ପରାମର୍ଶ ଅନୁଯାୟୀ ଏହି ଦଣ୍ଡବିଧାନ କରାଯାଇଛି ।

ତାଜମିର ନାମକ ଯେଉଁ ବ୍ୟକ୍ତିକୁ ମୃତ୍ୟୁ ଦଣ୍ଡ ଦିଆଯାଇଛି, ୫ ବର୍ଷ ପୂର୍ବେ ଉକ୍ତ ବ୍ୟକ୍ତି ଜଣେ ବ୍ୟକ୍ତିକୁ ହତ୍ୟା କରିବା ଓ ତାର ମୋଟର ସାଇକଲ ଓ ଫୋନ ଚୋରାଇ ନେବା ଅପରାଧରେ ଦୋଷୀ ସାବ୍ୟସ୍ତ କରାଯାଇଥିଲ । ଆଫଗାନର ସର୍ବୋଚ୍ଚ ନ୍ୟାୟାଳୟର ରାୟ ଅନୁଯାୟୀ ଉକ୍ତ ଦୋଷୀକୁ ସର୍ବ ସମ୍ମୁଖରେ ଚାବୁକ ମାରିବା ସହ ଫାଶୀ ଦଣ୍ଡ ଦିଆଯାଇଛି । ଏହି ଘଟଣା ପରେ ତାଲିବାନଙ୍କ ଅସଲ ସ୍ୱରୂପ ପଦାକୁ ଆସିଛି । ସେଠାରେ ପୁଣି ଥରେ ୧୯୯୦ ଦଶକରେ ଚାଲୁଥିବା କଠୋର ଶାସନ ଫେରିବାର ଆଶଙ୍କା କରାଯାଇଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.