Below header

ଭାରତ କିମ୍ବା ଅନ୍ୟ ଦେଶକୁ ଅଫିସ ସ୍ଥାନାନ୍ତରିତ କରିପାରନ୍ତି ଇସ୍ରାଏଲରେ ଥିବା ସୂଚନାପ୍ରଯୁକ୍ତି କମ୍ପାନୀ

ଇସ୍ରାଏଲ ଓ ପାଲେଷ୍ଟାଇନ ଯୁଦ୍ଧ ପାଇଁ ପ୍ରଭାବିତ ହେଉଛନ୍ତି ଆଇଟି କମ୍ପାନୀ ।  ଭାରତ କିମ୍ବା ଅନ୍ୟ ଦେଶକୁ ଅଫିସ ସ୍ଥାନାନ୍ତରିତ କରିପାରନ୍ତି ଇସ୍ରାଏଲରେ ଥିବା ସୂଚନାପ୍ରଯୁକ୍ତି କମ୍ପାନୀ।

ଇସ୍ରାଏଲ ଓ ପାଲେଷ୍ଟାଇନ ଯୁଦ୍ଧ ପାଇଁ ପ୍ରଭାବିତ ହେଉଛନ୍ତି ଆଇଟି କମ୍ପାନୀ ।  ଭାରତ କିମ୍ବା ଅନ୍ୟ ଦେଶକୁ ଅଫିସ ସ୍ଥାନାନ୍ତରିତ କରିପାରନ୍ତି ଇସ୍ରାଏଲରେ ଥିବା ସୂଚନାପ୍ରଯୁକ୍ତି କମ୍ପାନୀ। ଯଦି ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଲଢେଇ ଶୀଘ୍ର ନିର୍ଣ୍ଣାୟକ ସ୍ଥିତିକୁ ନଆସେ ତେବେ ସେଠାକାର ବଡ ବଡ ପ୍ରଯୁକ୍ତି କମ୍ପାନୀ ନିଜ କାର୍ଯ୍ୟାଳୟ ଭାରତ, ମଧ୍ୟପ୍ରାଚ୍ୟ ଓ ପୂର୍ବ ୟୁରୋପର କୌଣସି ଦେଶକୁ ସ୍ଥାନାନ୍ତରିତ କରିବାକୁ ଯୋଜନା କରୁଛନ୍ତି।

ଇସ୍ରାଏଲ ଭଳି ଟାଇମ ଜୋନ୍ ଥିବା ସ୍ଥାନକୁ ଅଫିସ୍ ସ୍ଥାନାନ୍ତରିତ କରିବାକୁ ଯୋଜନା କରୁଛନ୍ତି ମାଇକ୍ରୋସଫ୍ଟ, ଇଣ୍ଟେଲ, ଗୁଗୁଲ ଭଳି ୫ଶହ ବିଶ୍ୱସ୍ତରୀୟ କମ୍ପାନୀ। ଭାରତ ଓ ଇସ୍ରାଏଲର ଟାଇମ ଜୋନ ମଧ୍ୟରେ ମାତ୍ର ୨ ଘଣ୍ଟା ୩୦ ମିନିଟ୍ ପାର୍ଥକ୍ୟ ଥିବାରୁ ତଥା ଭାରତରେ ଉଚ୍ଚକୁଶଳୀ ଆଇଟି ପ୍ରଫେସନାଲ ଥିବାରୁ ବିକଳ୍ପ ଭାବେ ଭାରତକୁ ଚୟନ କରିବାକୁ ଅଧିକାଂଶ କମ୍ପାନୀ ବିଚାର କରୁଚନ୍ତି।  ଏହି କମ୍ପାନୀଗୁଡିକରେ ୧ ଲକ୍ଷରୁ ଅଧିକ କର୍ମଚାରୀ ନିୟୋଜିତ ଅଛନ୍ତି। ତେବେ ହମାସର ଅଚାନକ ଆକ୍ରମଣ ପରେ ଏହି କମ୍ପାନୀଗୁଡିକର ପରିଚାଳନା ପ୍ରଭାବିତ ହୋଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.