ମଧ୍ୟପ୍ରଦେଶରେ ପ୍ରିୟଙ୍କା ଗାନ୍ଧିଙ୍କ ପ୍ରତିଶ୍ରୁତି, ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ମାଗଣା ଶିକ୍ଷା

ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଯାଇଛି ପ୍ରତିଶ୍ରୁତିର ବନ୍ୟା। ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମାଗଣା ଶିକ୍ଷା ସହିତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମାସକୁ ୫ ଶହ ଟଙ୍କା ଭତ୍ତା, ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ୧ ହଜାର ଟଙ୍କା ଏବଂ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କୁ ଦେଢ ହଜାର ଟଙ୍କା ଭତ୍ତା ଦିଆଯିବ।

ପଢୋ ପଢାଓ ଯୋଜନା ଅନ୍ତର୍ଗତ ଏହି ସୁବିଧା ଯୋଗାଇ ଦିଆଯିବ ବୋଲି ମଧ୍ୟପ୍ରଦେଶର ମଣ୍ଡଳ ଜିଲ୍ଲାରେ ଆୟୋଜିତ ନିର୍ବାଚନୀ ସଭାରେ ପ୍ରତିଶ୍ରୁତି ଦେଇଛନ୍ତି କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି। ଏହାସହିତ ଜାତିଭିତ୍ତିକ ଜନଗଣନା, ମହିଳାଙ୍କୁ ପ୍ରତି ମାସରେ ଦେଢ ହଜାର ଟଙ୍କା ଭତ୍ତା, ପଛୁଆ ବର୍ଗଙ୍କୁ ୨୭ ପ୍ରତିଶତ ସଂରକ୍ଷଣ, ଚାଷୀଙ୍କ ଋଣ ଛାଡ ଆଦି ପ୍ରତିଶ୍ରୁତି ଦେଇଛନ୍ତି ପ୍ରିୟଙ୍କା।

୧୮ ବର୍ଷ ଧରି ରାଜ୍ୟରେ କ୍ଷମତାରେ ଥିବା ବିଜେପି ସରକାର ୨୫୦ରୁ ଅଧିକ ଦୁର୍ନୀତି ମାମଲାରେ ଜଡିତ ହୋଇପଡିଛି। କେବଳ ନିର୍ବାଚନ ଆସିଲେ ବିଜେପି ଭୋଟରଙ୍କୁ ମନେ ପକାଇଥାଏ ବୋଲି ଏହି ଅବସରରେ ପ୍ରିୟଙ୍କା କହିଛନ୍ତି।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.