ପୁରୀରୁ ଲଢିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ! ଏମିତି କହିଲେ ବିଧାୟକ ଜୟନ୍ତ ଷଡଙ୍ଗୀ
ଲୋକସଭା ନିର୍ବାଚନରେ ପୁରୀରୁ ମୋଦୀ ନିର୍ବାଚନ ଲଢିବା ନେଇ ଶୁଣିଛନ୍ତି କହିଲେ ବିଧାୟକ ଜୟନ୍ତ ଷଡ଼ଙ୍ଗୀ। ପୁରୀବାସୀଙ୍କ ଇଚ୍ଛା ଓ ମହାପ୍ରଭୁଙ୍କ ଆର୍ଶୀବାଦ ରହିଲେ ପୁରୀରୁ ଲଢିବେ ମୋଦୀ ଓ ଜିତିବେ ମୋଦି।
ପୁରୀ(କେନ୍ୟୁଜ୍): ପୁରୀରୁ ଲଢିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି !! ପ୍ରତିକ୍ରିୟା ରଖିଲେ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ। ଲୋକସଭା ନିର୍ବାଚନରେ ପୁରୀରୁ ମୋଦୀ ନିର୍ବାଚନ ଲଢିବା ନେଇ ଶୁଣିଛନ୍ତି କହିଲେ ବିଧାୟକ ଜୟନ୍ତ ଷଡ଼ଙ୍ଗୀ। ପୁରୀବାସୀଙ୍କ ଇଚ୍ଛା ଓ ମହାପ୍ରଭୁଙ୍କ ଆର୍ଶୀବାଦ ରହିଲେ ପୁରୀରୁ ଲଢିବେ ମୋଦି ଓ ଜିତିବେ ମୋଦି।। ଏହାସହ ଜିଲ୍ଲାର ୬ ଟି ବିଧାନସଭା ନିର୍ବାଚନମଣ୍ଡଳୀର ଫଳାଫଳ ମଧ୍ୟ ଭାରତୀୟ ଜନତା ପାର୍ଟି ସପକ୍ଷରେ ଯିବ ବୋଲି କହିଲେ ବିଧାୟକ ଜୟନ୍ତ ଷଡ଼ଙ୍ଗୀ।
ନବୀନ ପଟ୍ଟନାୟକ ପୁରୀରୁ ବିଧାନସଭା ନିର୍ବାଚନ ଲଢିବା ନେଇ ପ୍ରତିକ୍ରିୟା ରଖିଲେ ଜୟନ୍ତ। ଲଢେଇ ଶହେ ଶହେରେ ହେବ କହିଲେ ଜୟନ୍ତ। ସେପଟେ ଦଳ ଯଦି ପୁର୍ନବାର ଭରସା କରି ଟିକେଟ୍ ଦବ ତେବେ ଲୋକଙ୍କ ପାଇଁ କାମ ଅଧିକ କରିବେ କହିଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ।