ଗର୍ଭପାତ ନେଇ ସୁପ୍ରିମକୋର୍ଟଙ୍କ ମହିଳାଙ୍କୁ ପରାମର୍ଶ, ଜଣେ ଶିଶୁକୁ ଆମେ ମାରିପାରିବୁ ନାହିଁ

ଜଣେ ଶିଶୁକୁ ଆମେ ମାରିପାରିବୁ ନାହିଁ। ଏକ ମାମଲାର ଶୁଣାଣି କରି ଏମିତି କିଛି କହିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠ। ୨୬ ସପ୍ତାହର ଗର୍ଭ ନଷ୍ଟ ପାଇଁ ଜଣେ ବିବାହିତା ମହିଳାଙ୍କ ଆବେଦନର ଶୁଣାଣି କରି ଖଣ୍ଡପୀଠ ଏହା କହିବା ସହ ମହିଳାଙ୍କୁ ନିଜ ନିଷ୍ପତ୍ତିର ପୁର୍ନବିଚାର ପାଇଁ ଅନୁରୋଧ କରିଛନ୍ତି।

ଡାକ୍ତରଙ୍କ ରିପୋର୍ଟକୁ ଦୃଷ୍ଟିରେ ରଖି ଆଉ କିଛି ସପ୍ତାହ ଗର୍ଭଧାରଣ କରିବାକୁ ମହିଳାଙ୍କୁ ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ। ସମ୍ବିଧାନର ଧାରା ୨୧ ଅନୁଯାୟୀ ମହିଳା ଗର୍ଭପାତ ନିଷ୍ପତ୍ତି ନେଇପାରିବେ ବୋଲି ଖଣ୍ଡପୀଠ ମତ ଦେଇଥିବା ବେଳେ ଗର୍ଭସ୍ଥ ଶିଶୁର ଅଧିକାର ସମ୍ପର୍କରେ ମଧ୍ୟ ଚିନ୍ତା କରାଯିବା ଦରକାର ବୋଲି ଖଣ୍ଡପୀଠ ମତ ଦେଇଛନ୍ତି।

ଆଉ କିଛି ସପ୍ତାହ ଅପେକ୍ଷା କରି ମହିଳା ଜଣକ ଶିଶୁକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ ପାଇଁ ଦେଇପାରିବେ ବୋଲି ଖଣ୍ଡପୀଠ ମତ ଦେଇଛନ୍ତି। ଗତକାଲି ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ବେଳେ ଦୁଇ ବିଚାରପତିଙ୍କ ମତ ପାର୍ଥକ୍ୟ ହେବାରୁ ଅମେଳ ହେବାରୁ ଆଜି ସ୍ୱତନ୍ତ୍ର ବେଞ୍ଚରେ ମାମଲାର ଶୁଣାଣି ହୋଇଥିଲା।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.