ତାଲିବାନ ସହ ମିଶିବାକୁ ଚାହୁଁଛି ଅଲ କାଏଦା, ବଡ଼ ସନ୍ତ୍ରାସବାଦୀ ସଂଗଠନ ଗଠନ କରି ବଢ଼ାଇବେ ଆକ୍ରମଣ : ରିପୋର୍ଟ

ଆଗକୁ ବଢ଼ିବ ସନ୍ତ୍ରାସବାଦୀ ଆକ୍ରମଣ । ଦକ୍ଷିଣ ଏସିଆରେ ସୃଷ୍ଟି କରିବେ ଅସ୍ଥିରତା । କାରଣ ମିଶିବାକୁ ଯାଉଛନ୍ତି ତେହେରିକ-ଇ-ତାଲିବାନ ପାକିସ୍ତାନ (ଟିଟିପି)ସହ ଅଲକାଏଦା ସନ୍ତ୍ରାସବାଦୀ ସଂଗଠନ ।

ଇସଲାମବାଦ : ଆଗକୁ ବଢ଼ିବ ସନ୍ତ୍ରାସବାଦୀ ଆକ୍ରମଣ । ଦକ୍ଷିଣ ଏସିଆରେ ସୃଷ୍ଟି କରିବେ ଅସ୍ଥିରତା । କାରଣ ମିଶିବାକୁ ଯାଉଛନ୍ତି ତେହେରିକ-ଇ-ତାଲିବାନ ପାକିସ୍ତାନ (ଟିଟିପି)ସହ ଅଲକାଏଦା ସନ୍ତ୍ରାସବାଦୀ ସଂଗଠନ । ଏମିତି ଖବର ସମ୍ବଳିତ ରିପୋର୍ଟ ଦିଆଯାଇଛି ଜାତିସଂଘ ନିରାପତ୍ତା ପରିଷଦକୁ (ୟୁଏନଏସସି) ।

ତାଲିବାନ କ୍ଷମତାକୁ ଆସିବା ପରେ ବ୍ୟାନ ଟିଟିପି ଏବେ ଆଫଗାନିସ୍ତାନରେ ତା’ର ପ୍ରଭାବ ବିସ୍ତାର କରିଛି ବୋଲି ଜାତିସଂଘ ନିରାପତ୍ତା ପରିଷଦକୁ ରିପୋର୍ଟ ଦାଖଲ ହୋଇଛି । ୟୁଏନ କମିଟି ଆଶଙ୍କା କରିଛି ଯେ ବିଶ୍ୱରେ ସନ୍ତ୍ରାସବାଦୀଙ୍କ ଆକ୍ରମଣ ବୃଦ୍ଧି ପାଇବ ।

ଟିଟିପି “ଅନେକ ପରିଚାଳିତ ବିଦେଶୀ ଗୋଷ୍ଠୀ କିମ୍ବା ତାଲିବାନର ନିୟନ୍ତ୍ରଣ ପ୍ରୟାସକୁ ଏଡ଼ାଇବା ପାଇଁ ଏକଜୁଟ ହୋଇଥିବା ଗୋଷ୍ଠୀକୁ ଏକ ଛତା ପ୍ରଦାନ କରିବ ବୋଲି ଜାତିସଂଘର କେତେକ ସଦସ୍ୟ ରାଷ୍ଟ୍ର ଚିନ୍ତା ପ୍ରକଟ କରିଛନ୍ତି । ଗୋଟିଏ ସଦସ୍ୟ ରାଷ୍ଟ୍ର ଅଲକାଏଦା ଓ ଟିଟିପିର ମିଶ୍ରଣ ସମ୍ଭାବନାକୁ ଦର୍ଶାଇଛି । ଅଲ୍ କାଏଦା ପାକିସ୍ତାନ ଭିତରେ ଆକ୍ରମଣ ବଢ଼ାଇବା ପାଇଁ ଟିଟିପିକୁ ମାର୍ଗଦର୍ଶନ କରୁଥିବା କଥା ଏହି ରିପୋର୍ଟରେ କୁହାଯାଇଛି।

ଯଦିଓ ଆଫଗାନିସ୍ତାନ ୟୁଏନଏସସି ରିପୋର୍ଟକୁ ଖଣ୍ଡନ କରିଛି । ତେବେ ବିଭିନ୍ନ ପ୍ରକାର ଆତଙ୍କୀ ସଂଗଠନ ଆଫଗାନିସ୍ତାନ କୁନାର ଅଂଚଳରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚଳାଇଛି ବୋଲି ରିପୋର୍ଟ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.