କାବୁଲର ଏକ ଗୁରୁଦ୍ୱାରରେ ଆତ୍ମଘାତୀ ବିସ୍ଫୋରଣ, ୨୭ ଜଣଙ୍କ ମୃତ୍ୟୁ

କାବୁଲ : ଆଫଗାନିସ୍ତାନ ରାଜଧାନୀ କାବୁଲରେ ଥିବା ଏକ ଗୁରୁଦ୍ୱାରରେ ଆତ୍ମଘାତୀ ବିସ୍ଫୋରଣ ଘଟିଛି । ଏଥିରେ ୨୭ ଜଣଙ୍କର ମୃତ୍ୟୁ ହୋଇଛି । ଅନେକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ଆଜି ସକାଳ ପ୍ରାୟ ୭ଟା ୪୫ ମିନିଟ୍‌ରେ କାବୁଲର ଶୋର ବାଜାର ଅଞ୍ଚଳରେ ଥିବା ଗୁରୁଦ୍ୱାରରେ ଏହି ବିସ୍ଫୋରଣ ଘଟିଥିଲା । ସେତେବେଳ ପ୍ରାୟ ୧୫୦ ଜଣ ସେଠାରେ ପ୍ରାର୍ଥନା କରୁଥିଲେ ।

GURUDWAR ATTACK-2ଖୁବ୍‌ ଶୀଘ୍ର ଆକ୍ରମଣକାରୀଙ୍କୁ ଧରାଯିବ ବୋଲି ସରକାର କହିଛନ୍ତି । ହେଲେ ଆଫଗାନିସ୍ତାନରେ ଏହା ପ୍ରଥମ ଘଟଣା ନୁହେଁ । ଏଠାକାର ମୌଳବାଦୀମାନେ ସବୁ ବେଳେ ଏଠାକାର ହିନ୍ଦୁ ଓ ଶିଖ୍‌ମାନଙ୍କୁ ଟାର୍ଗେଟ୍‌ କରି ଆସିଛନ୍ତି । ଚଳିତ ମାସ ପ୍ରାରମ୍ଭରେ ଏହି ମୌଳବାଦୀମାନେ ସିୟା ମୁସଲମାନଙ୍କର ଏକ ଏମ ଧାର୍ମିକ ସମାରୋହ ଉପରେ ଆକ୍ରମଣ କରିଥିଲେ । ସେଥିରେ ୩୨ ଜଣଙ୍କର ମୃତ୍ୟୁ ଘଟିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.