ଜମ୍ମୁ ଓ କଶ୍ମୀରରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ, ଜଣେ ପୋଲିସ ସହିଦ୍

 ଶ୍ରୀନଗର: ଜମ୍ମୁ ଓ କଶ୍ମୀରରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ । ଏହି ଆକ୍ରମଣରେ ସିଆଇଡିର ଜଣେ ଇନ୍ସପେକ୍ଟର ସହିଦ୍ ହୋଇଛନ୍ତି। ଆତଙ୍କବାଦୀମାନେ ଜମ୍ମୁ ଓ କଶ୍ମୀର ପୋଲିସର ସିଆଇଡିରେ ମୁତୟନ ଥିବା ଇନ୍ସପେକ୍ଟରଙ୍କୁ ଗୁଳି କରି ହତ୍ୟା କରିଛନ୍ତି ।

ଶ୍ରୀନଗରର ନୌଗାମ ଅଞ୍ଚଳରେ ଘଟିଥିବା ଏହି ଘଟଣାରେ ସହିଦ୍ ହୋଇଥିବା ଇନ୍ସପେକ୍ଟର ଜଣକ ପରଭେଜ୍ ଅହମ୍ମଦ ଦାର୍ ବୋଲି ଜଣାପଡ଼ିଛି । ସେ ଶ୍ରୀନଗରର ପାରିମପୋରା ପୋଲିସ୍ ଷ୍ଟେସନରେ ମୁତୟନ ଥିଲେ । ଡ୍ୟୁଟି ସାରି ଫେରୁଥିବା ବେଳେ ଆତଙ୍କବାଦୀ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.