ଗୁଜରାଟରେ ପ୍ରତିଷ୍ଠା ହେବ ‘ଟେସ୍‌ଲା’ କମ୍ପାନୀର ପ୍ରଥମ ପ୍ଲାଣ୍ଟ୍‌…ଜଲ୍‌ଦି ହୋଇପାରେ ଘୋଷଣା

ଭାରତରେ ବହୁତ ଜଲ୍‌ଦି ଏଣ୍ଟ୍ରି କରିବ ଟେସ୍‌ଲା। ରିପୋର୍ଟ ମୁତାବକ, ଆଗାମୀ ବର୍ଷ ଜାନୁୟାରୀରେ ହିଁ ଟେସ୍‌ଲା ଭାରତରେ ନିଜର ପ୍ରଥମ ପ୍ଲାଣ୍ଟ୍‌ ପ୍ରତିଷ୍ଠା କରିବ। ବିଶ୍ୱର ସବୁଠାରୁ ବଡ଼ ଇଲେକ୍ଟ୍ରିକ୍‌ ଗାଡ଼ି ନିର୍ମାତା କମ୍ପାନୀ ‘ଟେସ୍‌ଲା’ ଗୁଜରାଟର ଗାନ୍ଧୀନଗରରେ ହେବାକୁ ଥିବା ‘ଭାଇବ୍ରେଣ୍ଟ୍‌ ଗୁଜରାଟ ସମିଟ୍‌ ୨୦୨୪’ ସମୟରେ ଏ ନେଇ ଘୋଷଣା କରିପାରେ।

ଭାରତରେ ବହୁତ ଜଲ୍‌ଦି ଏଣ୍ଟ୍ରି କରିବ ଟେସ୍‌ଲା। ରିପୋର୍ଟ ମୁତାବକ, ଆଗାମୀ ବର୍ଷ ଜାନୁୟାରୀରେ ହିଁ ଟେସ୍‌ଲା ଭାରତରେ ନିଜର ପ୍ରଥମ ପ୍ଲାଣ୍ଟ୍‌ ପ୍ରତିଷ୍ଠା କରିବ। ବିଶ୍ୱର ସବୁଠାରୁ ବଡ଼ ଇଲେକ୍ଟ୍ରିକ୍‌ ଗାଡ଼ି ନିର୍ମାତା କମ୍ପାନୀ ‘ଟେସ୍‌ଲା’ ଗୁଜରାଟର ଗାନ୍ଧୀନଗରରେ ହେବାକୁ ଥିବା ‘ଭାଇବ୍ରେଣ୍ଟ୍‌ ଗୁଜରାଟ ସମିଟ୍‌ ୨୦୨୪’ ସମୟରେ ଏ ନେଇ ଘୋଷଣା କରିପାରେ। ଏହି ସମୟରେ କମ୍ପାନୀ ମାଲିକ ଏଲନ୍‌ ମସ୍କ ମଧ୍ୟ ଉପସ୍ଥିତ ରହିପାରନ୍ତି।

ଇଭି ନିର୍ମାତା ନିଜର ଉତ୍ପାଦନ ପ୍ଲାଣ୍ଟ ନିର୍ମାଣ ପାଇଁ ଆବଶ୍ୟକ ଜମି ବିଷୟରେ ଗୁଜରାଟ ସରକାରଙ୍କ ସହିତ କଥାବାର୍ତ୍ତା କରୁଛି। ଟେସ୍‌ଲାର ଉତ୍ପାଦନ ପ୍ଲାଣ୍ଟ୍‌ ସାନନ୍ଦରେ ନିର୍ମାଣ ହେବାର ସମ୍ଭାବନା ରହିଛି। ରିପୋର୍ଟରେ କୁହାଯାଇଛି ଯେ ଯେଉଁଠି ଟେସ୍‌ଲା ନିଜର ପ୍ଲାଣ୍ଟ ପ୍ରତିଷ୍ଠା କରିବ, ପୂର୍ବରୁ ସେଠାରେ ଟାଟା ମୋଟର୍ସ ଭଳି କାର୍‌ ନିର୍ମାତା କମ୍ପାନୀ ରହିଛି। ଏମିତିରେ ଟେସ୍‌ଲା ପାଇଁ ଭାରତରେ ବ୍ୟବସାୟ କରିବା ଚ୍ୟାଲେଞ୍ଜପୂର୍ଣ୍ଣ ହୋଇପାରେ। ଗୁଜରାଟରେ ଅନ୍ୟ ଭାରତୀୟ କାର୍‌ ନିର୍ମାତା କମ୍ପାନୀ ମାରୁତି ସୁଜୁକୀ ଏବଂ ଏମ୍‌ଜି ମୋଟରର ମଧ୍ୟ ପ୍ଲାଣ୍ଟ୍‌ ରହିଛି।

ସେପଟେ ଗୁଜରାଟ ସରକାରଙ୍କ ମୁଖପାତ୍ର ଋଷିକେଶ ପଟେଲ କହିଛନ୍ତି, ଏଲନ୍‌ ମସ୍କ ଗୁଜରାଟ ଆସିଲେ, ସରକାରଙ୍କ ତରଫରୁ ସମ୍ପୂର୍ଣ୍ଣ ସହଯୋଗ ମିଳିବ। ବର୍ତ୍ତମାନ ଏହା ଉପରେ କଥାବାର୍ତ୍ତା ଜାରି ରହିଛି। କିଛି ଦିନ ମଧ୍ୟରେ ପ୍ଲାଣ୍ଟ୍‌ ପ୍ରତିଷ୍ଠା ନେଇ ଘୋଷଣା ହୋଇପାରେ। ପଟେଲ କହିଛନ୍ତି ଯେ ଗୁଜରାଟରେ ଫୋର୍ଡ ଏବଂ ଟାଟାର ମଧ୍ୟ ପ୍ଲାଣ୍ଟ୍‌ ଅଛି, ସେମାନଙ୍କୁ ରାଜ୍ୟ ପକ୍ଷରୁ ସମ୍ପୂର୍ଣ୍ଣ ସହଯୋଗ ଯୋଗାଇ ଦିଆଯାଉଛି।

କହି ରଖୁଛୁ, ଟେସ୍‌ଲା କମ୍ପାନୀ ମାଲିକ ଏଲନ୍‌ ମସ୍କ କିଛି ଦିନ ତଳେ ଆମେରିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ କରିଥିଲେ, ଯାହାପରେ ଟେସ୍‌ଲା ଭାରତରେ ଏକ ବଡ଼ ନିବେଶ କରିବାକୁ ରୁଚି ଦେଖାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.