Below header

ଚୀନରେ କରୋନା ସ୍ଥିତି ଭୟାବହ: ନିୟନ୍ତ୍ରଣ ବାହାରେ ସଂକ୍ରମଣ, ପ୍ରତିଦିନ ହଜାର ହଜାର ଲୋକ ହେଉଛନ୍ତି ସଂକ୍ରମିତ

ନୂଆଦିଲ୍ଲୀ : ଚୀନରେ ସାଂଘାତିକ ସ୍ଥିତି । ମାଡ଼ୁଛି କରୋନା । ନିୟନ୍ତ୍ରଣ ବାହାରେ ସଂକ୍ରମଣ । ବୁଧବାର ଚୀନ୍‌ ସରକାର ଜିରୋ କୋଭିଡ୍‌ ନୀତି ହଟାଇ ଦେବା ପରେ ସାଂଘାତିକ ଭାବେ ମାଡ଼ୁଛି ସଂକ୍ରମଣ । ପ୍ରଦିଦିନ ହଜାର ହଜାର ଲୋକ ସଂକ୍ରମିତ ହେଉଛନ୍ତି । ଜିରୋ କୋଭିଡ୍‌ ନୀତିକୁ ବିରୋଧ କରି ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇବା ପରେ ଚୀନ୍‌ ସରକାର କଟକଣା କୋହଳ କରିଥିଲେ । ଏହା ପରେ ସ୍ଥିତି ଅସମ୍ଭାଳ। ସ୍ଥିତି ଏମିତି ଯେ ଦୋକାନ ବଜାର ଛାଁକୁ ଛାଁ ବନ୍ଦ । ଆଜି ରବିବାର ବଜାରରେ ଭିଡ ଲାଗିବା କଥା । କିନ୍ତୁ ସବୁଠି ଫାଙ୍କା । ଲୋକ ନାହାନ୍ତି । ଅନେକ ଦୋକାନରେ ସଟର ପଡ଼ିଛି । ଚାରିଆଡ଼େ ସଂକ୍ରମଣ ଭୟ ।

ସାରା ବିଶ୍ୱ ଯେତେବେଳେ କୋଭିଡ୍‌ରେ ଘାଣ୍ଟି ହେଉଥିଲା ସେତେବେଳେ କଠୋର କଟକଣା ପାଇଁ ଚୀନ୍‌ରେ ସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣରେ ଥଲା । କଟକଣା ହଟିବା ପରେ ପରିଣତି ଭୟଙ୍କର ହୋଇଛି । ଗତ ବୁଧବାର ଠାରୁ ଆଜି ଭିତରେ ସ୍ଥିତି ସାଂଘାତିକ । ଦେଶରେ କରୋନା ଅନିୟନ୍ତ୍ରିତ ହେବ ବୋଲି କହିଛନ୍ତି ଚୀନ୍‌ର ସ୍ୱାସ୍ଥ୍ୟ ବିଶେଷଜ୍ଞ । କେବଳ ବେଜିଂରେ ଦୁଇ କୋଟି ଲୋକ ସଂକ୍ରମିତ ହୋଇଥିବା ଅନୁମାନ କରାଯାଉଛି । କିନ୍ତୁ ମାସ୍‌ ଟେଷ୍ଟି ନଥିବାରୁ କିଛି ପ୍ରାମାଣିକ ଭାବେ କୁହାଯାଇ ପାରୁନାହିଁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.