ଧନବାନ ଲୋକଙ୍କ ହାତରେ ରହିଥାଏ ଭାସ୍କର ଯୋଗ, ହୋଇଥାନ୍ତି ରାଜନେତା ଓ ଅମାପ ଧନ ସମ୍ପତ୍ତିର ମାଲିକ

ହସ୍ତରେଖା ଶାସ୍ତ୍ର ଅନୁସାରେ ବ୍ୟକ୍ତିଙ୍କ ହାତରେ ଥିବା ରେଖା ଓ ପର୍ବତକୁ ବିଶ୍ଲେଷଣ କରି ତାଙ୍କର ବ୍ୟକ୍ତିତ୍ୱ ଓ ଭବିଷ୍ୟତ ସମ୍ପର୍କରେ ଜାଣିପାରିବେ । ହାତାରେ ବହୁ ପର୍ବତ ଓ ରେଖା ପ୍ରମୁଖ ହୋଇଥାଏ । ଯେମିତି ଜୀବନ ରେଖା, ହୃଦୟ ରେଖା,ଧନ ରେଖା ଓ ଭାଗ୍ୟ ରେଖା । ଏହି ରେଖାରେ ବହୁ ପ୍ରକାର ଶୁଭ ଯୋଗ ନିର୍ମାଣ ହୋଇଥାଏ । ଯାହା ବ୍ୟକ୍ତିକୁ ସାଧାରଣରୁ ଅସାଧାରଣକୁ ନେଇଯାଇଥାଏ ।

ଏଠାରେ ଆମେ ଏମିତି କିଛି ଯୋଗ ସମ୍ପର୍କରେ କହିବାକୁ ଯାଉଛୁ ଯାହାର ନାମ ଭାସ୍କର ଯୋଗ । ଯେଉଁ ବ୍ୟକ୍ତିଙ୍କ କୁଣ୍ଡଳୀରେ ଏହି ଯୋଗ ରହିଥାଏ, ସେ ଲୋକ ରାଜନେତା ଓ ଅମାପ ସମ୍ପତ୍ତିର ଅଧିକାରୀ ହୋଇଥାନ୍ତି । ଆସନ୍ତୁ ଜାଣିବା କେମିତି ବନିଥାଏ ଭାସ୍କର ଯୋଗ ଓ ମାନବ ଉପରେ ଏହାର କ’ଣ ପ୍ରଭାବ ରହିଥାଏ ।

ଏମିତି ବନିଥାଏ ଭାସ୍କର ଯୋଗ

ହସ୍ତରେଖା ଶାସ୍ତ୍ର ଅନୁସାରେ ଯଦି ହାତରେ ସୂର୍ଯ୍ୟ ରେଖା ସହ ବୁଧ ରେଖାର ସମ୍ପର୍କ ଥାଏ । ଏଥିସହିତ ବୁଧ ରେଖା ସହ ଚନ୍ଦ୍ର ରେଖାର ସମ୍ପର୍କ ଥାଏ ଓ ଗୁରୁ ରେଖା ସ୍ପଷ୍ଟ ଥିବ ତ ଏହି ଯୋଗ ବନିଥାଏ ।

ହୋଇଥାନ୍ତି ଅମାପ ଧନ ସମ୍ପତ୍ତିର ମାଲିକ

ଏହି ଯୋଗର ପ୍ରଭାବରେ ବ୍ୟକ୍ତି ଜୀବନରେ ଆର୍ଥିକ ଭାବେ ମଜବୁତ ହୋଇଥାନ୍ତି । ଏମାନଙ୍କୁ ସବୁ ଭୋତିକ ସୁଖ ପ୍ରାପ୍ତ ହୋଇଥାଏ । ଏହି ଲୋକମାନେ ଉଦାର ମଧ୍ୟ ହୋଇଥାନ୍ତି । ଏହି ଲୋକ ନିଜ ଜୀବନରେ ବହୁତ ଦାନ କରିଥାନ୍ତି । ଜୀବନରେ ନିଜ ଚେଷ୍ଟାରେ ସଫଳତା ପାଇଥାନ୍ତି । ନିଜ କ୍ୟାରିଅର ପ୍ରତି ଇମାନଦାର ହୋଇଥାନ୍ତି । ଏଥିସହିତ ଦୟାବାନ ଓ ଦୁରଦର୍ଶୀ ମଧ୍ୟ ହୋଇଥାନ୍ତି ।

ହୋଇଥାନ୍ତି ବଡ଼ ରାଜନେତା

ହସ୍ତରେଖା ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତିଙ୍କ ହାତରେ ଏହି ଯୋଗ ରହିଥାଏ , ସେ ସୂର୍ସ୍ୟଦେବଙ୍କ ପ୍ରଭାବରେ ବଡ଼ ରାଜନେତା ହୋଇଥାନ୍ତି । ଲୋକେ ତାଙ୍କର ଆଦର କରିଥାନ୍ତି । ଏମାନେ ସମାଜ କଲ୍ୟାଣ ପାଇଁ ବହୁ କାମ କରିଥାନ୍ତି । ଏମାନଙ୍କ ମିତ୍ର ମଣ୍ଡଳୀ ମଧ୍ୟ ବହୁତ ବଡ଼ ହୋଇଥାଏ । ଏମାନେ କଥା ବାର୍ତ୍ତାରେ ବହୁତ ମାହିର ହୋଇଥାନ୍ତି । ଲୋକେ ଏମାନଙ୍କର ପ୍ରଥମ ମୁଲାକାତରେ ଇମ୍ପ୍ରେସ ହୋଇ ଯାଇଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.