ଆସାମରେ ସ୍ଥିତି ସଙ୍ଗୀନ୍: ବନ୍ୟାରେ ୯୩ ଓ ଭୂସ୍ଖଳନରେ ୨୬ ଜଣଙ୍କ ମୃତ୍ୟୁ

ଆସାମ: ଗମ୍ଭୀର ହେବାରେ ଲାଗିଛି ଆସାମରେ ବନ୍ୟା ସ୍ଥିତି। ବନ୍ୟାରେ ୯୩ ଓ ଭୂସ୍ଖଳନରେ ୨୬ ଜଣଙ୍କ ମୃତ୍ୟୁ ହୋଇଛି। ବନ୍ୟା ଯୋଗୁଁ ଆସାମର ୩୩ଟି ଜିଲ୍ଲାର ୨୭ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ବିଶ୍ୱ ପ୍ରସିଦ୍ଧ କାଜିରଂଗା ଅଭୟାରଣୟର ୯୦ ପ୍ରତିଶତ ବନ୍ୟା ଜଳରେ ଉବୁଟୁବୁ ହୋଇଛି। ଫଳରେ ବହୁ ଜୀବଜନ୍ତୁ ଏଥିରେ ପ୍ରାଣ ହରାଇଛନ୍ତି। ଏବେ ବି ବନ୍ୟ ଜନ୍ତୁଙ୍କୁ ଜଂଗଲ ବିଭାଗ ଉଦ୍ଧାର କରୁଛି। ପ୍ରାୟ ୧୫୦ ବନ୍ୟ ଜନ୍ତୁଙ୍କୁ ଉଦ୍ଧାର କରାଯାଇଛି।

ଆସାମରେ ୧୬ଟି ଏନ୍‌ଡିଆର୍‌ଏଫ୍‌ ଟିମ୍‌ ରିଲିଫ ଓ ଉଦ୍ଧାର କାର୍ଯ୍ୟାରେ ନିୟୋଜିତ ହୋଇଛନ୍ତି। ଅନ୍ୟପଟେ ବିହାର ମଧ୍ୟ ବନ୍ୟା ପାଣିରେ ଉବୁଟୁବ ହେଉଛି। ଚମ୍ପରନ ଠାରେ ଗଣ୍ଡକ ନଦୀର ବନ୍ଧ ଭାଙ୍ଗିବାରୁ ଆଖପାଖ ୬, ୭ଟି ଗାଁ ପାଣିରେ ବୁଡିଯାଇଛି। ତେବେ ଏହି ଅଞ୍ଚଳରେ କୌଣସି ଲୋକଙ୍କ ମୃତ୍ୟୁ ହୋଇନଥିବା ଜଣାପଡିଛି। ୯ଲକ୍ଷରୁ ଅଧିକ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ବହୁ ନଦୀରେ ଜଳସ୍ତର ବିପଦ ସଙ୍କେତ ଉପରେ ରହିଛି। ନେପାଳରେ କୋଶୀ ନଦୀର ଉପ ମୁଣ୍ଡରେ ପାଣି ଛଡାଯିବା ଯୋଗୁଁ ବିହାରରେ ବନ୍ୟା ଆସିଛି। ଏନ୍‌ଡିଆର୍‌ଫ ଟିମ୍‌ ପହଞ୍ଚି ରିଲିଫ ଆଉ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.