ବଦଳିବ ଇତିହାସ : ଆମେରିକାର ୫୧ ତମ ରାଜ୍ୟ ଭାବେ ଓ୍ଵାଶିଂଟନ୍‌ ଡିସିକୁ ମିଳିବ ମାନ୍ୟତା, ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ରେ ପାରିତ ହେଲା ବିଧେୟକ

ଓ୍ଵାଶିଂଟନ୍‌ : ବଦଳିବ ଇତିହାସ । ଦୀର୍ଘ ୪୦ ବର୍ଷ ଧରି ଦାବି ହୋଇଆସୁଥିବା ଓ୍ଵାଶିଂଟନ ଡିସିକୁ ଏକ ରାଜ୍ୟର ମାନ୍ୟତା ମିଳିବାକୁ ଅନୁମୋଦନ ମିଳିଛି । ଓ୍ଵାଶିଂଟନ ଡିସି ୫୧ ତମ ରାଜ୍ୟ ହେବାର ସମସ୍ତ ବୈଧାନିକ ପ୍ରକ୍ରିୟା ଆରମ୍ଭ ହୋଇଛି । ଆମେରିକା ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ରେ ଏନେଇ ଆଗତ ହୋଇଥିବା ବିଧେୟକ ପାରିତ ହୋଇଛି ।

ଏହି ବିଧେୟକ ସମର୍ଥନରେ ହାଉସ ଅଫ୍ ରିପ୍ରେଜେଣ୍ଟେଟିଭ୍ରେ ୨୩୨ଟି ଭୋଟ ପଡିଥିବା ବେଳେ ବିରୋଧରେ ୧୮୦ଟି ଭୋଟ୍ ପଡିଥିଲା । ଡେମୋକ୍ରାଟିକ୍‌ଙ୍କ ବହୁମତ ଥିବା ଗୃହରେ ଏହା ପାରିତ ହେବାପରେ ଏବେ ୟୁଏସ୍ ସିନେଟ୍କୁ ଯିବ ।

ତେବେ ସିନେଟ୍ରେ ଏହି ବିଧେୟକ ପାରିତ ହେବା କଷ୍ଟକର ହୋଇପାରେ । ଏଥିରେ ରିପବ୍ଲିକାନ୍ଙ୍କ ବହୁମତ ରହିଛି । ମାତ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହାକୁ ଖୋଲାଖୋଲି ଭାବେ ବିରୋଧ କରିଛନ୍ତି । କାରଣ ରାଜ୍ୟ ବଢ଼ିଲେ ଅଧିକ ଡେମୋକ୍ରାଟ ୟୁଏସ୍ କଂଗ୍ରେସ ନିର୍ବାଚିତ ହୋଇ ଆସିବେ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି ।

ଓ୍ଵାଶିଂଟନ ଡିସିକୁ କେହି ବି ରିପବ୍ଲିକାନ୍ ସଦସ୍ୟ ସମର୍ଥନ କରିନଥିଲେ । ଏବେ ଓ୍ୱାଂଶିଟନ ଡିସିକୁ ରାଜ୍ୟ ଭାବେ ମାନ୍ୟତା ଦେବା ଡେମୋକ୍ରାଟିକ୍ମାନଙ୍କର ଏକ ଚାଲ୍ ବୋଲି ରିପବ୍ଲିକାନ୍ ସଦସ୍ୟ ଅଭିଯୋଗ କରିଛନ୍ତି । ଏଥିରେ ଅନେକ ଆଇନଗତ ବାଧା ରହିଛି ବୋଲି କୁହାଯାଇଛି ।

 

ଓ୍ୱାଶିଂଟନ୍ରେ ଏବେ ୭ ଲକ୍ଷ ବାସିନ୍ଦା ରହିଛନ୍ତି । ଆମେରିକାର ଭେରମୋଣ୍ଟ ଓ ଓ୍ୱାୟମିଙ୍ଗ ରାଜ୍ୟଠାରୁ ଏଥିରେ ଅଧିକ ଜନ ବସତି ରହିଛି । ଓ୍ୱାଂଶିଟନ ଡିସିରେ ଅଧିକ ଲୋକସଂଖ୍ୟା ଏହା ଆମେରିକାର ରାଜକୋଷକୁ ଅଧିକ କର ବି ଦେଉଥିବା କଥା ଅନେକ କହିଛନ୍ତି ।

ଓ୍ୱାଂଶିଟନ ଡିସିକୁ ରାଜ୍ୟ ଘୋଷଣା ନ କରିବାରୁ ଏହା ବିଭିନ୍ନ ସମୟରେ ଅଳ୍ପ ଆର୍ଥିକ ସହାୟତା ପାଉଥିବା ଅଭିଯୋଗ ହେଉଛି । ଏହାକୁ ରାଜ୍ୟ ଭାବେ ଘୋଷଣା କରିବା ପାଇଁ ଏହାର ବାସିନ୍ଦାମାନେ ଦାବି କରିଛନ୍ତି। ୧୯୯୩ ମସିହାରେ ମଧ୍ୟ ଏଥିପାଇଁ ହାଉସ୍‌ରେ ଭୋଟ୍‌ ହୋଇଥିଲା ।

ତେବେ ସେତେବେଳେ ଏହି ବିଧେୟକ ୨୭୭-୧୫୩ରେ କାଟ୍‌ ଖାଇଥିଲା । ଚଳିତ ଥର ଏହି ବିଧେୟକ ୨୩୨-୧୮୦ରେ ପାସ୍‌ ହୋଇଥିବା ବେଳେ ୧୯ ଜଣ ସଦସ୍ୟ ଭୋଟ୍‌ ଦେଇନଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.