ତମ୍ବାରେ ନିର୍ମାଣ ହେଉଛି ରାମ ମନ୍ଦିର ଛାତ, ଜାଣନ୍ତୁ କଣ ରହିଛି କାରଣ

ଛାତ ନିର୍ମାଣ କାର୍ଯ୍ୟରେ ତମ୍ବାର ବ୍ୟବହାର ଗୋଟିଏ ପଥର ସହ ଅନ୍ୟ ପଥରକୁ ଯୋଡ଼ିବା ପାଇଁ କରାଯାଉଛି । ତମ୍ବା ଏପରି ଏକ ପଦାର୍ଥ ଯାହା ହଜାର ହଜାର ବର୍ଷ ଧରି କ୍ଷତି ହୋଇନଥାଏ । ଏଭଳି ପରିସ୍ଥିତିରେ ଯଦି କେବେ ଭୂକମ୍ପ ହୁଏ ତେବେ ମନ୍ଦିରରେ ଲାଗିଥିବା ପଥର ଖସିବାର ସମ୍ଭାବନା ରହିବ ନାହିଁ ।

(କେନ୍ୟୁଜ ବ୍ୟୁରୋ): ପୂଣ୍ୟ ଭୂମି ଅଯୋଧ୍ୟାରେ ଭଗବାନ ଶ୍ରୀରାମ ମନ୍ଦିର ଆକାର ନେବା ଆରମ୍ଭ କରିଛି । ଭୂତଳ ଭାଗର ନିର୍ମାଣ କାର୍ଯ୍ୟ ଜୁଲାଇ ମାସରେ ସମ୍ପୂର୍ଣ୍ଣ ହେବ ବୋଲି କୁହାଯାଉଛି । ଅନ୍ୟପଟେ ଗର୍ଭଗୃହରେ ସ୍ଥାପିତ ହେବାକୁ ଥିବା ଶ୍ରୀରାମଙ୍କ ପ୍ରତିମା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି । କିନ୍ତୁ ବର୍ତ୍ତମାନ ରାମ ମନ୍ଦିରର ଛାତ ନିର୍ମାଣ କାର୍ଯ୍ୟ ତୀବ୍ର ଗତିରେ କରାଯାଉଛି ।

ଛାତ ନିର୍ମାଣ କାର୍ଯ୍ୟରେ ବୈଜ୍ଞାନିକ କୌଶଳର ବ୍ୟବହାର କରାଯାଉଛି । ରାମ ମନ୍ଦିର ଛାତରେ ଗୋଟିଏ ପଥର ଉପରେ ଆଉ ଏକ ପଥର ରଖିବା ପାଇଁ ତମ୍ବାର ବ୍ୟବହାର କରାଯାଉଛି । ଅଯୋଧ୍ୟାରେ ନିର୍ମାଣ ହେଉଥିବା ଭବ୍ୟ ରାମ ମନ୍ଦିର ବୈଜ୍ଞାନିକ କୌଶଳରେ ନିର୍ମାଣ କରାଯାଉଛି । ମନ୍ଦିର ହଜାର ହଜାର ବର୍ଷ ପର୍ଯ୍ୟନ୍ତ ସୁରକ୍ଷିତ ରହିବା ପାଇଁ ବିଶେଷ ଧ୍ୟାନ ଦିଆଯାଉଛି ।

ଏଥିପାଇଁ ଛାତ ନିର୍ମାଣ କାର୍ଯ୍ୟରେ ତମ୍ବାର ବ୍ୟବହାର ଗୋଟିଏ ପଥର ସହ ଅନ୍ୟ ପଥରକୁ ଯୋଡ଼ିବା ପାଇଁ କରାଯାଉଛି । ତମ୍ବା ଏପରି ଏକ ପଦାର୍ଥ ଯାହା ହଜାର ହଜାର ବର୍ଷ ଧରି କ୍ଷତି ହୋଇନଥାଏ । ଏଭଳି ପରିସ୍ଥିତିରେ ଯଦି କେବେ ଭୂକମ୍ପ ହୁଏ ତେବେ ମନ୍ଦିରରେ ଲାଗିଥିବା ପଥର ଖସିବାର ସମ୍ଭାବନା ରହିବ ନାହିଁ । ଏହା ଦ୍ୱାରା ମନ୍ଦିର ସୁରକ୍ଷିତ ରହିବ ।

ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ କହିଛନ୍ତି ଯେ, ତମ୍ବା ଅଧିକ ଦିନ ପର୍ଯ୍ୟନ୍ତ ସୁରକ୍ଷିତ ରହିଥାଏ, ଏଥି ପାଇଁ ମନ୍ଦିର ନିର୍ମାଣ କାର୍ଯ୍ୟରେ ତମ୍ବାର ବ୍ୟବହାର କରାଯାଉଛି । ଲୁହାରେ ୧୦୦ ବର୍ଷ ମଧ୍ୟରେ ହିଁ କଳଙ୍କି ଲାଗି ଯାଇଥାଏ । କିନ୍ତୁ ତମ୍ବା ହଜାର ହଜାର ବର୍ଷ ପର୍ଯ୍ୟନ୍ତ ଠିକ ରହିଥାଏ । ଏଥି ପାଇଁ ତମ୍ବାର ବ୍ୟବହାର କରାଯାଉଛି କାରଣ ଭୂକମ୍ପ ସମୟରେ ମନ୍ଦିରକୁ କୌଣସି କ୍ଷତି ପହଞ୍ଚିବ ନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.