ଛତ୍ରପୁର ନିକଟ ସମୁଦ୍ରରେ ଏହି ଅଭାବନୀୟ ଘଟଣା, ସମୁଦ୍ର ଗାଧୁଆରୁ ସଲିଳ ସମାଧି

ମହାକାଶରୁ ରାଡାର ଜରିଆରେ ଛାତ୍ରୀଙ୍କୁ ଖୋଜାଖୋଜି କରାଯାଇଥିଲା । ସ୍ୱତନ୍ତ୍ର ରିଲିଫ କମିଶନର ତଟରକ୍ଷୀ ବାହିନୀ ନିର୍ଦ୍ଦେଶକଙ୍କୁ ରେସକ୍ୟୁ ଅପରେସନ୍‌ ପାଇଁ ସହାୟତା ମାଗିଥିଲେ । ଏହାପରେ ଭୁବନେଶ୍ୱରରୁ ଯାଇଥିଲା ଏୟାରକ୍ରାଫ୍ଟ । ଛତ୍ରପୁର ଆର୍ଯ୍ୟପଲ୍ଲି ଗାଁ ନିକଟ ସମୁଦ୍ରକୁ ଆଜି ସକାଳେ ୬ଜଣ ସାଙ୍ଗ ଗାଧୋଇବା ପାଇଁ ଯାଇଥିଲେ

ବ୍ରହ୍ମପୁର(କେନ୍ୟୁଜ୍): ସମୁଦ୍ର ଗାଧୁଆରୁ ସଲିଳ ସମାଧି । ଢେଉ ମାଡ଼ରେ ଭାସି ଯାଇଥିଲେ ୬ ଜଣ । ସୁରକ୍ଷିତ ଭାବରେ ଉଦ୍ଧାର ହୋଇଥିଲେ ୪ ସାଙ୍ଗ । ୨ ଜଣଙ୍କର ଅକାଳ ବିୟୋଗ ସମସ୍ତଙ୍କୁ ସ୍ତବ୍ଧ କରିଛି । ଛତ୍ରପୁର ନିକଟ ସମୁଦ୍ରରେ ଏହି ଅଭାବନୀୟ ଘଟଣା ଘଟିଛି । ସକାଳେ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିଲା । ମୃତକ ହେଲେ କନିଷିର ସ୍ୱପ୍ନାରାଣୀ ପଣ୍ଡିତ । ଅପରାହ୍‌ଣରେ ନିଖୋଜ ପ୍ରଜ୍ଞାରାଣୀ ତ୍ରିପାଠୀଙ୍କ ମୃତଦେହ ଉଦ୍ଧାର କରିଥିଲା ଅଗ୍ନିଶମ ବାହିନୀ । ତାଙ୍କୁ ଠାବ କରିବାକୁ ସମୁଦ୍ରରେ ଆରମ୍ଭ ହୋଇଥିଲା ବଡ଼ ରେସକ୍ୟୁ ଅପରେସନ୍‌ । ଉଦ୍ଧାର ଅଭିଯାନରେ ଲାଗିଥିଲା କୋଷ୍ଟଗାର୍ଡ ଏୟାରକ୍ରାଫ୍ଟ ।

ମହାକାଶରୁ ରାଡାର ଜରିଆରେ ଛାତ୍ରୀଙ୍କୁ ଖୋଜାଖୋଜି କରାଯାଇଥିଲା । ସ୍ୱତନ୍ତ୍ର ରିଲିଫ କମିଶନର ତଟରକ୍ଷୀ ବାହିନୀ ନିର୍ଦ୍ଦେଶକଙ୍କୁ ରେସକ୍ୟୁ ଅପରେସନ୍‌ ପାଇଁ ସହାୟତା ମାଗିଥିଲେ । ଏହାପରେ ଭୁବନେଶ୍ୱରରୁ ଯାଇଥିଲା ଏୟାରକ୍ରାଫ୍ଟ । ଛତ୍ରପୁର ଆର୍ଯ୍ୟପଲ୍ଲି ଗାଁ ନିକଟ ସମୁଦ୍ରକୁ ଆଜି ସକାଳେ ୬ଜଣ ସାଙ୍ଗ ଗାଧୋଇବା ପାଇଁ ଯାଇଥିଲେ । ସେମାନଙ୍କ ଭିତରୁ ସ୍ୱପ୍ନାରାଣୀ ଓ ପ୍ରଜ୍ଞାଙ୍କ ଅକାଳ ବିୟୋଗ ସମସ୍ତଙ୍କୁ ସ୍ତବ୍ଧ କରିଛି । ମୃତକଙ୍କ ଘରେ କାନ୍ଦ ବୋବାଳି । ଖୁସିରେ ସମୁଦ୍ରକୁ ଗାଧୋଇବାକୁ ଯାଇଥିଲେ । ସେମାନେ କଣ ଜାଣିଥିଲେ ଏମିତି ମୃତ୍ୟୁ ଅପେକ୍ଷା କରିଛି । ମୃତ ସ୍ୱପ୍ନାରାଣୀ ଯୁକ୍ତ ତିନିର ଛାତ୍ରୀ ଥିଲେ । ଯୁକ୍ତ ଦୁଇରେ ପଢୁଥିଲେ ପ୍ରଜ୍ଞାରାଣୀ । ସେ ଯାତ୍ରା ଦେଖିବାକୁ ମାମୁ ଘରକୁ ଆସିଥିବା ବେଳେ ସାଙ୍ଗଙ୍କ ସହ ଗାଧୋଇବା ପାଇଁ ସମୁଦ୍ରକୁ ଯାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.