ଖୁସିରେ ନୁଡୁଲ୍ସ ଖାଉଥିଲେ ଯୁବକ, ଖାଦ୍ୟ ଭିତରୁ ଡେଇଁଲା ଜିଅନ୍ତା ବେଙ୍ଗ!

ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି, ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ଖାଦ୍ୟରୁ ଜିଅନ୍ତା ବେଙ୍ଗ ବାହାରୁଛି। ଏହି ପୂରା ଘଟଣା ଜାପାନର କୌଣସି ରେଷ୍ଟୁରାଣ୍ଟର ବୋଲି କୁହାଯାଉଛି।

ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି, ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ଖାଦ୍ୟରୁ ଜିଅନ୍ତା ବେଙ୍ଗ ବାହାରୁଛି। ଏହି ପୂରା ଘଟଣା ଜାପାନର କୌଣସି ରେଷ୍ଟୁରାଣ୍ଟର ବୋଲି କୁହାଯାଉଛି। ଏଠାରେ ପହଞ୍ଚି ଜଣେ ବ୍ୟକ୍ତି ନୁଡୁଲ୍ସ ଅର୍ଡର କରିଥିଲେ। ନୁଡୁଲ୍ସ ଆସିବା ପରେ ସେ ତୁରନ୍ତ ଖାଇବା ଆରମ୍ଭ କରିଥିଲେ।

ଯେତେବେଳେ ନୁଡୁଲ୍ସ କପ୍‌ ଶେଷ ହେବା ସ୍ଥିତିକୁ ଆସିଥିଲା, ତ ଏହି ସମୟରେ ବ୍ୟକ୍ତି ଜଣକ କପ୍‌ ଭିତରେ ଏକ ଅଜବ ଜିନିଷ ଛଟପଟ ହେଉଥିବାର ଦେଖିବାକୁ ପାଇଥିଲେ। ଆଉ ଯେତେବେଳେ ବ୍ୟକ୍ତି ଏହାକୁ ନିକଟରୁ ଦେଖିଲେ, ତ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାହିଁକି ନା, ତାଙ୍କ ନୁଡୁଲ୍ସ କପ୍‌ରେ ଛଟପଟ ହେଉଥିବା ଜିନିଷଟି ଥିଲା ଜିଅନ୍ତା ବେଙ୍ଗ।

ଖାଦ୍ୟ ଭିତରେ ଜିଅନ୍ତା ବେଙ୍ଗ ଦେଖି ବ୍ୟକ୍ତି ଡରିଯାଇଥିଲେ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ପୂରା ନୁଡୁଲ୍ସ ଖାଇବା ପରେ ବ୍ୟକ୍ତିଙ୍କ ନଜର ଜିଅନ୍ତା ବେଙ୍ଗ ଉପରେ ପଡ଼ୁଛି। ଏହାପରେ ସେ ଚପ୍‌ଷ୍ଟିକ୍‌ ସାହାଯ୍ୟରେ ବାରମ୍ବାର ତାହାକୁ ଉଠାଇବାକୁ ଚେଷ୍ଟା କରୁଛନ୍ତି।

ଏହି ଭିଡିଓକୁ ଟ୍ଵିଟରରେ @kaito09061 ନାମକ ଆକାଉଣ୍ଟରୁ ସେୟାର କରାଯାଇଛି, ଯାହାର ଏ ପର୍ଯ୍ୟନ୍ତ ୭୦ ଲକ୍ଷ ଭ୍ୟୁଜ୍‌ ହୋଇସାରିଲାଣି। ୧୮ ହଜାରରୁ ଅଧିକ ଲୋକ ଏହାକୁ ଲାଇକ୍‌ ମଧ୍ୟ କରିଛନ୍ତି। ତେବେ ଭିଡିଓର କମେଣ୍ଟ୍‌ ସେକ୍ସନରେ କିଛି ଲୋକ ଦାୟିତ୍ୱହୀନତା କାରଣରୁ ସମ୍ପୃକ୍ତ ରେଷ୍ଟୁରାଣ୍ଟ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.