ଲାଇଭ୍‌ ଶୋ’ରେ ଭୋଜପୁରୀ ସିଙ୍ଗର୍‌ ନିଶା ଉପାଧ୍ୟାୟଙ୍କୁ ଗୁଳିମାଡ଼, ଅଭିଯୁକ୍ତ ଫେରାର୍‌

ଭୋଜପୁରୀ ଗାୟିକା ନିଶା ଉପାଧ୍ୟାୟଙ୍କ ଦେହରେ ଗୁଳି ବାଜିଛି। ବିହାରର ସାରଣ ଜିଲ୍ଲାରେ ଏକ କାର୍ଯ୍ୟକ୍ରମ ବେଳେ ନିଶାଙ୍କ ଉପରକୁ ଗୁଳିମାଡ଼ ହୋଇଛି। ଗାୟିକା ଷ୍ଟେଜ୍‌ରେ ପରଫର୍ମାନ୍ସ କରୁଥିବା ସମୟରେ କେହି ଜଣେ ତାଙ୍କ ଉପରକୁ ଗୁଳି କରିଥିଲେ।

ଭୋଜପୁରୀ ଗାୟିକା ନିଶା ଉପାଧ୍ୟାୟଙ୍କ ଦେହରେ ଗୁଳି ବାଜିଛି। ବିହାରର ସାରଣ ଜିଲ୍ଲାରେ ଏକ କାର୍ଯ୍ୟକ୍ରମ ବେଳେ ନିଶାଙ୍କ ଉପରକୁ ଗୁଳିମାଡ଼ ହୋଇଛି। ଗାୟିକା ଷ୍ଟେଜ୍‌ରେ ପରଫର୍ମାନ୍ସ କରୁଥିବା ସମୟରେ କେହି ଜଣେ ତାଙ୍କ ଉପରକୁ ଗୁଳି କରିଥିଲେ। ନିଶାଙ୍କ ବାମ ପଟ ଗୋଡ଼ରେ ଗୁଳି ବାଜିଛି।

ମିଳିଥିବା ଖବର ଅନୁସାରେ, ସେଦୁଆର ଗାଁର ବୀରେନ୍ଦ୍ର ସିଂଙ୍କ ଘରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସେଠାରେ ଭୋଜପୁରୀ ଗାୟିକା ନିଶା ଉପାଧ୍ୟାୟ ପରଫର୍ମାନ୍ସ କରୁଥିଲେ। ଏହି ସମୟରେ ଗାଁର ଜଣେ ଯୁବକ ପବନରେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଏହାରି ଭିତରେ ଗାୟିକା ଗୋଡ଼ରେ ଗୁଳି ବାଜିଥିଲା।

ଗୁଳି ବାଜିବା ପରେ ନିଶା ବେହୋସ୍‌ ହୋଇ ତଳେ ପଡ଼ିଯାଇଥିଲେ। ଏହାପରେ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ସ୍ଥାନୀୟ ଲୋକେ ଆହତ ଗାୟିକାଙ୍କୁ ତୁରନ୍ତ ପାଟନାର ଏକ ଘରୋଇ ହସ୍ପିଟାଲ ନେଇଯାଇଥିଲେ। ଏହା ସହିତ ତାଙ୍କ ପରିବାର ଲୋକଙ୍କୁ ଏ ସମ୍ପର୍କରେ ଜଣାଇଥିଲେ। ଖବର ପାଇ ନିଶାଙ୍କ ପରିବାର ଲୋକେ ହସ୍ପିଟାଲରେ ପହଞ୍ଚିଥିଲେ।

କୁହାଯାଉଛି ଯେ କାର୍ଯ୍ୟକ୍ରମରେ କିଛି ଲୋକ ହର୍ଷ ଫାୟାରିଂ କରୁଥିଲେ। ଏହି କାରଣରୁ ନିଶା ଉପାଧ୍ୟାୟଙ୍କୁ ଗୁଳି ବାଜିଥିଲା। ତେବେ ଗୁଳି ଚଳାଇଥିବା ଯୁବକ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଛନ୍ତି। ଖବର ପାଇ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ସେପଟେ ହସ୍ପିଟାଲରେ ବର୍ତ୍ତମାନ ନିଶାଙ୍କର ଚିକିତ୍ସା ଚାଲିଛି।

Leave A Reply

Your email address will not be published.