ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ମୁତୟନ କମାଣ୍ଡୋ ନିଜକୁ ମାରିଲେ ଗୁଳି, ଘରକୁ ଯିବା ପାଇଁ ମାଗିଥିଲେ ଛୁଟି

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ବାସଭବନରେ ମୁତୟନ ଜଣେ ଯବାନ ନିଜକୁ ଗୁଳି ମାରିଦେଇଛନ୍ତି। ଯବାନ ଜଣକ କାହିଁକି ନିଜ ଉପରକୁ ଗୁଳି ଚଳାଇଲେ, ତାହା ଏ ପର୍ଯ୍ୟନ୍ତ ଜଣାପଡିନାହିଁ। ମୃତକଙ୍କ ନାମ ପ୍ରମୋଦ ରାୱତ।

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ବାସଭବନରେ ମୁତୟନ ଜଣେ ଯବାନ ନିଜକୁ ଗୁଳି ମାରିଦେଇଛନ୍ତି। ଯବାନ ଜଣକ କାହିଁକି ନିଜ ଉପରକୁ ଗୁଳି ଚଳାଇଲେ, ତାହା ଏ ପର୍ଯ୍ୟନ୍ତ ଜଣାପଡିନାହିଁ। ମୃତକଙ୍କ ନାମ ପ୍ରମୋଦ ରାୱତ ବୋଲି ଜଣାପଡିଛି। ସେ ବିଜୟ କଲୋନୀରେ ରହୁଥିଲେ।

କୁହାଯାଉଛି ଯେ ପ୍ରମୋଦ ରାୱତ ୨୦୧୬ ପରଠାରୁ ସିଏମଙ୍କ ବାସଭବନରେ ଡ୍ୟୁଟିରେ ମୁତୟନ ଥିଲେ। ସିଏମ ବାସଭବନ ଭିତରେ ନିର୍ମିତ ବାରାକ୍‌ରେ ହିଁ ସେ ନିଜକୁ ଗୁଳି ମାରିଛନ୍ତି। ପୋଲିସ ଅଧିକାରୀ କହିଛନ୍ତି ଯେ ଯବାନଙ୍କୁ AK-47ରୁ ଗୁଳି ବାଜିଛି। ତେବେ ଯବାନ ନିଜେ ଗୁଳି ଚଳାଇଛନ୍ତି ନା ଦୁର୍ଘଟଣାବଶତଃ ଗୁଳି ବାଜିଛି, ତାହାର ତଦନ୍ତ କରାଯାଉଛି।

ଡେରାଡୁନ୍‌ ଏସ୍‌ଏସ୍‌ପି ଦଲୀପ୍‌ ସିଂ କୁଅଁରଙ୍କ କହିବା ହେଲା, ଘରେ ଭାଗବତ କଥା ପାଇଁ ପ୍ରମୋଦ ରାୱତ ଜୁନ୍ ୧୬ରୁ ଛୁଟି ଆବେଦନ କରିଥିଲେ। ଫୋରେନସିକ୍ ଟିମ୍ ଘଟଣାର ତଦନ୍ତ କରୁଛି। ଏହାପରେ ହିଁ ଗୁଳି ଚଳାଇବାର ମୁଖ୍ୟ କାରଣ ଜଣାପଡ଼ିବ।