ମାସ ଆରମ୍ଭରୁ କମିଲା ଗ୍ୟାସ ଦର

ମାସ ଆରମ୍ଭରୁ ମିଳିଲା ଖୁସି ଖବର, ୮୩ ଟଙ୍କା ୫୦ ପଇସା ଶସ୍ତା ହେଲା ଗ୍ୟାସ ସିଲିଣ୍ଡର ଦାମ, ଜାଣି ନିଅନ୍ତୁ କେଉଁଠି କେତେ ଅଛି ଦର

ଆଜିଠାରୁ ଜୁନ ମାସ ଆରମ୍ଭ ହେଉଥିବା ବେଳେ ଅନେକ ନିୟମ ପରିବର୍ତ୍ତନ ହେବାକୁ ଯାଉଛି । ଇଲେକ୍ଟ୍ରି ବାଇକ ଠାରୁ ଆରମ୍ଭ କରି ଭାରତୀୟ ରିଜର୍ଭ ବ୍ୟାଙ୍କ ର କିଛି ନିୟମ ବଦଳିବାକୁ ଯାଉଛି । ତେବେ ଏହା ମଧ୍ୟରେ ମାସ ଆରମ୍ଭରୁ ଗ୍ରାହକଙ୍କ ପାଇଁ ଆସିଛି ଏକ ବଢ଼ିଆ ଖୁସି ଖବର । ପେଟ୍ରୋଲିୟମ କମ୍ପାନୀ ଏଲପିଜି ଜୁନ ମାସରେ ନିଜର ନୂଆ ଦାମ୍ ଅପଡେଟ୍ ଦେଇଛନ୍ତି ।

ଆଜି ଅର୍ଥାତ୍ ଜୁନ୍ ୧, ୨୦୨୩ରେ LPG ସିଲିଣ୍ଡର ଶସ୍ତା ହୋଇଛି। ତେବେ ଏହି ପରିବର୍ତ୍ତନ କେବଳ କମର୍ସିଆଲ ସିଲିଣ୍ଡର ପାଇଁ ଦେଖିବାକୁ ମିଳିଛି । ଏହାପୂର୍ବରୁ, ମଇ ୨୦୨୩ରେ ବାଣିଜ୍ୟିକ ସିଲିଣ୍ଡର ପ୍ରାୟ ୧୭୨ ଟଙ୍କା ଶସ୍ତା ହୋଇଯାଇଥିଲା। ତେବେ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟରେ କୌଣସି ହ୍ରାସ ହୋଇ ନାହିଁ।

ବର୍ତ୍ତମାନ ଦେଶର ରାଜଧାନୀ ଦିଲ୍ଲୀରେ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୮୩.୫୦ ଟଙ୍କା ଶସ୍ତା ହୋଇଛି। ବର୍ତ୍ତମାନ ଲୋକଙ୍କୁ କମର୍ସିଆଲ ସିଲିଣ୍ଡର ପାଇଁ କେବଳ ୧୭୭୩ ଟଙ୍କା ଦେବାକୁ ପଡିବ। । ସେହିପରି କୋଲକତାରେ ଏହାର ଦାମ୍ ୧୮୭୫.୫୦ ଟଙ୍କା ରହିଥିବା ବେଳେ ମୁମ୍ବାଇରେ ୧୭୨୫ ଓ ଚେନ୍ନାଇରେ ୧୯୩୭ ଟଙ୍କା ରହିଛି । କମର୍ସିଆଲ ସିଲିଣ୍ଡର ଦାମରେ ଆଜି ୮୩.୫୦ ଟଙ୍କା ଶସ୍ତା ହୋଇଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ଘରୋଇ ଏଲପିଜି ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ ।

ମେ ୧, ୨୦୨୩ରେ ଦିଲ୍ଲୀରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୧୦୩ ଟଙ୍କା ଥିଲା ଏବଂ ଆଜି ମଧ୍ୟ ସମାନ ହାରରେ ଏହା ଉପଲବ୍ଧ। ଫେବୃଆରୀ ୨୦୨୩ ଠାରୁ ଘରୋଇ ସିଲିଣ୍ଡରରେ କୌଣସି ହ୍ରାସ ହୋଇନାହିଁ ଏବଂ ପୂର୍ବ ମୂଲ୍ୟରେ ସ୍ଥିର ଅଛି। ଏପ୍ରିଲ ଏବଂ ମେ ପରେ ବର୍ତ୍ତମାନ ଜୁନ୍ ମାସରେ ସରକାରୀ କମ୍ପାନୀ ୧୯ କିଲୋଗ୍ରାମ କମର୍ସିଆଲ ସିଲିଣ୍ଡରର ମୂଲ୍ୟ ହ୍ରାସ କରିଛନ୍ତି। ୧୪ କିଲୋଗ୍ରାମ ସିଲିଣ୍ଡରରେ କୌଣସି ପରିବର୍ତ୍ତନ ହୋଇନାହିଁ।

ପ୍ରତ୍ୟେକ ମାସ ପହିଲାରୁ ତୈଳ କମ୍ପାନୀମାନେ ଏଲପିଜି ସିଲିଣ୍ଡର ଦାମର ସମୀକ୍ଷା କରିବା ସହିତ ମୂଲ୍ୟ ପରିବର୍ତ୍ତନ କରିଥାନ୍ତି । ଏହି କ୍ରମରେ ଆଜି ମାସ ଆରମ୍ଭରୁ କମର୍ସିଆଲ ଏଲପିଜି ସିଲିଣ୍ଡରର ମୂଲ୍ୟରେ ହ୍ରାସ ପରିଲକ୍ଷିତ ହୋଇଛି । ଅନ୍ୟ ସହରମାନଙ୍କ ମଧ୍ୟରେ ବେଙ୍ଗାଲୁରୁରେ କମର୍ସିଆଲ ସିଲିଣ୍ଡରର ଦାମ୍ ୧୧୦୫.୫, ଭୋପାଳରେ ୧୧୦୮.୫, ଶ୍ରୀନଗରରେ ୧୨୧୯, ପଟନାରେ ୧୨୦୧, ଚଣ୍ଡିଗଡ଼ରେ ୧୧୧୨.୫, ଅହମ୍ମଦାବାଦରେ ୧୧୧୦. ଶିମଲାରେ ୧୧୪୭.୫ ଟଙ୍କା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.