ମୃତ୍ୟୁର ୧ ଘଣ୍ଟା ଯାଏ ଆତ୍ମା ସହ ଘଟିଥାଏ ଏହି ୭ଟି ଘଟଣା, ଗରୁଡ଼ ପୁରାଣରୁ ମିଳିଲା ସୂଚନା

ମୃତ୍ୟୁ ପରେ ଶରୀର ନଷ୍ଟ ହୋଇଗଲେ ମଧ୍ୟ ଶରୀରରେ ଥିବା ଶକ୍ତି ମାନେ ଆତ୍ମା ମରିନଥାଏ। କୁହାଯାଏ ଆତ୍ମା ସବୁବେଳେ ଅମର। ମୃତ୍ୟୁ ପରେ କିଛି ସମୟ ପର୍ଯ୍ୟନ୍ତ ଆତ୍ମା କୁ କିଛି ଅନୁଭବ ହୋଇଥାଏ। କଣ ଆପଣ ଏହା ସମ୍ପର୍କରେ ଜାଣିଛନ୍ତି କି? ଗରୁଡ଼ ପୁରାଣ ଅନୁଯାୟୀ ମୃତ ବ୍ୟକ୍ତିଙ୍କ ଆତ୍ମା ସଙ୍ଗେ ସଙ୍ଗେ ଶରୀର ଛାଡ଼ି ନଥାଏ। ବରଂ କିଛି ସମୟ ପର୍ଯ୍ୟନ୍ତ ରହିଥାଏ ଆଉ କଷ୍ଟ ପାଉଥାଏ।ମୃତ୍ୟୁ ପରେ ଆତ୍ମା ଅଚେତ୍‌ ହୋଇଯାଏ।

ମୃତ୍ୟୁ ପରେ ଶରୀର ନଷ୍ଟ ହୋଇଗଲେ ମଧ୍ୟ ଶରୀରରେ ଥିବା ଶକ୍ତି ମାନେ ଆତ୍ମା ମରିନଥାଏ। କୁହାଯାଏ ଆତ୍ମା ସବୁବେଳେ ଅମର। ମୃତ୍ୟୁ ପରେ କିଛି ସମୟ ପର୍ଯ୍ୟନ୍ତ ଆତ୍ମା କୁ କିଛି ଅନୁଭବ ହୋଇଥାଏ। କଣ ଆପଣ ଏହା ସମ୍ପର୍କରେ ଜାଣିଛନ୍ତି କି? ଗରୁଡ଼ ପୁରାଣ ଅନୁଯାୟୀ ମୃତ ବ୍ୟକ୍ତିଙ୍କ ଆତ୍ମା ସଙ୍ଗେ ସଙ୍ଗେ ଶରୀର ଛାଡ଼ି ନଥାଏ। ବରଂ କିଛି ସମୟ ପର୍ଯ୍ୟନ୍ତ ରହିଥାଏ ଆଉ କଷ୍ଟ ପାଉଥାଏ।

ମୃତ୍ୟୁ ଜୀବନର ଏପରି ଏକ ସତ ଯାହାକୁ କେହି ବି ଏଡ଼ାଇ ଦେଇପାରିବେ ନାହିଁ। ଯିଏ ଏ ଦୁନିଆକୁ ଆସିଛି ତାହାର ମୃତ୍ୟୁ ସୁନିଶ୍ଚିତ। ମୃତ୍ୟୁ ପରେ ଶରୀର ନଷ୍ଟ ହୋଇଯାଏ। ତେଣୁ ଏହାକୁ ଜଳାଇଦିଆଯାଏ। ତେବେ ଆତ୍ମା କିନ୍ତୁ ଅମର। ଆଉ ଶରୀର ଛାଡ଼ିବା ପରେ ତାକୁ କଷ୍ଟ ଅନୁଭବ ହୋଇଥାଏ। ଆଉ ଏକ ଶରୀର ଖୋଜୁଥାଏ ଯେଉଁଠାକୁ ସେ ପ୍ରବେଶ କରିପାରିବ।

ଶରୀର ନଶ୍ୱର ହୋଇଥିବା ବେଳେ ଆତ୍ମା ଅମର। ଏହାକୁ ନେଇ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଗୀତାରେ କହିଛନ୍ତି ଯେ, ଆତ୍ମା ଅମର ଯାହାକୁ କୌଣସି ଶାସ୍ତ୍ର କାଟିପାରିବ ନାହିଁ। ଆତ୍ମା ସିଏ ଯିଏ ନିଜ କର୍ମଫଳ ଅନୁସାରେ ଗୋଟିଏ ଶରୀରରୁ ଅନ୍ୟ ଏକ ଶରୀରକୁ ପ୍ରବେଶ କରିବାକୁ ଘୂରିବୁଲୁଥାଏ।

ତେବେ ମୃତ୍ୟୁର ଘଣ୍ଟାଏ ପର୍ଯ୍ୟନ୍ତ ଆତ୍ମା ସହିତ ଅନେକ ଘଟଣା ଘଟିଥାଏ । ଯାହାକି ଆମକୁ ଜଣାପଡ଼ିନଥାଏ। ଏହି ଘଟଣାକୁ ଦେଖି ଆତ୍ମା ଭୟ ମଧ୍ୟ କରେ ବୋଲି ଶୁଣିବାକୁ ମିଳିଛି। ଗରୁଡ଼ ପୁରାଣରେ ବିସ୍ତାରପୂର୍ବକ ଏହା ସମ୍ପର୍କରେ କୁହାଯାଇଛି। ମୃତ୍ୟୁ ପରେ ୧ ଘଣ୍ଟା ପର୍ଯ୍ୟନ୍ତ ଆତ୍ମା ସହ କଣ କଣ ଘଟେ ଏବେ ଜାଣନ୍ତୁ :

-ମୃତ୍ୟୁ ପରେ ଯେବେ ଆତ୍ମା ଶରୀରରୁ ବାହାରିଯାଏ ତ କିଛି ସମୟ ପାଇଁ ଅଚେତ ଅବସ୍ଥାରେ ରହିଥାଏ। ଏହା କିଛି ସମୟ ପାଇଁ ହୋଇଥାଏ। ସେଥିରେ ତାକୁ ଥକାପଣ ଅନୁଭବ ହୋଇଥାଏ। ଏହି ଭୟରେ ସେ ଅଚେତ ହୋଇଯାଏ। ପରେ ପୁଣି ଥରେ ସଚେତ ଅବସ୍ଥାକୁ ଫେରିଆସେ।

-ମୃତ୍ୟୁ ପରେ ଯେବେ ଆତ୍ମା ଶରୀରରୁ ବାହାରୀଯାଇଥାଏ। ତାପରେ ଆତ୍ମା ସହ କଣ ଘଟେ ତାହା ସେ ଜାଣିପାରିନଥାଏ। ତେଣୁ ଯେବେ ସେ ଶରୀର ଛାଡ଼ିଥାଏ ସେତେବେଳେ ସେ ସାମାନ୍ୟ ବ୍ୟବହାର କରିଥାଏ।

-ଆତ୍ମା ସେତେବେଳେ ବ୍ୟସ୍ତ ବା ଚିନ୍ତା ଅନୁଭବ କରେ ଯେତେବେଳେ ସେ ନିଜ ପ୍ରିୟଜନଙ୍କୁ କିଛି କହବିାକୁ ଚାହୁଁଁଥିବ କିନ୍ତୁ ତା କଥା କେହି ଶୁଣି ପାରୁନଥିବେ। ତାର ସ୍ୱର କେହି ଶୁଣିପାରି ନଥାନ୍ତି। ମଣିଷ ଯେହେତୁ ଭୌତିକ ଜିନିଷ କେବଳ ଦେଖିପାରେ ଆଉ ଅନୁଭବ କରିଥାଏ ତେଣୁ ସେ ଆତ୍ମା ଙ୍କ ୁ ଦେଖି ପାରି ନଥାନ୍ତି।

-ଆତ୍ମା ଶରୀର ଛାଡ଼ିବା ସମୟରେ ଦୁଃଖ ଅନୁଭବ କରିଥାଏ। ତେଣୁ ସେ ପରିବାର ଲୋକଙ୍କ ସହ କଥା ହେବାକୁ ଚାହିଁଥାଏ।କିନ୍ତୁ ଏହା ସମ୍ଭବ ହୋଇନଥାଏ।

-ମୃତ ଶରୀର ଛାଡ଼ିବା ପରେ ଆତ୍ମା କିଛି ସମୟ ପାଇଁ ଖରାପ ଅନୁଭବ କରିଥାଏ। ନିଜ କର୍ମକୁ ଭାବିଥାଏ। ଖରାପ କର୍ମକୁ ବିଶେଷ କରି ଅନୁଭବ କରିଥାଏ। ଶରୀର ଛାଡ଼ିବା ଭଳି ସତ ଘଟଣାକୁ ଶେଷରେ ସେ ସ୍ୱିକାର କରିଥାଏ।

-ଏହାପରେ ଆତ୍ମା ଯମଲୋକକୁ ଯିବା ପାଇଁ ଆରମ୍ଭ କରେ। ଯମ ଲୋକରେ ପହଞ୍ଚିବା ପରେ ଅତ୍ମାର କମ ଅନୁସାରେ ତାହାର ନୂଆ ଜନ୍ମ ହୋଇଥାଏ। କିଛି ଆତ୍ମାଙ୍କୁ ତୁରନ୍ତ ନୂଆ ଜନ୍ମ ମିଳିଥାଏ ।କିଛି ଆତ୍ମାଙ୍କ କର୍ମ ଫଳ ଅନୁସାରେ ମିଳେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.