ତାଲିବାନ ସରକାରଙ୍କ କଡା କଟକଣା: ଝିଅମାନଙ୍କଙ୍କୁ ବିଶ୍ୱବିଦ୍ୟାଳୟ ପାଠ ପଢିବା ମନା

ନୂଆଦିଲ୍ଲୀ : ତାଲିବାନ ମହିଳାଙ୍କୁ ବିଶ୍ୱବିଦ୍ୟାଳୟ ପାଠ ପଢା ମନା । ତାଲିବାନରେ ଝିଅମାନଙ୍କ ଉପରେ ଏଭଳି କଟକଣା ଲଗାଇଛି ତାଲିବାନ ସରକାର । ତାଲିବାନ୍‌ ଉଚ୍ଚ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟଗୁଡ଼ିକୁ ନୋଟିସ ହୋଇଛି। ଝିଅମାନଙ୍କ ବିଶ୍ୱବିଦ୍ୟାଳୟ ଶିକ୍ଷା ବନ୍ଦ ନେଇ ଉଚ୍ଚ ଶିକ୍ଷା ମନ୍ତ୍ରୀ ନେଦା ମହମ୍ମଦ ନଦୀମ ଏହି ନୋଟିସ ଜାରି କରିଛନ୍ତି । ତୁରନ୍ତ ଏହି ନିୟମ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ। ୩ ମାସ ପୂର୍ବେ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ବସିବାକୁ ମହିଳାଙ୍କୁ ଅନୁମତି ଦେଇଥିଲା ତାଲିବାନ । ଏବେ ପ୍ରବେଶିକା ପରୀକ୍ଷା ଦେଇ ବିଶ୍ୱବିଦ୍ୟାଳୟରେ ପଢିବାକୁ ସ୍ୱପ୍ନ ଦେଖିଥିବା ମହିଳାଙ୍କ ସ୍ୱପ୍ନ ଧୂଳିସାତ ହୋଇଯାଇଛି।

ଗତବର୍ଷ ଅଗଷ୍ଟରେ କଠୋରପନ୍ଥି ଇସଲାମବାଦୀଙ୍କ ହାତକୁ ଏହି ଦେଶର ଶାସନ ଭାର ଯିବା ପରେ ବିଶ୍ୱବିଦ୍ୟାଳୟରେ ଲିଙ୍ଗ ଆଧାରରେ ସ୍ୱତନ୍ତ୍ର କକ୍ଷ ଓ ପ୍ରବେଶ ସହିତ ନୂଆ ନିୟମ କରାଯାଇ ପାଠପଢ଼ା ଚାଲିଥିଲା। ମହିଳାମାନଙ୍କୁ କେବଳ ମହିଳା କିମ୍ବା ବୟସ୍କ ପ୍ରଫେସରମାନେ ପାଠ ପଢାଇ ପାରୁଥିଲେ । ତାଲିବାନର ଏପରି ନିୟମରେ ଚିନ୍ତା ପ୍ରକଟ କରିଛନ୍ତି ଜାତିସଂଘ ମହାସଚିବ ଆଣ୍ଟିନୋ ଗୁଟେରସ। ପ୍ରତ୍ୟେକ ମହିଳାଙ୍କୁ ଶିକ୍ଷା କ୍ଷେତ୍ରରେ ସମାନ ଅଧିକାର ପ୍ରଦାନ କରିବାକୁ ସେ ତାଲିବାନ ସରକାରଙ୍କୁ ଅନୁରୋଧ କରିଛନ୍ତି ।

ଏହି ନିର୍ଦ୍ଦେଶନାମା ଆସିବା ପୂର୍ବରୁ ସେଠାରେ କିଶୋରୀମାନଙ୍କ ପ୍ରାଥମିକ ଠାରୁ ମାଧ୍ୟମିକ ବିଦ୍ୟାଳୟରେ ପାଠପଢ଼ିବା ଉପରେ କଟକଣା ଲଗାଯାଇଥିଲା। ଫଳରେ ଏହା ଝିଅମାନଙ୍କ ଉଚ୍ଚ ଶିକ୍ଷା ଉପରେ ଏକପ୍ରକାର ଅନିଶ୍ଚିତ କଟକଣା ସୃଷ୍ଟି କରି ଦେଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.