ଦୁନିଆର ସବୁଠୁ ଅପରିଷ୍କାର ବ୍ୟକ୍ତି ଅମୌ ହାଜୀଙ୍କ ମୃତ୍ୟୁ; ୫୦ ବର୍ଷ ଧରି ଗାଧୋଇ ନ ଥିଲେ! କିଛି ଦିନ ତଳେ ଗ୍ରାମବାସୀ ତାଙ୍କ ସହିତ କରିଥିଲେ ଏଭଳି କାମ…

୫୦ ବର୍ଷ ଧରି ଗାଧୋଇ ନ ଥିବା ଇରାନ୍‌ର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଇରାନ୍‌ର ସରକାରୀ ମିଡିଆ ମୁତାବକ, ଅନେକ ଦଶକରୁ ଗାଧୋଇ ନ ଥିବା ଦୁନିଆର ସବୁଠୁ ଅପରିଷ୍କାର ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଛି। ଦୁନିଆର ସବୁଠୁ ଗନ୍ଧିଆ ତଥା ଅପରିଷ୍କାର ବ୍ୟକ୍ତି ନାମରେ ପରିଚିତ ଥିବା ଏହି ବ୍ୟକ୍ତି ୯୪ ବର୍ଷ ବୟସରେ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି। ତାଙ୍କ ନାମ ଅମୌ ହାଜୀ।

କହି ରଖୁଛୁ, ଅମୌ ଅର୍ଦ୍ଧ ଶତାବ୍ଦୀରୁ ବି ଅଧିକ ସମୟ ଧରି ଗାଧୋଇ ନ ଥିଲେ। କାହିଁକି ନା, ଅମୌ ହାଜୀଙ୍କୁ ଗାଧୋଇବା, ଧୁଆଧୋଇ ହେବା ଆଦୌ ପସନ୍ଦ ନ ଥିଲା। ସେ ଅବିବାହିତ ଥିଲେ। ରବିବାର ଇରାନର ଦକ୍ଷିଣ ପ୍ରାନ୍ତ ଫୋର୍ସର ଦେହଗାହ ଗାଁରେ ଅମୌ ହାଜୀଙ୍କ ନିଧନ ହୋଇ ଯାଇଛି।

ଏକ ରିପୋର୍ଟ ମୁତାବକ, ଅମୌ ହାଜୀ ଅସୁସ୍ଥ ତଥା ରୋଗାକ୍ରାନ୍ତ ହୋଇଯିବା ଡରରେ ଗାଧୋଇବାଠୁ ଦୂରେଇ ରହୁଥିଲେ। କିଛି ମାସ ତଳେ ହିଁ ଗ୍ରାମବାସୀ ତାଙ୍କୁ ଗାଧୋଇବା ପାଇଁ ବାଥ୍‌ରୁମ ନେଇ ଯାଇଥିଲେ। ଇରାନୀ ମିଡିଆ ଅନୁସାରେ, ୨୦୧୩ରେ ଅମୌ ହାଜୀଙ୍କ ଜୀବନକୁ ନେଇ ‘ଦ ଷ୍ଟ୍ରେଞ୍ଜ୍‌ ଲାଇଫ୍‌ ଅଫ୍‌ ଅମୌ ହାଜୀ’ ନାମକ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ମଧ୍ୟ ତିଆରି ହୋଇଥିଲା।

ବିଚିତ୍ର ଥିଲା ଅମୌ ହାଜୀଙ୍କ ଜୀବନ। ରିପୋର୍ଟ ମୁତାବକ, ତାଙ୍କୁ ପାଣିକୁ ଡର ଲାଗୁଥିଲା। ସେ ଭାବୁଥିଲେ ଯେ ଯଦି ସେ ଗାଧୋଇବେ, ତା’ ହେଲେ ଗମ୍ଭୀର ଭାବେ ରୋଗରେ ପଡ଼ିଯିବେ। ତାଙ୍କ ବିଶ୍ୱାସ ଥିଲା କି, ସଫାସୁତରା ତାଙ୍କୁ ରୋଗାକ୍ରାନ୍ତ କରି ଦେବ। ଏତିକି ନୁହେଁ, ଅମୌ ହାଜୀ ନିଜ ଖାଦ୍ୟରେ ଜୀବଜନ୍ତୁମାନଙ୍କର ପଚାସଢ଼ା ମାଂସ ଖାଇବାକୁ ପସନ୍ଦ କରୁଥିଲେ। ତାଙ୍କୁ ପାର୍କୁପାଇନ୍‌ର ମାଂସ ବହୁତ ପସନ୍ଦ ଥିଲା। ଏହାଛଡ଼ା ଅମୌ ଏକ ସାଥୀରେ ୫ ସିଗାଗେଟ୍‌ ଜାଳି ପିଉଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.