ଯୁବକଙ୍କ ନୂତନ ଆବିଷ୍କାର: ବୋରୱେଲରେ ଗଳିପଡ଼ିଥିବା ଛୁଆଙ୍କୁ ଉଦ୍ଧାର କରିବ ଏହି ମେଶିନ, କରିବ ଏମିତି କାମ

ବୋରୱେଲରେ ଛୋଟ ଛୁଆ ଗଳିପଡ଼ୁଥିବାର ଖବର ଦେଶରେ ଲଗାତାର ଭାବେ ସାମ୍ନାକୁ ଆସୁଛି। ଆଉ ସେମାନଙ୍କୁ ବଡ଼ ମୁସ୍କିଲରେ ଉଦ୍ଧାର କରିବା ପରେ ବି ବଞ୍ଚେଇ ରଖିବା କଷ୍ଟକର ହୋଇପଡ଼ୁଛି। ତେଣୁ ଏଭଳି ଘଟଣାକୁ ନଜରରେ ରଖି ତାଲିମନାଡୁର ଅବ୍‌ଦୁଲ୍‌ ରଜାକ୍‌ ନାମକ ବ୍ୟକ୍ତି ଏକ ମେଶିନ୍‌ ଆବିଷ୍କାର କରିଛନ୍ତି, ଯାହାକି ବୋରୱେଲରୁ ଛୁଆଙ୍କୁ ଉଦ୍ଧାର କରିବାରେ ସାହାଯ୍ୟ କରିପାରିବ।

photo courtesy: ANI

child2

ଏହାସହ ପଢ଼ନ୍ତୁ: ହାଉସ୍‌ମେଡ୍‌ଙ୍କ ଭିଜିଟିଙ୍ଗ୍‌ କାର୍ଡ ହେଲା ଭାଇରାଲ, କାମ ପାଇଁ ଆସୁଛି ଅଫର ପରେ ଅଫର

ତାମିଲନାଡ଼ୁର ମଦୁରାଇ ଜିଲାରେ ରହୁଥିବା ଅବ୍‌ଦୁଲ ସାରା ଦେଶରେ ଘଟୁଥିବା ଏହିଭଳି ଘଟଣାକୁ ନେଇ ବହୁତ ଚିନ୍ତିତ ଥିଲେ। ଏହାପରେ ସେ ଏହି ମେଶିନ୍‌ ଆବିଷ୍କାର କରିଥିଲେ। ଅବ୍‌ଦୁଲଙ୍କ କହିବା ହେଲା, ତ୍ରିଚିରେ ନିକଟରେ ଘଟିଥିବା ବୋରୱେଲ ଘଟଣା ପରେ ମୁଁ ଏହି ମେଶିନ୍‌ ଆବିଷ୍କାର କରିବାକୁ ନିଷ୍ପତ୍ତି ନେଲି। ବୋରୱେଲରୁ ଛୁଆଙ୍କୁ ଉଦ୍ଧାର କରିବା ପାଇଁ ଏଥିରେ ଛତା ଟେକ୍ନୋଲୋଜି ବ୍ୟବହାର କରାଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.