ଉତ୍ତର ପ୍ରଦେଶର ଏହି ଜିଲ୍ଲାରେ ଅନ୍ତିମ ସଂସ୍କାର ପାଇଁ ନାହିଁ ଜାଗା, ଗଙ୍ଗା ନଦୀ ବାଲିରେ ପୋତା ଯାଉଛି ଶହ ଶହ କୋଭିଡ ମୃତଦେହ

ଉତ୍ତର ପ୍ରଦେଶର ଉନ୍ନାବ ଜିଲ୍ଲାର ଗ୍ରାମାଞ୍ଚଳରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ମାଡ଼ି ଚାଲିଛି, ଯାହାର ପ୍ରଭାବ ଏବେ ଗଙ୍ଗା ନଦୀ କୂଳ ଘାଟରେ ଦେଖିବାକୁ ମିଳୁଛି। ଗଙ୍ଗା କୂଳରେ ଶତାଧିକ ସଂଖ୍ୟାରେ ମୃତଦେହର ଅନ୍ତିମ ସଂସ୍କାର କରାଯାଉଛି। ଶ୍ମଶାନ ଘାଟରେ ଜାଗା ନ ଥିବାରୁ ମୃତଦେହକୁ ପୋଡିବା ବଦଳରେ ପୋତାଯାଇ ଅନ୍ତିମ ସଂସ୍କାର କରାଯାଉଛି। ଆଉ ଏପଟେ ସ୍ଥିତି ଏମିତି ଯେ ଗଙ୍ଗା ଘାଟରେ ବି ମୃତଦେହ ପୋତିବାକୁ ଆଉ ଜାଗା ନାହିଁ।

ସ୍ଥାନୀୟ ଲୋକଙ୍କ କହିବା ହେଲା, ଗତ ଏକ ମାସ ଭିତରେ ୩୦୦ରୁ ଅଧିକ ମୃତଦେହ ଏଠାରେ ଅନ୍ତିମ ସଂସ୍କାର ପାଇଁ ଆସିଲେଣି। ସେଥି ମଧ୍ୟରୁ ଅଧିକାଂଶ ମୃତଦେହକୁ ଗାତ ଖୋଳି ପୋତି ଦିଆଯାଉଛି। ଉନ୍ନାବର ଦୁଇଟି ଘାଟ ବକ୍ସର ଓ ରୌତାପୁରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଗ୍ରାମାଞ୍ଚଳରେ ମରୁଥିବା ରୋଗୀଙ୍କ ମଧ୍ୟରୁ ଅଧିକାଂଶଙ୍କ ଠାରେ କାଶ, ଜ୍ୱର, ନିଶ୍ୱାସ ନେବାରେ ସମସ୍ୟା ଦେଖାଯାଇଥିଲା ଏବଂ ଶେଷରେ ସେମାନଙ୍କ ମୃତ୍ୟୁ ହୋଇଥିଲା।

ଗାଈ ଚରାଉଥିବା ଜଣେ ଯୁବକଙ୍କ କହିବା ହେଲା, ଏବେ ଏଠାରେ ଦିନକୁ ପାଖାପାଖି ୩୦ ମୃତଦେହ ଆସୁଛି। ଏତେ ସଂଖ୍ୟକ ମୃତଦେହ ଏଠାକୁ ଅଣାଯାଉଥିବାରୁ ଅଞ୍ଚଳରେ ମାଳ ମାଳ କୁକୁର ବୁଲୁଥିବା ଦେଖିବାକୁ ମିଳୁଛି। ସେପଟେ ଖବର ମିଳିବା ପରେ ଜିଲ୍ଲା ଅଧିକାରୀ ଗଙ୍ଗା କୂଳରେ ମୃତଦେହ ନ ପୋତିବାକୁ ନିର୍ଦ୍ଦେଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.