ପାକିସ୍ତାନରେ କବର ଦେବାକୁ ଆଉ ଜାଗା ନାହିଁ, ପୁରୁଣା ଉପରେ କରାଯାଉଛି ଅନ୍ତିମ ସଂସ୍କାର

ପାକିସ୍ତାନର ସବୁଠୁ ବଡ ସହର ଭାବେ ଜଣା କରାଚୀ ଠାରେ କବର ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଅବସ୍ଥା ଏମିତିକି ମୃତକ ମାନଙ୍କ ଅନ୍ତିମ ସଂସ୍କାର କରିବା ପାଇଁ ଏବେ ସହରରେ ଆଉ ଜାଗା ନାହିଁ । ଆଉ ଯଦି ବି କେଉଁଠି ଟିକେ ଜାଗା ବଂଚିଛି ସେଠି ମାଫିଆ ମାନେ ଯେମିତି ସକ୍ରିୟ ହୋଇ ଅଛନ୍ତି । ମୃତକ ମାନଙ୍କ ସଂସ୍କାର କରିବା ପାଇଁ ସେମାନଙ୍କ ସମ୍ପର୍କୀୟ ମାନଙ୍କ ଠାରୁ ବଡ ପରିମାଣର ଅର୍ଥ ରାଶି ଆଦାୟ କରୁଛନ୍ତି । ସହରରେ ଏମିତି ବି ଅନେକ କବର ସ୍ଥାନ ରହିଛି ଯେଉଁଠି ମୃତକ ମାନଙ୍କ ସଂସ୍କାର କରିବା ପାଇଁ ପୁରୁଣା କବର ଗୁଡିକୁ ଭଙ୍ଗା ଯାଉଛି । ଦରକାର ପଡିଲେ ସମ୍ପୂର୍ଣ୍ଣ ରୂପେ ଧ୍ଵସ୍ଥ କରାଯାଉଛି । ଆଉ ଏହା ପରେ ଯାଇ ମୃତ ଶରୀର ଗୁଡିକୁ ସଂସ୍କାର କରାଯାଉଛି । ପାଖାପାଖି ୨ କୋଟି ଜନସଂଖ୍ୟା ବିଶିଷ୍ଟ ଏହି ଉପକୂଳବର୍ତ୍ତୀ ସହରରେ କବର ଖୋଳିବା ପାଇଁ ଜାଗା ନମିଳିବାରୁ ଲୋକଙ୍କ ଚିନ୍ତା ବଢିଯାଇଛି ।

କରାଚୀରେ କବରସ୍ଥାନ ସଂଖ୍ୟା ବଢିବା ସହିତ ଛୋଟ ରୁ ବଡ ମସଜିଦ ଖେଳେଇ ହୋଇରହିଛି । କିଛି କିଛି ଗଭୀର ଭୂମି ତଳେ ଅଛି ତ କିଛି ଖୁବ ଉଚ୍ଚ ସ୍ଥାନରେ ଅଛି । ଜାଗାର ଏତେ ଅଭାବ ଯେ ଅତି ପୁରୁଣା କବର ସ୍ଥାନକୁ ଭଙ୍ଗାଯାଇ ସେଠାରେ ନୂଆ କବର ବନାଯାଉଛି । ଏକ ନ୍ୟୁଜ ଏଜେନ୍ସିକୁ ସାକ୍ଷାତକାର ଦେବା ସମୟରେ ଖଲିଲ ଅହମ୍ମଦ ନାମକ ଜଣେ ଉପରିସ୍ଥ ଅଫିସର କହିଛନ୍ତିକି ପୁରା କରାଚୀରେ ଏବେ ଆଉ କେଉଁଠି ବି ଟିକେ ହେଲେ ଜାଗା ନାହିଁ । ନୂଆ କବର ଖୋଳିବାକୁ ପୁରୁଣା କବର ଗୁଡିକୁ ଖୋଳିବାକୁ ପଡୁଛି । କବର ଖୋଲିବା ପାଇଁ ପ୍ରକୃତ ଅର୍ଥରାଶି ୭ ହଜାର ୯୦୦ ଟଙ୍କା ଥିବା ବେଳେ ଗତ ବର୍ଷ ମୃତକଙ୍କ ପ୍ରିୟଜନ ମାନଙ୍କୁ ୫୫ ହଜାରରୁ ୧ ଲକ୍ଷ ୭୫ ହଜାର ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡୁଛି । ଆଉ ଏହି ଅର୍ଥ ରାଶିକୁ ଏଠାରେ କାମ କରୁଥିବା ୪୦ ଜଣ ଲୋକଙ୍କ ମଧ୍ୟରେ ବଣ୍ଟା ଯାଇଥାଏ ।

କହିରଖିବା ଉଚିତ ହେବକି, ପାକିସ୍ତାନରେ ପାଖାପାଖି ୨୨ କୋଟି ଲୋକ ବସବାସ କରନ୍ତି । ପ୍ରତିବର୍ଷ ଏହି ସଂଖ୍ୟା ବଢ଼ିବାରେ ଲାଗିଛି । ପ୍ରତିବର୍ଷ ପାଖାପାଖି ୪ ମିଲିୟନ ଲୋକ ସାମିଲ ହେବାରେ ଲାଗିଛନ୍ତି । ଯେମିତି ଯେମିତି ଜନସଂଖ୍ୟା ବଢୁଛି ଠିକ ସେମିତି ସେମିତି ଗାଁ ଅଂଚଳ ଗୁଡିକରୁ ସହର ଅଂଚଳ ଗୁଡିକୁ ଲୋକ ପଳାୟନ କରୁଛନ୍ତି । ଅନ୍ୟପକ୍ଷରେ କରାଚିରେ ଜନସଂଖ୍ୟା ବଢିବା ସହିତ ମାଫିଆ ମାନଙ୍କ ବ୍ୟବସାୟ ବି ବଢ଼ିବାରେ ଲାଗିଛି । କରାଚୀ ବ୍ୟତୀତ ଲାହୋର, ପେଶାୱାର ସମେତ ଅନେକ ସହରରେ ଏହି ସମାନ ସ୍ଥିତି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.